ସ୍ତ୍ରୀ ଲୋକଙ୍କର ପ୍ରତି ଆକର୍ଷଣ ହେଉଛି ଯୁବ ସମାଜର ଏକ ବିରାଟ ବଡ ସମସ୍ୟା । ଏ ଆକର୍ଷଣ ଯଦି ସୀମା ବଦ୍ଧ ହୋଇ ରୁହେ ତା ହେଲେ ସବୁ ଠିକ ଅଛି । ଏ ଆକର୍ଷଣ ଯଦି ଅଧିକ ହୁଏ ମଣିଷକୁ ବିପଦ ଗାମୀ କରାଏ ମଣିଷ ନିଜ ଜୀବନରେ ବହୁତ ଖରାପ ପରିସ୍ଥିତିର ସାମ୍ନା କରେ । ଆଉ ବେଳେବେଳେ ମଣିଷ ଭୁଲ ରାସ୍ତାକୁ ଯାଇ ଏମିତି କିଛି କରିପାରେ ସ୍ତ୍ରୀ ଲୋକଙ୍କ ଆକର୍ଷଣରେ ଯେଉଁଠୁ ଫେରିବା ଅସମ୍ଭବ ହୋଇଥାଏ ।
ତେବେ କଣ କରିଲେ ସ୍ତ୍ରୀ ଲୋକଙ୍କ ପ୍ରତି ଆକର୍ଷଣ ଆମ ମନ ମସ୍ତିସ୍କ ମଧ୍ୟରେ ସୀମା ବଦ୍ଧ ହୋଇରହିବ । ଏ ଜିନିଷ କାହାକୁ ଦିଶେ ନାହିଁ ହେଲେ ବନ୍ଧୁଗମ ମନ ମସ୍ତିସ୍କର ଖେଳ ହେଉଛି ଏ ବିଶ୍ଵର ସବୁଠାରୁ ବଡ ଖେଳ । ଯଦି ମଣିଷ ମନ ମସ୍ତିସ୍କକୁ ଆୟତ ନ କରିପାରୁଛି ତା ହେଲେ ବାହାରୁ ଓ ଭିତରୁ ସେ ବହୁତ ସୁନ୍ଦର ଦିଶେ । ଆଗରୁ ଓ ବାହାରୁ ଦେଖିଲେ ସେ ବହୁତ ଶାନ୍ତ ଦିଶେ । କିନ୍ତୁ ସେ ମନ ମସ୍ତିସ୍କ ଆନ୍ତରିକ ଝଡ ଝଞ୍ଜା ଭିତରେ ପ୍ରବେଶ କରୁଥାଏ ।
ଯଦି ଏହି ମନ ମସ୍ତିସ୍କ ଥରେ ରୋଗାକ୍ରାନ୍ତ ହେଇଗଲା କୌଣସି ଖରାପ ବିଚାରରେ ଆଘାତ ହେଇଗଲା ତା ଜୀବନଟି ସଂପୂର୍ଣ୍ଣ ରୂପେ ନର୍କରେ ପରିଣତ ହୁଏ । ଯଦି ଏ ଯୁବକ-ଯୁବତୀ ମନରେ ଠିକ ସମୟରେ ଠିକ ଅମୂଲ୍ୟ ଜ୍ଞାନ ପ୍ରବେଶ ନ କରେ ସେମାନେ ଯଦି ସଦା ସର୍ବଦା ଆକର୍ଷଣରେ ଅଟକି ଯାନ୍ତି ତା ହେଲେ ସେମାନେ ଜୀବନରେ ଯେଉଁ ସଫଳତା ପାଇଥାନ୍ତେ ତାହା ପାଇ ନଥାନ୍ତି ।
ବନ୍ଧୁଗଣ ଯେଉଁ ମଣିଷ ଜୀବନର ପ୍ରକୃତ ଜ୍ଞାନକୁ ଜାଣିଛି ଓ ସାଧନା କରିଛି ସେ ଜୀବନର ପରମ ସତ୍ୟକୁ ଅନୁଭବ କରିଛି । ବନ୍ଧୁଗଣ ଆପଣ ମାନେ ନିଜ ଅନ୍ତରକୁ ଦେଖନ୍ତୁ । ଯେଉଁ ଦିନ ଆପଣ ନିଜ ଅନ୍ତରକୁ ଦେଖିଦେବେ ପ୍ରକୃତରେ କେଉଁ ଶରୀର ଭିତରେ କିଏ ବିଦ୍ୟମାନ ଅଛି ଜାଣିବେ ସେ ଜାଗାରେ କେତେ ବି ସୁନ୍ଦର ସ୍ତ୍ରୀ ଆସୁ କେତେ ବି ଆକର୍ଷିତ ଲାଗୁ ହେଲେ ସେହି ଜାଗାରେ ଆପଣଙ୍କୁ କିଛି ବି ଫରକ ପଡିବ ନାହିଁ ।
ଗୋଟେ ଜିନିଷ ଅନୁଭବ କରିବେ ଯେ ଆପଣ ନିଜ ସହ କଥା ହେଉଛନ୍ତି ଆପଣଙ୍କ ଭିତରେ ଯେଉଁ ସତ୍ତା ଅଛି ସ୍ତ୍ରୀ ମଧ୍ୟରେ ବି ସେହି ସତ୍ତା ଅଛି । ସ୍ତ୍ରୀ ପାଖରେ କିଛି ଜ୍ଞାନର ଅଭାବ ରହିପାରେ କିଛି ଅନୁଭୂତିର ଅଭାବ ରହିପାରେ । ବନ୍ଧୁଗଣ ଶରୀର ହେଉଛି ବସ୍ତ୍ର ଭଳି ତେଣୁ ଆପଣ ଶରୀରକୁ ଦେଖି ଆକର୍ଷିତ ହୁଅନ୍ତୁ ନାହିଁ । ସ୍ତ୍ରୀର ମନକୁ ଦେଖନ୍ତୁ ଆଉ ତାକୁ ସମ୍ମାନ କରନ୍ତୁ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ