ଯୁବ ସନ୍ୟାସିନୀ ଜୟା କିଶୋରୀ । କମ ବୟସରେ ତାଙ୍କର ଲକ୍ଷେ ଲକ୍ଷେ ଭକ୍ତ । କାହିଁକି ଜୟା ଶର୍ମା ହେଲେ ଜୟା କିଶୋରୀ କହିଲେ ଏହା ପଛର ରହସ୍ୟ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ଏ ଦୁନିଆରେ ଥିବା ପ୍ରତ୍ୟକ ମଣିଷଙ୍କର କିଛି ନା କିଛି ଲକ୍ଷ ଥାଏ କିନ୍ତୁ ପରିସ୍ଥିତିରେ ପଡିକି ହେଉ କିମ୍ବା ସମାଜର ଦ୍ରୁତଗାମୀ ସ୍ରୋତରେ ପାଠ ପଢା, କାରିୟର ଏବଂ ବିବାଦ ଆଦିରେ ଆମେ ଛନ୍ଦି ହୋଇ ପଡୁ ।
ଜଣେ କି ଦୁଇ ଜଣ ନୁହେଁ ପ୍ରାୟ 90 ପ୍ରତିଶତ ଲୋକେ ଏହି ପଥର ପଥିକ । କିନ୍ତୁ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ଭିଡ ଭିତରୁ ବାହାରି କିଛି ଅଲଗା କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଜି ଆମେ ସେହିଭଳି ଜଣେ ଯୁବତୀଙ୍କ କଥା କହିବାକୁ ଯାଉଛୁ ଯିଏ ମାତ୍ର 21 ବର୍ଷ ବୟସରେ ସନ୍ୟାସିନୀ ହୋଇ ଲୋକଙ୍କ ପାଖରେ ପହଞ୍ଚାଇ ଛନ୍ତି ଧର୍ମର ବାର୍ତ୍ତା ।
ତାଙ୍କର ନାମ ହେଲା ଜୟା କିଶୋରୀ । ସେ ଜଣେ ପ୍ରସିଦ୍ଧ ପ୍ରବଜକ, ଭଜନ ଗାୟିକା ତଥା ମୋଟିଭେସନାଲ ସ୍ପିକର । ଆପଣ ମାନେ କଣ ଜାଣିଛନ୍ତି ଜୟା କିଶୋରୀଙ୍କ ନାଁ ପୂର୍ବରୁ ଥିଲା ଜୟା ଶର୍ମା । ଜୟା 1996 ମସିହାରେ କଲିକତାର ଏକ ବ୍ରାହ୍ମଣ ଘରେ ଜନ୍ମ ହୋଇଥିଲେ । ଘରେ ପୂଜା ପାଠର ମାହୋଲ ଥିବାରୁ ପିଲା ଦିନରୁ ଜୟାଙ୍କ ମୁହଁରେ ଭଜନ ଥିଲା ।
ଜୟା କିଶୋରୀ ଏକ ସାକ୍ଷାତ୍କାରରେ କହିଛନ୍ତି ଯେ, ମୁଁ 6 ବର୍ଷ ବୟସରୁ ହିଁ ଭଜନ ଗାଇବା ଆରମ୍ଭ କଲି ହେଲେ ମୁଁ କେବେ ଜାଣି ନଥିଲି ମୁଁ କେବେ ମୋଟିଭେସନାଲ ସ୍ପିକର ହେବି । ମୁଁ କେବଳ ଏସବୁ ଉପଭୋଗ କରୁଥିଲି ମୋତେ ଆଧ୍ୟାତ୍ମିକ ଦିଗରେ ନେବା ଦିଗରେ ସଙ୍ଗୀତ ମୋର ପ୍ରଥମ ପଦକ୍ଷେପ । ଯେତେବେଳେ ମୋତେ 10 ବର୍ଷ ବୟସ ହୋଇଥିଲା ମୁଁ ଆମର ଗୁରୁ ସ୍ଵାମୀଜିଙ୍କ କାହାଣୀ ଶୁଣିଲି ।
ସ୍ଵାମୀ ରାମସୁଖ ଦାସଙ୍କୁ ଦେଖି ମୁଁ ଅନୁଭବ କଲି ଯେ ମୁଁ ଏ ସବୁ କାହାଣୀ କହିବି । ନିଜକୁ ପ୍ରସ୍ତୁତ କରିବା ପାଇଁ ମୋତେ ଦେଢ ବର୍ଷ ସମୟ ଲାଗିଲା । ଏହା ପରେ ମୁଁ କେବେ ଜୟା ଶର୍ମାରୁ ଜୟା କିଶୋରୀ ହେଇଗଲି ମୋତେ ଜଣା ପଡିଲା ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।