ବନ୍ଧୁଗଣ ଆଜି ଆମେ ଜାଣିବା ନେତାଙ୍କ ଦରମା ସହିତ ଏକ୍ସଟ୍ରା ସୁବିଧା ଓ ସେମାନଙ୍କର ମାସିକ ଭତ୍ତା, ପେନସନ ବିଷୟରେ । ଆମ ଓଡିଶାରେ ତିନୋଟି ପ୍ରମୁଖ ଦଳ ଅଛନ୍ତି ତଥା ବିଜେଡି, ବିଜେପି ଓ କଂଗ୍ରେସ । ଏବେ ବିଜେଡି ପାଖରେ ପ୍ରଶାସନ ଭାର ଅଛି । ତେବେ କୌଣସି ଦଳର ୱାର୍ଡ ମେମ୍ବରକୁ ଦରମା ଦିଆଯାଏ ନାହିଁ । ଦୈନିକ ଭତ୍ତା 40 ଟଙ୍କା ମିଳେ । ଆଉ ପ୍ରତ୍ୟକ ମିଟିଂ ପାଇଁ 200 ଟଙ୍କା ମିଳେ ।
ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସରପଞ୍ଚ ଓ ନାଏବ ସରପଞ୍ଚ । ସରପଞ୍ଚଙ୍କୁ ମାସକୁ 2350 ଟଙ୍କା ମିଳେ ଆଉ ନାଏବ ସରପଞ୍ଚଙ୍କୁ 940 ଟଙ୍କା ଦରମା ମିଳେ । ଏହା ସହିତ ସେମାନଙ୍କୁ ଦୈନିକ ଭତ୍ତା 40 ଓ ପ୍ରତ୍ୟକ ମିଟିଂ ପାଇଁ 200 ଟଙ୍କା ମିଳେ । ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସମିତି ସଭ୍ୟ । ସମିତି ସଭ୍ୟଙ୍କୁ ମାସକୁ 2350 ଟଙ୍କା ଦରମା ମିଳେ ଏହା ସହ ଦୈନିକ ଭତ୍ତା 40 ମିଳେ ।
ପ୍ରତି ମିଟିଂ ପାଇଁ ସେମାନଙ୍କୁ 200 ଟଙ୍କା ମିଳେ । ପଞ୍ଚାୟତ ସମିତିର ଅଧ୍ୟକ୍ଷଙ୍କୁ ମାସିକ ଦରମା 3530 ଟଙ୍କା ମିଳେ ଆଉ ଉପାଧ୍ୟକ୍ଷଙ୍କୁ 2350 ଟଙ୍କା ଦରମା ମିଳେ । ଏହା ସହ ଉଭୟଙ୍କୁ ଦୈନିକ ଭତ୍ତା 40 ଓ ପ୍ରତି ମିଟିଂ ପାଇଁ 200 ଟଙ୍କା ମିଳେ । ଜିଲ୍ଲା ପରିଷଦ ସଦସ୍ୟଙ୍କୁ ମାସକୁ ଦରମା 3530 ଟଙ୍କା ମିଳେ । ଦୈନିକ ଭତ୍ତା 80 ଟଙ୍କା ଓ ପ୍ରତି ମିଟିଂ ପାଇଁ 220 ଟଙ୍କା ମିଳେ ।
ଜିଲ୍ଲା ପରିଷଦ ସଭାପତିଙ୍କୁ ମାସିକ ଦରମା 9380 ଟଙ୍କା ମିଳେ ଓ ଉପସଭାପତିଙ୍କୁ 7040 ଟଙ୍କା ମିଳେ । ଏହା ସହ ଉଭୟଙ୍କୁ ଦୈନିକ ଭତ୍ତା 80 ଓ ପ୍ରତି ମିଟିଂ ପାଇଁ 220 ଟଙ୍କା ମିଳେ । ବନ୍ଧୁଗଣ 1938 ମସିହାରେ ଇଂରେଜ ଶାସନ ସମୟରେ ଓଡିଶାର ଏମଏଲଏ ମାନଙ୍କ ଦରମା 75 ଟଙ୍କା ଥିଲା । ମାତ୍ର ସ୍ଵାଧୀନତାର କିଛି ବର୍ଷ ପରେ 1954 ମସିହାରେ ଏହି ଦରମା 200 ଟଙ୍କା ହୋଇଥିଲା ।
ଏମଏଲଙ୍କ ଦରମା ମାସକୁ 35 ହଜାର ଟଙ୍କା । ପରିବହନ ଖର୍ଚ୍ଚ 15 ହଜାର ଟଙ୍କା । ବିଜୁଳି ଖର୍ଚ୍ଚ 5 ହଜାର ଟଙ୍କା । ଟେଲିଫୋନ ଖର୍ଚ୍ଚ 8 ହଜାର ଟଙ୍କା । ମେଡିକାଲ ଖର୍ଚ୍ଚ 5 ହଜାର ଟଙ୍କା । ବହି ଓ ପତ୍ରିକା ଖର୍ଚ୍ଚ 2 ହଜାର ଟଙ୍କା ଓ ନିର୍ବାଚନ ମଣ୍ଡଳୀ ଖର୍ଚ୍ଚ 20 ହଜାର ଟଙ୍କା ମିଳେ । ସେମାନଙ୍କୁ 10 ହଜାର ଟଙ୍କା ଭତ୍ତା ମିଳିଥାଏ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।