ବନ୍ଧୁଗଣ ଆମ ଦେଶରେ ଅନେକ ମନ୍ଦିର ଅଛି ଯେଉଁଠି ପ୍ରତି ଲୋକଙ୍କ ଆସ୍ଥା ଅତ୍ୟୁଟ ଦେଖିବାକୁ ମିଳିଥାଏ । ସଂସାରରେ ବହୁତ ଲୋକ ଅଛନ୍ତି ଯେଉଁ ମାନେ ଭଗବାନଙ୍କୁ ଖୁବ ଭକ୍ତି କରିଥାନ୍ତି । ସେହିପରି ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ଇଶ୍ଵରଙ୍କ ଉପରେ ଅଧିକ ବିଶ୍ଵାସ କରି ନଥାନ୍ତି । ଏ ଦୁନିଆରେ ଭଗବାନଙ୍କ ଆଦେଶରେ ସବୁ କିଛି ଚାଲିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଚମତ୍କାରୀ ହନୁମାନ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠି ଚାଲୁଥିବା ଟ୍ରେନର ଗତି ହଠାତ କମିଯାଏ ।
ଏସବୁ ଦେଖି ଲୋକ ମାନେ ଆଶ୍ଚର୍ଯ୍ୟ ହୋଇଯାନ୍ତି । ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ । ମଧ୍ୟପ୍ରଦେଶର ଶଜାପୁର ଜିଲ୍ଲାରେ ପୁଲେଇ ଗ୍ରାମରେ ରହିଛି ଏହି ଚମତ୍କାରୀ ମନ୍ଦିର ଯାହା ଶ୍ରୀ ସିଦ୍ଧବିର ହନୁମାନ ମନ୍ଦିର ଭାବରେ ବେସ ଜଣାଶୁଣା । ଲୋକମାନେ କୁହନ୍ତି ଯେ, ଏହି ମନ୍ଦିର ବହୁତ ପ୍ରାଚୀନ ।
ଏଠାରେ ବିଶ୍ଵାସ ରହିଛି ଯେ, ଯଦି ଆପଣ ହୃଦୟରୁ କିଛି ମାଗନ୍ତି ତେବେ ଏହା ନିଶ୍ଚିତ ଭାବରେ ପୂରଣ ହୋଇଥାଏ । ଏହି ମନ୍ଦିରରେ ଭକ୍ତଙ୍କ ବିଶ୍ଵାସ ଅତ୍ୟନ୍ତ ଶକ୍ତିଶାଳୀ । ଏହି ମନ୍ଦିର ବିଷୟରେ ଲୋକମାନେ କୁହନ୍ତି ଯେ, ହନୁମାନ ଲୋକମାନଙ୍କର ଭବିଷ୍ୟତ କୁହନ୍ତି । ଏହା ଦ୍ଵାରା ଲୋକ ମାନଙ୍କ ଉପରେ ଆସୁଥିବା ସଙ୍କଟ ଦୂର ହୋଇଥାଏ । ଏହି ହନୁମାନ ମନ୍ଦିରକୁ ଅତ୍ୟନ୍ତ ଚମତ୍କାର ବୋଲି ବର୍ଣ୍ଣନା କରାଯାଇଛି ।
ସ୍ଥାନୀୟ ଲୋକେ କହିଛନ୍ତି ଯେ, ଏହି ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ଭକ୍ତ ଭବିଷ୍ୟତର ଅସୁବିଧାକୁ ଜାଣି ନିଜକୁ ରକ୍ଷା କରନ୍ତି । ତେବେ କୁହାଯାଏ ଏହି ମନ୍ଦିର ପ୍ରାୟ 300 ବର୍ଷ ପୁରୁଣା ଏଠାରେ ଭଗବାନ ହନୁମାନ ଗଣେଶଙ୍କ ସହ ବିରାଜମାନ କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଏହି ମନ୍ଦିରର ନିର୍ମାଣ ଠାକୁର ଦେବସିଂହ କରିଥିଲେ । ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ମନ୍ଦିର ଦେଇ ଯାଉଥିବା ସମସ୍ତ ଟ୍ରେନ ଗୁଡିକର ଗତି ହଠାତ କମିଯାଏ ।
ଲୋକମାନେ କୁହନ୍ତି ଏହା ମହାବଳୀ ହନୁମାନଙ୍କର ଏକ ଅଦ୍ଭୁଦ ଚମତ୍କାର । ଏହି ମନ୍ଦିର ପାଖ ଦେଇ ଯାଉଥିବା ସମସ୍ତ ଟ୍ରେନର ଗତି କମିଯାଏ ଏମିତି କେଉଁ ଟ୍ରେନ ନାହିଁ ଯାହା ମନ୍ଦିର ପାଖରେ ଯିବା ସମୟରେ ଗତି କମି ନଥାଏ । ମନ୍ଦିରର ପୁରହିତ କହିଛନ୍ତି ଯେ, କିଛି ବର୍ଷ ପୂର୍ବେ ଏଠାରେ ଦୁଇଟି ମାଲଗାଡି ଟ୍ରେନ ଧକ୍କା ହୋଇଥିଲା । ଟ୍ରେନରେ କାମ କରୁଥିବା କିଛି ଅଧିକାରୀ କହିଥିଲେ ଯେ, ଟ୍ରେନ ଧକ୍କା ହେବା ପୂର୍ବରୁ ତାଙ୍କୁ କିଛି ଆଭାସ ମିଳିଥିଲା ।
ତାଙ୍କୁ ଏମିତି ଲାଗୁଥିଲା ଯେ, ତାଙ୍କୁ କିଏ ମାଲଗାଡିର ବେଗ କମ କରିବାକୁ କହୁଛି । ଏହା ଦ୍ଵାରା ସେ ମାଲଗାଡିର ଗତି କମ କରିଥିଲା ଯାହାଫଳରେ ସେହି ଧକ୍କା କାରଣରୁ କିଛି ବିଶେଷ କ୍ଷୟ କ୍ଷତି ହୋଇ ନଥିଲା । ହେଲେ ବନ୍ଧୁଗଣ ଏହା ସତ ଯେ, ହନୁମାନ ମନ୍ଦିର ପାଖ ଦେଇ ଯାଉଥିବା ସମସ୍ତ ଟ୍ରେନର ବେଗ ଆପେ ଆପେ କମିଯାଏ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।