ମଣିଷ ଯାହା କରିବା କଥା ତାକୁ କରେ ନାହିଁ ଯାହା ନ କରିବା କଥା ତାକୁ କରେ । ଯାହା କହିବା କଥା ତାକୁ କୁହେ ନି ଯାହା ନ କହିବା କଥା ତାକୁ କୁହେ । କାହାକୁ ପ୍ରଶଂସା କରିବା ଉଚିତ ମଣିଷ ତାହା କରେ ନା ପ୍ରଶଂସା କରିଲେ ସେ ବି ପ୍ରଶଂସାର ପାତ୍ର ହୁଆନ୍ତା । କିନ୍ତୁ ମଣିଷ ସବୁବେଳେ ନିଜର ପ୍ରଶଂସା କରେ ଆଉ ନିଜର ପ୍ରଶଂସା କରୁଥିବା ଲୋକକୁ କେହି ବି ଭଲ ପାନ୍ତି ନାହିଁ । ଠିକ ସେମିତି ମଣିଷ ଯେଉଁ କଥା ଗୁପ୍ତ ରଖିବା କଥା ତାକୁ ପ୍ରକାଶ କରେ ଆଉ ଯେଉଁ କଥାକୁ ପ୍ରକାଶ କରିବା କଥା ତାକୁ ଗୁପ୍ତ ରଖେ ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏପରି କଥା ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ସବୁବେଳେ ଅନ୍ୟ ମାନଙ୍କ ଠାରୁ ଗୁପ୍ତ ରଖିବା ଉଚିତ ନଚେତ ଆପଣ ଆଗକୁ ଅନେକ ସମସ୍ୟାର ସମ୍ମୁଖୀନ ହେବେ ।
୧. ଆପଣଙ୍କ ଆର୍ଥିକ ଅବସ୍ଥା ବିଷୟରେ କେବେବି କାହାକୁ ପ୍ରକାଶ କରିବା ଉଚିତ ନୁହେଁ । ଆପଣ କେତେ ଟଙ୍କା ବି ରୋଜଗାର କରନ୍ତୁ ନା କାହିଁକି କେବେବି କାହା ଆଗରେ ପ୍ରକାଶ କରିବେ ନାହିଁ । ହେଲେ ଆଜିକାଲି ମଣିଷ ଯେତିକି ଟଙ୍କା ରୋଜଗାର କରୁଛନ୍ତି ତାର ପାଞ୍ଚ ଗୁଣ ଟଙ୍କା ଅନ୍ୟଙ୍କୁ କହୁଛନ୍ତି । ପର ଲୋକ ତ ଦୂରର କଥା ନିଜ ଲୋକ ହିଁ ଈର୍ଷା କରିବେ ।
୨. ବନ୍ଧୁଗଣ ଆପଣ ଯଦି କାହାକୁ ପ୍ରେମ କରୁଛନ୍ତି ବା କାହା ସହ ସମ୍ବନ୍ଧ ରଖିଛନ୍ତି ତା ହେଲେ ସବୁ ବେଳେ ଏହି କଥାକୁ ଗୁପ୍ତ ରଖନ୍ତୁ । ଆଜିର ସମୟରେ ଲୋକ ଯେତେ ସରଳ ହୋଇଥାନ୍ତୁ ନା କାହିଁକି ତାଙ୍କ ପଛରେ ଏକ କଳା ଛବି ଥାଏ ଯାହା ଆପଣଙ୍କ ସମ୍ବନ୍ଧ ଉପରେ କଳା ନଜର ପକାଏ । ଏହା ଦ୍ଵାରା ଆପଣଙ୍କ ସମ୍ପର୍କ ଭାଙ୍ଗି ପରେ ।
୩. ଆପଣ ମାନେ ଆଗକୁ କଣ କରିବାକୁ ଚାହୁଁ ଛନ୍ତି ସେ ବିଷୟରେ କାହାକୁ ପ୍ରକାଶ କରନ୍ତୁ ନାହିଁ । ଆପଣଙ୍କ ଆସନ୍ତା କାର୍ଯ୍ୟ ପନ୍ଥା କଣ ଅଛି ତାକୁ ନିଜେ ଯୋଜନା କରନ୍ତୁ ଓ ଗୁପ୍ତ ରଖନ୍ତୁ । ଯଦି ଆପଣ ଏହି ସବୁ କଥା ଅନ୍ୟ ଆଗରେ ପ୍ରକାଶ କରିବେ ତା ହେଲେ ଆପଣଙ୍କର ଯିଏ ବିରୋଧୀ ହୋଇଥାଏ ହୁଏତ ସେ ଆପଣଙ୍କ ଠାରୁ ସୁନ୍ଦର ଯୋଜନା କରି ଆପଣଙ୍କ ଆଗରୁ ସଫଳ ହୋଇପାରେ ।
୪. ଏହି ଦୁନିଆରେ ଥିବା ପ୍ରତ୍ୟକ ମଣିଷଙ୍କର ଭୁଲ ହୁଏ ଓ ତାଙ୍କର କିଛି ନା କିଛି ଦୁର୍ବଳତା ଥାଏ । ତେଣୁ ଆପଣ ମାନେ ନିଜ ଦୁର୍ବଳତା ବିଷୟରେ ଅନ୍ୟ କାହାକୁ କେବେବି ପ୍ରକାଶ କରନ୍ତୁ ନାହିଁ । ଆପଣଙ୍କ ବିରୋଧୀ ଆପଣଙ୍କ ଦୁର୍ବଳତାକୁ ବ୍ୟବହାର କରି ଆପଣଙ୍କୁ ହାରାସ କରିପାରେ । ତେଣୁ ବନ୍ଧୁଗଣ ଏହି ସବୁ କଥା ଗୁଡିକୁ ସଦା ସର୍ବଦା ଗୁପ୍ତ ରଖନ୍ତୁ, ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।