ବଦଳିବ ଖରାଛୁଟି ସମୟ ? ଦେଖନ୍ତୁ ଖରା ଛୁଟି କୁ ନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ Sameer Ranjan Das, ଦେଖନ୍ତୁ Video

ବନ୍ଧୁଗଣ, ଖରା ଛୁଟି କୁ ନେଇ ବଢିଲା ଦ୍ଵନ୍ଦ ଖରା ଯେଉଁଭଳି ଭାବରେ ବଢିଲାଣି ଛୁଟି ସେହିଭଳି ଭାବରେ ବଢିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ମେ ମାସର ତାତି ସହିତ ଛୋଟ ପିଲା ମାନେ ସ୍କୁଲ କୁ ଯାଇ ପାରିବେ ଏ କଥା ଚିନ୍ତା କରି ହେଉ ନାହିଁ । ଏଣୁ ଗଣ ଶିକ୍ଷା ବିଭାଗ ଖରା ଛୁଟି ନିଷ୍ପତ୍ତି ବଦଳାଉ ବୋଲି ଅଭିଭାବକ ସଂଘ ଏବଂ ଶିକ୍ଷାବିତ ମାନେ ମତ ରଖିଛନ୍ତି । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ।

ବର୍ତ୍ତମାନ ଅସମ୍ଭାଳ ତାତି ଦିନ ୧୦ ଟା ପରେ ଘରୁ ବାହାରିବା ମୁସ୍କିଲ । ସକାଳୁଆ ସ୍କୁଲ ସାରି ପିଲାମାନେ ଘରକୁ ଫେରିବା ସମୟରେ ଖରାରେ ସେମାନେ ସିଝି ଯାଉଛନ୍ତି । ଏଣୁ ଜୁନ ମାସ ଯାଏଁ ଯେ ପାଠପଢା ଚାଲିପାରିବ ତାକୁ ନେଇ ବଢିଛି ଅନିଶ୍ଚିତତା । ଏବଂ ଖରାଛୁଟି କୁ ନେଇ ମଧ୍ୟ ଏବେ ଠାରୁ ଉପୁଜିଲାଣି ଦ୍ଵନ୍ଦ । ମେ ମାସରୁ ନୂଆ ଶିକ୍ଷାବର୍ଷ ଆରମ୍ଭ କରି ସକାଳ ୬ ରୁ ୯ ପାଠପଢା ପାଇଁ ଗଣଶିକ୍ଷା ବିଭାଗ ଖସଡା ପ୍ରସ୍ତୁତ କରିଛି ।

ଏବେଠାରୁ ତାତି ଯେମିତି ଡରାଇଲାଣି ମେ ମାସରେ କେମିତି ପାଠପଢା ହେବ ତାକୁ ନେଇ ଚିନ୍ତା ବଢିଛି । ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ ସକାଳ ୯ ଟା ସୁଦ୍ଧା କ୍ଳାସ ସରିଗଲେ ପିଲାମାନେ ପ୍ରାଏ ୩୦ ମିନିଟ ଭିତରେ ଘରେ ପହଞ୍ଚିଯିବେ । ଯଦି ଆଗକୁ ତାତି ଅସମ୍ଭାଳ ହୁଏ ସେତେବେଳେ ବିଚାର କରାଯିବ । ମାତ୍ର ବର୍ତ୍ତମାନ ମେ ପାଠପଢା ଏବଂ ଜୁନ ଖରାଛୁଟି ନିଷ୍ପତ୍ତି ରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଶିକ୍ଷାମନ୍ତ୍ରୀ ଙ୍କ କଥାକୁ ବିରୋଧ କରି ଅଭିଭାବକା ସଂଘ କହିଛନ୍ତି ଯେ ଖରାରେ ଛୋଟ ଛୋଟ ପିଲା ସ୍କୁଲ ଆସିବା ଘରକୁ ଫେରିବା ଚିନ୍ତା ଜନକ କଥା । ପାଠପଢା ସହିତ ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ମଧ୍ୟ ସରକାର ଙ୍କର ବିଚାର କରିବା କଥା । ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡିଶାରେ ଗ୍ରୀଷ୍ମ ସ୍ଥିତି ସାଂଘାତିକ ରହିଅଛି ।

ଗଣଶିକ୍ଷା ବିଭାଗ ଖାଲି ଭୁବନେଶ୍ଵର କୁ ନ ଦେଖି ସାରା ରାଜ୍ୟ ର ଗ୍ରୀଷ୍ମ ସ୍ଥିତି କୁ ଦେଖିଲେ ଆଗୁଆ ଖରାଛୁଟି କରିବା ଲାଗି ଶିକ୍ଷାବିତ ମାନେ କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *