ମହିଳା ପୂଜା କରୁଥିବା ସମୟରେ ହଠାତ ଉଭା ହେଲେ ସ୍ଵୟଂ ନାଗରାଜ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video ରେ

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଲୋକ ମାନଙ୍କ ମନରେ ରେ ଅନ୍ଧ ବିଶ୍ୱାସ ରହିଛି କି ସାପ କାମୁଡ଼ିଲେ ଝାଡ଼ ଫୁଙ୍କା କରିବା କିନ୍ତୁ ସାପ କାମୁଡ଼ିଲେ ତାକୁ ପ୍ରଥମେ ଯେପରି ବିଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷତ ସ୍ଥାନରେ ଏକ କପଡାକୁ ଜୋରରେ ବାନ୍ଧି ଦେବେ ଏବଂ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ । ଅନ୍ଧବିଶ୍ୱାସର ଶିକାର ହେଲେ ନିଜ ଜୀଵନ ମଧ୍ୟ ହରାଇ ପାରିବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବିଷ ବହୁତ ଖତରନାକ ଥାଏ ।

ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ । ତେବେ ଯଦି ସାପ ଆପଣଙ୍କ ଘରେ ଦେଖା ଦିଏ ତେବେ ତା ଉପରେ କେବେବି ଫିନାଇଲ ପକେଇବେ ନାହିଁ ବରଂ କିଛି ରସୁଣ କୁ ବାଟି ତା ପାଖରେ ରଖିଦେଲେ ସେ ମରିବ ନାହିଁ କିମ୍ବା ରାଗିବ ମଧ୍ୟ ନାହିଁ ଏବଂ ଚୁପଚାପ ପଳେଇବ ମଧ୍ୟ । ତେବେ ବର୍ତ୍ତମାନ ଜଂଗଲ କାଟି ସେଠାରେ ଘର କିମ୍ବା କାରଖାନା ଆଦି ବସାଉ ଛନ୍ତି ଲୋକମାନେ ତେବେ ଏହା ଯୋଗୁଁ ଜଂଗଲ ରେ ରହୁଥିବା ପଶୁ ମାନେ ଲୋପ ପାଇ ଯାଉଛନ୍ତି ।

କାରଣ ଜଂଗଲ କାଟିବା ଦ୍ୱାରା ସେମାନେ ବେଘର ହୋଇ ଏଠି ସେଠି ବୁଲନ୍ତି ଏବଂ ସହର କୁ ଆସି ଯାଆନ୍ତି କେତେବେଳେ କାହା ଘରେ ପଶି ଯାଆନ୍ତି ଏବଂ ସେମାନେ ଏହି ଜଂଗଲି ପଶୁ କିମ୍ବା ସାପ ଆଦି କୁ ଦେଖି ଭୟବିତ ହୋଇ ସେମାନଂକୁ ମାରି ଦିଅନ୍ତି । ତେବେ କିନ୍ତୁ ଏପରି କରିବା ବଦଳରେ ସେମାନଙ୍କୁ ଉଦ୍ଧାର କରି ଜଂଗଲ ଭିତରେ ଛାଡ଼ିଦେବା ଏବଂ ପ୍ରୟାସ କରିବା କି ଜଂଗଲ ଗଠନ କରି ପାରିବା ।

ତେବେ ଏହି ଭଳି ଏକ ଘଟଣା ଘଟିଛି ଓଡିଶା ଭଦ୍ରକ ଜିଲ୍ଲା ର ଏକ ଗାଁ ରେ ଜଣଙ୍କ ଘରେ ପୂଜା କରୁଥିବା ସମୟରେ ଏକ ବିଷଧର କୋବ୍ରା ସାପ ପଶି ଯାଇଥିଲା ତେବେ ସେମାନେ ଡରି ଯାଇଥିଲେ ଏବଂ ପରେ ସେମାନେ ସାପ ଉଧାର କରୁଥିବା ମିର୍ଜା ଏମ ଡ଼ି ଆରିଫ ଙ୍କୁ ଡାକି ଥିଲେ ଏବଂ ସେ ଆସି ଖୁବ ସାବଧାନତାର ସହିତ ସେହି ସାପ ଟି କୁ ଉଦ୍ଧାର କରି ଜଂଗଲ ରେ ଛାଡି ଦେଇଥିଲେ ।

ତେବେ ସେହି ଘରର ଲୋକମାନେ ଅନ୍ଧବିଶ୍ୱାସି ଭାବରେ କାନ୍ଦି ଥିଲେ ଏବଂ ସାପ କୁ ମୁଣ୍ଡିଆ ମାରି ତାଙ୍କୁ କ୍ଷମା ମାଗୁଥିଲେ । ତେବେ ସେହି ଘରର ଜଣେ ମହିଳା ସେହି ବୋତଲ ଯେଉଁ ଥିରେ ସାପ ଥିଲା ତାକୁ ଧରି କାନ୍ଦି ମୁଣ୍ଡ ରେ ମାରି ମହାଦେବ ଙ୍କୁ ପାର୍ଥନା କରିବା ସହ ଆମକୁ କ୍ଷମା କରିଦେବେ ବୋଲି ମଧ୍ୟ କହୁଥିଲେ । ତେବେ ଏହି ଭଳି ଅନ୍ଧବିଶ୍ୱାସ ରଖିବା ଉଚିତ ନୁହେଁ । କାରଣ ସାପ କୌଣସି ମୁହୂର୍ତ୍ତରେ ମଧ୍ୟ ଆପଣଙ୍କ ଜୀଵନ ନେଇ ପାରେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *