ନମସ୍କାର ବନ୍ଧୁଗଣ । ପ୍ରଡ୍ୟୁସର ଟୁଟୁ ନାୟକ ଓ ମନୋଜ ମିଶ୍ରଙ୍କ ଅଡିଓ କଲ ଭାଇରାଲ ପରେ ଅରିନ୍ଦମ ଚାହିଁ ବସିଥିଲେ କଣ ସବୁ ଆଲୋଚନା ହୋଇଛି । କାରଣ ରେକର୍ଡିଙ୍ଗ ରେ କିଛି ଏମିତି କଥା ଆଲୋଚନା ହୋଇଥିଲା । ଯେଉଁଥିରେ ମନୋଜକୁ ଟୁଟୁ ନାୟକ କହିଥିଲେ ଓଲିଉଡ କଳି ଭିତରେ ନିଆଁରେ ଘିଅ ଢାଳିଛନ୍ତି ଅନୁଭବ ଓ ଅରିନ୍ଦମ । ଆଉ ଏହାରି ମଧ୍ୟରେ ଅରିନ୍ଦମ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି କିନ୍ତୁ ଲଲିପପ ଟି ଅପଲୋଡ କରିଛନ୍ତି ।
ଗତ କାଲିର ଅଡିଓ ଭାଇରାଲ ହେବା ପରେ ଅରିନ୍ଦମ ଆଜି ଲଲିପପ ଚକୋଲେଟ ର ଚିତ୍ର ପୋଷ୍ଟ କରିଛନ୍ତି । ଏହି ଅଡିଓ ଭାଇରାଲ ହେବା ପରେ ମନେ ହେଉଛି ସତରେ ଅରିନ୍ଦମ ଓ ଅନୁଭବ ନିଆଁରେ ଘିଅ ଢାଳୁଛି ନା ଟୁଟୁ ନାୟକ । ଟୁଟୁ ନାୟକ ଅରିନ୍ଦମ ଓ ଅନୁଭବଙ୍କ ସହ ଭଲ ସମ୍ପର୍କ ରଖୁଛନ୍ତି । ଏମିତିକି ଯେବେ ମନୋଜଙ୍କୁ ବ୍ୟାନ କରାଗଲା ସେତେବେଳେ ଅରିନ୍ଦମ ଙ୍କ ସାଥ ଦେଇଥିଲେ ଟୁଟୁ ନାୟକ ।
କିନ୍ତୁ ଟୁଟୁ ନାୟକ ଏପଟେ ମନୋଜଙ୍କୁ କହିଛନ୍ତି ଅରିନ୍ଦ ଅନୁଭବ ମିଶି ଓଲିଉଡ କଳିକୁ ଆଗକୁ ବଢାଇଛନ୍ତି ଆଉ ନିଆଁରେ ଘିଅ ଢାଲିଛନ୍ତି । ଏହି କଥାକୁ ନେଇ ଚର୍ଚ୍ଚା ହେବା ବେଳେ ଅରିନ୍ଦମ ଓ ଅନୁଭବ ଚାହିଁ ବସିଥିଲେ । ତେବେ ଏହି ଚକୋଲେଟ କାହା ପାଇଁ କିମ୍ବା ରାଗିକି କି ପକାଇଛନ୍ତି ନା ଖୁସିରେ ପକାଇଛନ୍ତି ଅରିନ୍ଦମ ତାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।
ଅରିନ୍ଦମ ଙ୍କୁ ନିଶ୍ଚୟ ବାଧିଥିବ କାରଣ ଟୁଟୁ ନାୟକ ତାଙ୍କର ବହୁତ କ୍ଳୋଜ ଥିଲେ । ଯେବେ ଟୁଟୁ ନାୟକ ଏତେ ନିକଟର ଥିଲେ ଏତେ ଭଲରେ ମିଶୁଥିଲେ ସେ ତାଙ୍କ ବିରୁଦ୍ଧରେ କେମିତି କହି ପାରିଲେ ମନୋଜ ମିଶ୍ର ଙ୍କୁ । କେମିତି କହି ପାରିଲେ ଓଲିଉଡ କଳି ପଛରେ ଅରିନ୍ଦମ ଓ ଅନୁଭବ ନିଆଁ ରେ ଘିଅ ଢାଳୁଛନ୍ତି । କେମିତି ଟୁଟୁ ନାୟକ ଏମିତି କଥା କହି ପାରିଲେ ।
ଅରିନ୍ଦମଙ୍କ ଫ୍ୟାନ୍ସ ମାନେ ଏହି ପୋଷ୍ଟ ପରେ ନିଜର ପ୍ରତିକ୍ରିୟାରେ ଲେଖିଛନ୍ତି ଏ ଲଲିପପ କାହାକୁ ଦେବାକୁ ଚାହୁଁଛନ୍ତି ଅରିନ୍ଦମ ମନୋଜ ମିଶ୍ରଙ୍କୁ ନା ଟୁଟୁ ନାୟକ ଙ୍କୁ । ଆଉ କିଏ କିଏ ଲେଖିଛନ୍ତି ଭାଇ ବୁଝିବା ଲୋକ ଠିକ ବୁଝିବେ । ହେଲେ କିଛି ଲୋକ ବୁଝିପାରୁ ନାହାନ୍ତି । ଆଉ କିଛି ଲୋକ ମନକୁ ମନ ଯାହା ବୁଝିବାର ଅଛି ବୁଝୁଛନ୍ତି । ଆଗକୁ ଯାଇ ଅନୁଭବ ଓ ଅରିନ୍ଦମ ଏହି ଭାଇରାଲ ଅଡିଓ କୁ ନେଇ କଣ ପ୍ରତିକ୍ରିୟା ଅରଖୁଛନ୍ତି ଏବେ ସମସ୍ତଙ୍କର ନଜର ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।