ପ୍ରତ୍ଯେକ ପରିସ୍ଥିତିରେ ଶାନ୍ତ ରହିବା ଶିଖନ୍ତୁ, ଜୀବନର 99 % ସମସ୍ଯା ସମାଧାନ ହେଇଯିବ (Motivational Story)

ନମସ୍କାର ବନ୍ଧୁଗଣ ତେବେ ମନୁଷ୍ୟ ପ୍ରତ୍ୟକ ପରିସ୍ଥିତିରେ ନିଜକୁ ଶାନ୍ତ ରହିବ ଦରକାର । ଏହି ସ୍ଵଭାଵଟି ଆମେ ସମସ୍ତେ ଜାଣୁ । ଭଗବାନ ଶ୍ରୀକୃଷ୍ଣ ପିଲାଦିନରୁ ହିଁ ବହୁତ ଚଗଲା ଥିଲେ । ଆଉ ସେ ଏହି କଥା ଜାଣିଥିଲେ କି କଂସ ମାମୁଁ ତାଙ୍କୁ ବାରମ୍ବାର ମାରିବାକୁ ଚାଁହୁଚନ୍ତି । ତା’ପରେ ମଧ୍ୟ ସେ ଶାନ୍ତିଶିଷ୍ଟ ଭାବରେ ରହୁଥିଲେ । ସମୟ ଆସିବା ପରେ ଭଗବାନ ଶ୍ରୀକୃଷ୍ଣ କଂସଙ୍କ ସବୁ ପ୍ରହରର ଯଥାର୍ଥ ଉତ୍ତର ଦେଇଥିଲେ । ଏହି କଥାରୁ ଆମକୁ ଶିଖିବାକୁ ହେବ ଯେ, ପରିସ୍ଥିତି ଯାହା ହେଉ ନା କାହିଁକି ଆମେ ନିଜକୁ ଶାନ୍ତ ରଖିବାକୁ ପଡିବ ।

ଉତ୍ତେଜିତ ହୋଇ କୌଣସି କଥା କାହାକୁ କହିବା ନାହିଁ କି ଉତ୍ତେର୍ଜିତ ସ୍ଥିତିରେ କୌଣସି ନିଷ୍ପତ୍ତି ନେବା ଠିକ ନାହିଁ। ତେବେ ଜୀଵନ ର ସବୁ ସମୟରେ ସବୁ ପରିସ୍ଥିତି ର ସାମ୍ନା କରିବା ଆବଶ୍ୟକ। ତେବେ ଆସନ୍ତୁ ଏକ କାହାଣୀ ମାଧ୍ୟମରେ ଏହାର ଯଥାର୍ଥ ବିଷୟରେ ଆଲୋଚନା କରିବା।ତେବେ ଜାପାନ ସହରରେ ଜଣେ ଫକୀର ଥିଲେ ଏବଂ ସେ ଜଣେ ମହାନ ମଣିଷ ଥିଲେ। ତେବେ ତାଙ୍କ ବାଣୀ କୁ ଅମୂଲ୍ୟ ବାଣୀ ମଧ୍ୟ କୁହା ଯାଉଥିଲା।

ତେବେ ସେଠାକାର ଜଣେ କୋଟିପତି ସେହି ଫକୀର ବା ସାଧୁ ଙ୍କୁ ନିଜ ଘରକୁ ଆମନ୍ତ୍ରଣ କରିଥିଲେ ଏବଂ ଘରର ସାତ ମହଲରେ ଏହି ସଭା ର ଆୟୋଜନ କରିଥିଲେ।ତେବେ ଫକୀର ନିଜ ବାଣୀ ଆରମ୍ଭ କରିବାର କିଛି ସମୟରେ ଭୂମିକମ୍ପ ହେବା ଆରମ୍ଭ ହେଲା ଏବଂ ଏହା ପରେ ଯିଏ ଯେଉଁଠି ଥିଲା ଏବଂ ଯିଏ ଯୁଆଡେ ପାଇଲା ସେଠାକୁ ଧାଇଁଲା। ତେବେ ସିଡ଼ି ରୁ ତଳକୁ ଓଲ୍ହାଇ ଆସିବା ପରେ ସେହି ଆୟୋଜକ ଫକୀର ଙ୍କ କଥା ଭାବି ଫୁଣି ଉପରକୁ ଗଲେ ।

ଦେଖିଲେ ସେହି ଫକୀର ଜଣକ ଆଖି ବନ୍ଦ କରି ସ୍ଥିର ଚିତ ଭାବରେ ବସିଛନ୍ତି ସବୁ ଜିନିଷ ପତ୍ର ତଳେ ପଡିଛି କିନ୍ତୁ ସେ ସେମିତି ବସିଛନ୍ତି।ତେବେ କିଛି ସମୟ ପରେ ଭୂମିକମ୍ପ ବନ୍ଦ ହୋଇଗଲା ଏବଂ ସମସ୍ତେ ଫୁଣି ସେଠାକୁ ଫେରି ଆସିଲେ। ତେବେ ସେହି ସମୟରେ ସେହି ଆୟୋଜକ ପଚାରିଲେ କି ଯେତେବେଳେ ସମସ୍ତେ ନିଜ ଜୀଵନ ବଞ୍ଚାଇବା ପାଇଁ ଦୌଡ଼ି ପଳାଉଥିଲେ  ।

ସେତେବେଳେ ଆପଣ ଚୁପଚାପ କିପରି ବସି ରହିଥିଲେ ଏହାର ଉତ୍ତର ଦିଅନ୍ତୁ।ତେବେ ସେହି ଫକୀର ଜଣକ ଉତ୍ତର ଦେଇଥିଲେ କି ତୁମେ ମାନେ ଯେତେବେଳେ ନିଜ ଜୀଵନ କୁ ବଞ୍ଚାଇବା ପାଇଁ ବାହ୍ୟ ଦୁନିଆ କୁ ଦୌଡୁ ଥିଲ ସେତେବେଳେ ମୁଁ ଅନ୍ତର୍ଦୁନିଆ ଭିତରେ ଥିଲି ।

ତେବେ ସେହି ପରି ଜୀଵନ ରେ ସମସ୍ୟା ଦେଖାଯିବ ବିପଦ ଆସିବ ବଡ଼ରୁ ବଡ଼ ସଙ୍କଟ ମଧ୍ୟ ଆସିବ କିନ୍ତୁ ତାକୁ ଦେଖି ପଳାୟନ ନ କରି ତାର ସାମ୍ନା କରିବା ଆବଶ୍ୟକ ଏବଂ ତାହା ଫୁଣି ନିଜ ଅନ୍ତର ଆତ୍ମା ର ଶକ୍ତି ରେ ତେବେ ଅନ୍ତର ର ଆତ୍ମା କୁ ପାଇବାକୁ ହେଲେ ପ୍ରଥମେ ଆପଣ ଙ୍କୁ ସବୁବେଳେ ଶାନ୍ତ ମନୋଭାବ ରଖିବାକୁ ପଡିବ ଏହା ଦ୍ୱାରା ଆପଣ ସବୁ ସମସ୍ୟା ରୁ ମୁକ୍ତ ହୋଇ ପାରିବେ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *