ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର, ନବୀନ ବାବୁ କାହା ପାଇଁ ଖୋଲି ଛନ୍ତି ଆହାର କେନ୍ଦ୍ର । କିଏ ନେଉଛନ୍ତି ପାଞ୍ଚ ଟଙ୍କିଆ ମିଲର ଫାଇଦା । ଆହାର କେନ୍ଦ୍ରରେ ଗରିବ ଗୁରୁବାଙ୍କୁ ମିଳୁନି ଖାଦ୍ୟ, ଆହାର କେନ୍ଦ୍ରରେ କୁଆଡେ ଲାଗୁଛି ସୁଟବୁଟ ପିନ୍ଧା ବାବୁଙ୍କ ଭିଡ଼ । ବାହାରକୁ ପାର୍ସଲ ଯାଉଛି ଅଥଚ ଭିକାରି ଓ ଭିନ୍ନ କ୍ଷମ ବ୍ୟକ୍ତି ଭୋକିଲା ଫେରୁଛନ୍ତି । ପାଞ୍ଚ ଟଙ୍କିଆ ମିଲ ଖାଇ କାମ ଚଳାଇ ଦେଉଛନ୍ତି ବଡ ବଡିଆ ବାବୁ ମାନେ ।
ଯେଉଁ ଖାଦ୍ୟରେ ଗରିବଗୁରୁବଙ୍କ ନାଁ ଲେଖା ଅଛି, ସେହି ଖାଦ୍ୟ ଉପରେ ସୁଟବୁଟ ପିନ୍ଧା ବାବୁଙ୍କ ଆଖି । ଆମେ କହୁଛୁ, ରାଜ୍ୟ ସରକାରଙ୍କ ଆହାର କେନ୍ଦ୍ରରେ ପାଞ୍ଚ ଟଙ୍କିଆ ମିଲ କଥା । ସହରର ଛକରେ ଆହାର କେନ୍ଦ୍ର ବୋଧେ ଏଥିପାଇଁ ଖୋଲାଯାଇଛି, ଶ୍ରମିକ, ଭିକାରୀ ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ସୁଲଭ ମୂଲ୍ୟରେ ଗଣ୍ଡେ ଖାଇପାରିବେ । କିନ୍ତୁ ଯେତେବେଳେ ଆହାର କେନ୍ଦ୍ରରେ ଯୋଗ୍ୟ ହିତାଧିକାରୀ ପହଞ୍ଚୁଛନ୍ତି, ସେତେବେଳେ ଭୋକିଲା ପେଟରେ ଫେରୁଛନ୍ତି ।
ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ଗୋପବନ୍ଧୁ ଛକରେ ଥିବା ଆହାର କେନ୍ଦ୍ରରେ ଗରିବ ଗୁରୁବାଙ୍କୁ ମିଳୁନି ଖାଦ୍ୟ । ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଲେ ପୋଷ୍ଟରରେ ଲେଖା ହୋଇଛି ଦିନ 11ଟାରୁ ଦିନ 3ଟା ପର୍ଯ୍ୟନ୍ତ ଆହାର କେନ୍ଦ୍ରରେ ଖାଦ୍ୟ ମିଳିବ । ହେଲେ ବାସ୍ତବରେ ମାତ୍ର ସାଢେ 12ଟା ସୁଧା ଆହାର କେନ୍ଦ୍ର ବନ୍ଦ ହୋଇ ଯାଉଛି ।
ଆଉ ଏହାକୁ ନେଇ ଏବେ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ । ତେବେ ବନ୍ଧୁଗଣ ନିୟମ ଅନୁସାରେ ଆହାର କେନ୍ଦ୍ରରୁ ବାହାରକୁ ଖାଦ୍ୟ ଯିବା ମନା କିନ୍ତୁ ସ୍ଥାନୀୟ ବାସିନ୍ଧା ଅଭିଯୋଗ କରିଛନ୍ତି ଯେ, ଆହାର କେନ୍ଦ୍ରରେ ଥିବା କର୍ମଚାରୀଙ୍କ ସଲାସୁତୁରାରେ ଖାଦ୍ୟ ବାହାରକୁ ଯାଉଛି । ଆଉ ଏହା ଫଳରେ ନିର୍ଧାରିତ ସମୟ ପୂର୍ବରୁ ଖାଦ୍ୟ ଶେଷ ହୋଇ ଯାଉଛି ।
ଗରିବ ଗୁରୁବାଙ୍କ ନାମରେ ଯୋଜନା ହେଉଛି କିନ୍ତୁ ତାହାର ଫାଇଦା ଆଉ କିଏ ନେଉଛି । ଆଉ ଏହାକୁ ନେଇ ଯାଜପୁର ଜିଲ୍ଲା ବ୍ୟାସ ନଗର ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି । ବନ୍ଧୁଗଣ ବର୍ତ୍ତମାନ ଏହି ଖବରକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଅନେକ ଲୋକ ଏହି ଖବର ଜାଣି ନିଜର ମତ ପ୍ରକାଶ କରିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।