ଗାଊଁଲି ଝିଅ କହି ଛାଡି ଚାଲିଗଲେ ସ୍ଵାମୀ ! ବାପାଙ୍କର କେଇ ପଦ କଥା ଶୁଣି ଝିଅ ବନିଗଲେ IRS ଅଫିସର !

ଗାଊଁଲି ଝିଅ କହି ଛାଡିଦେଲେ ସ୍ଵାମୀ ! ବାପାଙ୍କର କେଇ ପଦ କଥାରେ ଝିଅ ବନିଗଲେ IRS ଅଫିସର । ତେବେ ନାରୀ ସମାଜ ପାଇଁ ଏକ ଉଦାହରଣ ପାଲଟିଥିବା କୋମଲଙ୍କ କଥା ଆମେ ଏଠାରେ ଆଜି କହିବା ପାଇଁ ଯାଉଛୁ । ଅନେକ ସ୍ଵପ୍ନ ମନରେ ନେଇ କୋମଲ ବାହା ହୋଇଥିଲେ । ସବୁ ସ୍ତ୍ରୀଙ୍କ ଭଳି ସ୍ଵାମୀଙ୍କ ସହ ଭଲରେ ଘର ସଂସାର କରିବା ପାଇଁ କୋମଲ ମଧ୍ୟ ଇଛା କରିଥିଲେ । ହେଲେ କୋମଲଙ୍କ ବାହାଘରର ମାତ୍ର 2 ସପ୍ତାହ ମଧ୍ୟରେ ହିଁ ତାଙ୍କ ସ୍ଵାମୀ କୋମଲଙ୍କୁ ଛାଡି ଦେଇଥିଲେ ।

ନିଜ ସ୍ତ୍ରୀ କୋମଲଲି ଗାଊଁଲି ଝିଅ କହି ତାଙ୍କ ସ୍ଵାମୀ ଛାଡି ଚାଲି ଯାଇଥିଲେ । ଯେ ଆଉ କୋମଲଙ୍କ ପାଖକୁ ଫେରିକି ଆସି ନଥିଲେ । ତାପରେ କୋମଲ ନିଜ ବାପା ଘରକୁ ଚାଲି ଆସିଥିଲେ । ସେଠାରେ କୋମଲଙ୍କର ବାପା ନିଜ ଝିଅ କୋମଲଙ୍କୁ କିଛି କଥା କହି ଥିଲେ । ଯେଉଁ କଥାକୁ ଶୁଣି କୋମଲ ନିଜର ମନ ବଳକୁ ଦୃଢ କରିଥିଲେ । ଏହାପରେ ନିଜର ସ୍ଵପ୍ନ ଓ ବାପାଙ୍କର ଇଚ୍ଛା ପୂରଣ କରିବା ପାଇଁ କୋମଲ ବାହାରି ପଡିଥିଲେ ।

ସେଥିପାଇଁ କୋମଲ UPSC ପରୀକ୍ଷା ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ନିଜର ପାଠ ପଢା ପାଇଁ ଯେପରି ଘର ଲୋକଙ୍କ ଉପରେ କୋମଲ କିଛି ବୋଝ ନହେବେ । ସେଥିପାଇଁ କୋମଲ ଏକ ସ୍କୁଲରେ ଶିକ୍ଷକତା ମଧ୍ୟ କରୁଥିଲେ । ଏହାପରେ ସେଠାରୁ ଟ୍ରେନ ମାଧ୍ୟମରେ ଘରକୁ ଆସି କୋମଲ ଥକି ଯାଉଥିଲେ ସତ । ହେଲେ ପୁଣି ଥରେ ନିଜର ମନକୁ ବୁଝାଇ ନିଜ ସ୍ଵପ୍ନ ପୁରା କରିବା ଆଶାରେ ଲାଗି ପଡୁଥିଲେ ।

କାରଣ ସେ ଜଣେ ବଡ ଅଫିସର ହେବାକୁ ଚାହୁଁଥିଲେ । ଏହିଭଳି ଭ୍ବେ ଅନେକ ବିଫଳତାର ମଧ୍ୟ ସାମ୍ନା କରିଛନ୍ତି କୋମଲ । ହେଲେ ସେହି ହାର ପରେ ମଧ୍ୟ କୋମଲ ନିଜକୁ ଭାଙ୍ଗିବାକୁ ଦେଇନଥିଲେ । 3 ଥର UPSC ପରୀକ୍ଷାରେ ବିଫଳ ହେଲା ପରେ କୋମଲଙ୍କର ଭାଗ୍ୟ ତାଙ୍କୁ ସାଥ ଦେଇଥିଲ ।

ଏହାପରେ ନିଜର ପରିଶ୍ରମ ବଳରେ କୋମଲ ବନିଯାଇଥିଲେ IRS ଅଫିସର । ଏବେ କୋମଲ ଅନ୍ୟତ୍ର ବାହା ହୋଇ ଭଲରେ ଅଛନ୍ତି । ଖବରର ଅପଡେଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *