କ୍ୟାମେରା ସାମ୍ନାକୁ ଆସିଲେ ଗାନ୍ଧୀଜୀଙ୍କ ମୃତ୍ୟୁର ଜୀବନ୍ତ ସାକ୍ଷୀ, ବଖାଣିଲେ ସେଦିନର ପୁରା କାହାଣୀ, ଦେଖନ୍ତୁ Video

ବନ୍ଧୁଗଣ, ଜଗସିଂହପୁର ଜିଲ୍ଲା ର ବିରିଡି ବ୍ଲକ ଅନ୍ତର୍ଗତ ବୟାଳିଶ ମଉଜା ର ବାଗଲପୁରା ଗ୍ରାମ ରେ ରହିଛନ୍ତି ବିଶିଷ୍ଠ ସ୍ଵାଧୀନତା ସଂଗ୍ରାମୀ ତଥା ଏହି ଗ୍ରାମ ର ପୂର୍ବତ୍ତନ ସରପଞ୍ଚ । କେବଳ ଏତିକି ନୁହେଁ ଗାନ୍ଧୀଜୀ ଙ୍କ ଶେଷ ସମୟର ଓଡିଶା ର ଏକମାତ୍ର ମୁକସାଖି ଶ୍ରୀ ହରେକୃଷ୍ଣ ମଲ୍ଲିକ । ସେ କହିଛନ୍ତି ଯେ ସନ୍ଧ୍ୟାବେଳେ ଦିନ ଅଳ୍ପ ରତ ରତ ହେଉଛି ଆମ୍ଭେ ସବୁ ଖାଲିଟାରେ କେନାଲ ସାଇଡ ରେ ବସୁ ତାଳି ପକାଇ ।

ପରିବେଷଣ ଆରମ୍ଭ ହୋଇଗଲାଣି ହଟାତ ଖବର ଆସିଲା ଯେ ଗାନ୍ଧୀଜୀ ପ୍ରେୟାର କରିବା ପାଇଁ ଯାଉଛନ୍ତି ଏବଂ ତାଙ୍କୁ ଗୁଳି ହୋଇଗଲା । ଏବଂ ଗାନ୍ଧୀଜୀ ସେଠାରେ ପଡିଗଲେ । ତେଣୁ ଆମ୍ଭେ ସମସ୍ତେ ତାଡି ଛାଡିକି ଦୌଡି ଦୌଡି ଯାଇ ଭଙ୍ଗୀ କଲୋନୀ ରେ ପହଁଞ୍ଚିଲୁ । ଅବଶ୍ୟ ସେତେବେଳେ ଗାନ୍ଧୀ ଙ୍କୁ ଦେଖି ପାରିଲୁନି ଏତେ ଭିଡ ହୋଇଥିଲା ତଥା ହଜାର ହଜାର ସଂଖ୍ୟାରେ ଲୋକ ଥିଲେ ।

ସେତେବେଳେ ଡାକ୍ତର ଆସି ତାଙ୍କୁ ପରୀକ୍ଷା ନିରୀକ୍ଷା କରୁଥାନ୍ତି । ମାତ୍ର ତାହା ଭିତରକୁ ଯିବାକୁ ସମ୍ଭବ ହେଲା ନାହିଁ । କିନ୍ତୁ ସେଠାରେ ଆମ୍ଭେ ପହଞ୍ଚିଲୁ । ସେଠାରେ ଦେଖିଲୁ ଯେ ଏହି ଜାଗାରେ ଯାଉଥିଲେ ଦୁଇଜଣ ସ୍ତ୍ରୀ ଲୋକଙ୍କ କାନ୍ଧରେ ହାତ ପକାଇ ଏବଂ ଯିଏ ମାରିଲା ସିଏ ହାତ ଯୋଡିକରି ଆସିଲା । ପିସ୍ତୋଲ ହାତ ମଧ୍ୟରେ ରଖି ଯୋଡିକି ଆସିଲା ଏବଂ ଆସି ଆଣ୍ଠେଇ ପଡିଲା । ଗାନ୍ଧୀଜୀ ଭାବିଲେ ସେ ବୋଧେ ମୋତେ ପ୍ରଣାମ କରୁଛି ।

ଗାନ୍ଧୀଜୀ ମଧ୍ୟ ତାଙ୍କୁ ପ୍ରଣାମ କରିଲେ ଏବଂ ସେହି ସମୟରେ ସେ ଗୁଳି କରିଦେଲା । ତାଙ୍କ ନାମ ଥିଲା ନାଥୁରାମ ଗଡସେ । ପ୍ରାର୍ଥନା ସମୟରେ ବହୁ ନେତା ବହୁ କର୍ମୀ ଏକତ୍ରିତ ହୁଅନ୍ତି ଏବଂ ପ୍ରାର୍ଥନା ପରେ ଗାନ୍ଧୀଜୀ ସେଠାରେ ବକୃତତା ଦିଅନ୍ତି । ସେହି ବକୃତତା ଶୁଣିବା ନିମନ୍ତେ ସେଠାରେ ଲୋକ ଏକତ୍ରିତ ହୁଅନ୍ତି । ପ୍ରାର୍ଥନା ସମୟରେ ୫ ହଜାର ୧୦ ହଜାର ଲୋକ ମଧ୍ୟ ଏକତ୍ରିତ ହୋଇଥାନ୍ତି । ଏଣୁ ଆମ୍ଭେ ତ ଯାଇନଥିଲୁ ତଥା ଖାଇବା ପାଇଁ ବସିଥିଲୁ । ଦୌଡି ଗଲୁ ଏବଂ ହଠାତ ଶୁଣିଥିଲୁ ଯେ ଗାନ୍ଧୀଜୀ ଙ୍କୁ ଗୁଳି ହୋଇଗଲା  ।

ଗାନ୍ଧୀଜୀ ଙ୍କୁ ଯେତେବେଳେ ଗୁଳି ହେଲା ସେ ସେତେବେଳେ ୩ ଥର ଗୁଳିରେ ହେ’ ରାମ, ହେ’ ରାମ, ହେ’ ରାମ କହି ଟଳି ପଡିଲେ । ଏହାପରେ ୩ ଦିନ ପରେ ଦିଲ୍ଲୀ ରେ ଗାନ୍ଧୀଜୀ ଙ୍କ ଅନ୍ତିମ ସଂସ୍କାର ହେଲା । କେଉଁଠାରେ ଜାଗା ନଥିଲା । ଆମ୍ଭେ ଦିଲ୍ଲୀ ଗେଟ ର କାନ୍ଥ ରେ ବସି ଆମ୍ଭେ ଗାନ୍ଧୀଜୀ ଙ୍କୁ ଅନ୍ତିମ ଦର୍ଶନ କରିଥିଲୁ ଏହାପରେ ଅଗ୍ନି ସଂଯୋଗ ହେଲା ଏବଂ ଆମ୍ଭେ ଚାଲି ଚାଲି ଘରକୁ ଫେରି ଆସିଲୁ ।

ତେବେ ବନ୍ଧୁଗଣ ବରିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସେଦିନ ଗାନ୍ଧୀଜୀ ଙ୍କ ସହିତ ଘଟିଥିବା ଘଟଣା ସମ୍ବନ୍ଧରେ କହିଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *