ସନ୍ଧ୍ୟା ହେଲେ ଶୁଭୁଛି ବିକଟାଳ ଶବ୍ଦ, ଗାଁରେ ପଡୁଛି ତାଟି କବାଟ, ଏହି ଗାଁକୁ ଯିବା ଆପଣଙ୍କ ପାଇଁ ପଡିପାରେ ମହଙ୍ଗା !

ଭୁଲରେ ବି ଏହି ଗାଁରେ ପାଦ ରଖନ୍ତୁନି, ଗାଁରେ ରହିଛି ଯମପୁରକୁ ରାସ୍ତା । ଏହି ଗାଁକୁ ଯିବା ଆପଣଙ୍କ ପାଇଁ ପଡି ପାରେ ମହଙ୍ଗା । କେବଳ ରାତି ବେଳା ନୁହେଁ ଦିନ ବେଳା ବି ଏହି ଗାଁକୁ ଯିବା ପାଇଁ ହୋଇଛି ବାରଣ । ଗାଁରେ ଲୁଚି ରହିଛି ଭୟଙ୍କର ଏବଂ ଲୋମହର୍ଷଣକାରୀ କାହାଣୀ । ହଁ ଦର୍ଶକ ବନ୍ଧୁ ଏ ହେଉଛି ଭାରତର ସବୁଠାରୁ ଭୟଙ୍କର ଗାଁ । ଏହି ଗାଁର ନାଁ ଶୁଣିଲେ ଆଖ ପାଖ ଲୋକେ ଥରି ଉଠନ୍ତି ।

ଏହି ଗାଁ ପାଲଟିଛି ମଶାଣି ଭୁଇଁ । ଗାଁରେ ରହିଛି ଅତୃପ୍ତ ଆତ୍ମା ମାନଙ୍କର ଆଡାସ୍ଥଳୀ । ତେବେ ଏହି ଗାଁକୁ ବୁଲିବାକୁ ଯାଉଥିଲେ ହୋଇଯାନ୍ତୁ ସାବଧାନ । ଦର୍ଶକ ବନ୍ଧୁ ଆପଣ ଏହି ଗାଁକୁ ବୁଲି ଯିବାକୁ ପ୍ଲାନିଂ କରୁଛନ୍ତି କି ତେବେ ହୁସିଆର ଯିବା ପୂର୍ବରୁ ସେହି ସ୍ଥାନ ବିଷୟରେ ଭଲ ଭାବରେ ଜାଣି ନିଅନ୍ତୁ । ନହଲେ ଦର୍ଶକ ବନ୍ଧୁ ବୁଲିବାକୁ ଯିବା ଆପଣଙ୍କ ପାଇଁ ସାଜି ପରେ କାଳ ।

ସେହି ଗାଁକୁ ଯାଇ ମଜା କରିବା ଆପଣଙ୍କ ପାଇଁ ସଜା ପାଲଟି ଯାଇ ପାରେ । ଏହି ଗାଁ ସହ ଜଡିତ ହୋଇ ରହିଛି ଏକ କଳା ଅଧ୍ୟାୟ ଯାହା ବିଷୟରେ ଜାଣିଲେ ଆପଣ ମାନେ ବି ଭୟବୀତ ହୋଇଯିବେ । ଏହି ଗାଁ ହେଉଛି ମୃତ୍ୟୁର ଦ୍ଵାର । ଯିଏ ଭୁଲରେ ବି ରାତି ସମୟରେ ଏହି ଗାଁକୁ ଯାଇଛି ସେ ଫେରିବାର ବାଟ ପାଇନି । ଆଉ ଏପରି ଏକ ଭୟଙ୍କର ସ୍ଥାନକୁ ଯିବା ପାଇଁ ବାରଣ କରାଯାଇଛି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଗାଁ ବିଷୟରେ ।

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଗାଁ ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ରାଜସ୍ଥାନର ଏକ ଛୋଟ ଗାଁ । ଏହି ଗାଁର ନାମ ହେଉଛି କୁଳଧାରା । ବହୁତ ବର୍ଷ ହେବ ଏହି ଗାଁ ଅଭିଶପ୍ତ ହୋଇ ପଡି ରହିଛି । ଲୋକ ମାନଙ୍କର କହିବା କଥା ଏହି ଗାଁରେ କେତେବେଳେ ମହିଳା ମାନଙ୍କ ଚୁଡିର ଶବ୍ଦ ସୁଭୂ ଥିବା ବେଳେ ଆଉ କେବେ ଛୋଟ ପିଲାଙ୍କ କାନ୍ଦିବାର ଶବ୍ଦ ଶୁଭା ଯାଇଥାଏ ।

ପୁଣି ଆଉ କେତେବେଳେ କଷ୍ଟ ଆଉ ଯନ୍ତ୍ରଣାରେ ଥିବା ବିକଳ ଚିତ୍କାର । ଏହି ସବୁ ଘଟିବା ପରେ ସେଠାକାର ସରକାର ଏହି ସ୍ଥାନକୁ ରାତିରେ ଯିବା ପାଇଁ ବାରଣ କରିଛନ୍ତି । ଦିନ ବେଳା ପର୍ଯ୍ୟଟକ ମାନେ ଏହି ସ୍ଥାନକୁ ଯାଉଥିବା ବେଳେ 4ଟା ବାଜିଲେ ମାନେ ସାଧାରଣ ଲୋକ ତ ଦୂରର କଥା ଗାର୍ଡ ମାନେ ବି ଏହି ସ୍ଥାନରେ ରୁହନ୍ତି ନାହିଁ ।

ଏହି ଗାଁର ପରିବେଶ ପୁରା ସୁନ ସାନ । ଯୁଆଡେ ଚାହିଁବେ ସବୁ ଆଡେ ଛୋଟ ରୁ ବଡ ଘର ଆଉ ବିଭିନ୍ନ ସ୍ଥାନରେ ରହିଛି ଦେବାଦେବୀଙ୍କ ମନ୍ଦିର ହେଲେ ନାଁ ସେ ମନ୍ଦିରରେ ଠାକୁର ଅଛନ୍ତି ଆଉ ନା ସେ ଘରେ ମଣିଷ ଅଛନ୍ତି । ପୁରା ଗାଁ ସେହି ସ୍ଥାନରେ ମଶାଣି ହୋଇ ଯାଇଛି । ତା ହେଲେ ବନ୍ଧୁଗଣ ଏହି ଗାଁ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *