ଟୁଟୁ ନାୟକ ଠିକ ନା ଭୁଲ ମିଳିଗଲା ପ୍ରମାଣ, ଓଲିଉଡ ଅଭିନେତା ବବି ମିଶ୍ର ଦେଲେ ପ୍ରତିକ୍ରିୟା !

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଏବେ ଓଡିଆ ଇଣ୍ଡଷ୍ଟ୍ରି ରେ ବିବାଦ ଆରମ୍ଭ ହୋଇ ଯାଇଛି । ଆଉ ଏହି ବିବାଦ ଅଭିନେତା ମନୋଜ ମିଶ୍ର, ଅନୁଭବ ମହାନ୍ତି, ଅରିନ୍ଦମ ରାୟ ଓ ପ୍ରଡ୍ୟୁସର ଟୁଟୁ ନାୟକ ଙ୍କୁ ନେଇ ଚାଲିଛି । ଫିଲ୍ମ ରିଲିଜ ନ ହେବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଆଉ ଏହାରି ମଧ୍ୟରେ ଟୁଟୁ ନାୟକ ଜଣେ ମହିଳା ସାମ୍ବାଦିକ ଙ୍କୁ ଚାପୁଡା ମାରିଥିବାର ଅଭିଯୋଗ ଆସିଛି ।

ଯାହାକୁ ନେଇ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ବବି ମିଶ୍ର । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ବବି ମିଶ୍ର କହିଛନ୍ତି ଯେ “ମୁଁ ତ କହିବି କୌଣସି କଳାକାର କି ପ୍ରଡ୍ୟୁସର ହୁଅନ୍ତି ସାମ୍ବାଦିକ ମାନେ ହେଉଛନ୍ତି ଚତୁର୍ଥ ସ୍ତମ୍ବ । ସମସ୍ତଙ୍କୁ ସମ୍ମାନ ଦିଆଯାଇଛି । ସେମାନେ ସମ୍ମାନର ପାତ୍ର । ଯେଉଁ ମାନେ ସମ୍ବାଦିକତା ବିଷୟରେ ଜାଣିଛନ୍ତି । ଏମାନଙ୍କ ପ୍ରତି ଯଦି ବ୍ୟବହାର କରାଯାଉଛି ଏହା ନିନ୍ଦନୀୟ ।

ଏହା ପ୍ରତି କଠୋର କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ଟୁଟୁ ନାୟକଙ୍କ ବିରୁଦ୍ଧରେ ଜାହ ବି ଅଭିଯୋଗ ଆସିଛି ତାହା ତ ମୁଁ ଦେଖି ନାହିଁ । ଯଦି ଏଭକି କିଛି ଘଟିଛି ତେବେ ଆଇନର ସାହାରା ନେବା ଉଚିତ । ତାର ଫଳାଫଳ ନିଶ୍ଚୟ ପାଇବେ । ମୋ ଚରିତ୍ରକୁ ପୁରା ସଂହାର କରାଯାଇଛି । କିନ୍ତୁ ମୋ ସହ ଯିଏ ମିଶଛନ୍ତି ସେମାନେ ଜାଣିଛନ୍ତି ମୁଁ କିଏ ? ମୁଁ ସ୍ପଷ୍ଟବାଦୀ ମୁଁ ସ୍ପଷ୍ଟ କଥା କୁହେ ବୋଲି ଲୋକେ ବିଭିନ୍ନ ରୂପ ଦିଅନ୍ତି ।

କିଏ କଣ କାହା ବିଷୟରେ କହିଛି ମୋର ସେଥିରେ ମୁଣ୍ଡ ପୁରାଇବାର ନାହିଁ । ସବୁବେଳେ ଚତୁର୍ଥ ସ୍ତମ୍ବ କୁ ସମ୍ମାନ ଦେଇ ମୁଁ ମୋ କାମ କରି ଚାଲିଛି । କେବେ ବି କାହା ସହ ଅଭଦ୍ରାମି କରି ନାହିଁ । ଯଦି ଏଭଳି ଘଟଣା ଘଟିଛି ତେବେ ଏହାର ସିସିଟିଭି ଫୋଟେଜ ଚେକ କରାଯାଉ । ଯଦି ଏମିତି କିଛି ନ ଘଟିଛି ବା ଦୁର୍ଘଟଣା ବଶତଃ ଘଟିଛି ତେବେ ତାହା ବିଷୟରେ କୌଣସି ଟିପ୍ପଣୀ ଦେବା ଉଚିତ ନୁହେଁ ।

ଏଥିପାଇଁ ଯେଉଁ ଆଇନ ଅଛି ତାହାର ପ୍ରଶୟ ନିଅନ୍ତୁ । କୋର୍ଟ କୁ ଯାଆନ୍ତୁ । ସେଠାରେ ବିଚାର ହେବ । ଫୋଟେଜ ରେ ଯଦି ପ୍ରମାଣିତ ହୁଏ ତେବେ ନିଶ୍ଚୟ ଟୁଟୁ ନାୟକ ନିର୍ଦ୍ଦୋଷ ହେବେ । ଯଦି ଦୁର୍ଘଟଣା ବଶତଃ ଏମିତି କିଛି ଘଟିଥିବ ତେବେ ପରସ୍ପର ମଧ୍ୟରେ ଆଲୋଚନା କରିଲେ ବହୁତ ଭଲ କଥା । ମୁଁ ଏ ବାବଦରେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁ ନାହିଁ । ଏହି ମାମଲାରେ ଯାହା ବି ସତ୍ୟାସତ୍ୟ ରହିଛି ତାହାକୁ ନେଇ ବିଚାର କରନ୍ତୁ” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *