ତ୍ରିରଙ୍ଗାରେ ଘୋଡା ହୋଇ ଘରକୁ ଆସୁଛି ସହିଦ ଯବାନଙ୍କ ପାର୍ଥିବ ଶରୀର ! ବୀର ପୁଅକୁ ଦେଖିବା ଅପେକ୍ଷାରେ ଗ୍ରାମର ଶହ ଶହ ଲୋକ !

ତ୍ରିରଙ୍ଗାରେ ଘୋଡା ହୋଇ ବାହୁଡୁଛି ବୀର ପୁଅ ସରୋଜ ! ହଁ ଆଜ୍ଞା ନିକଟରେ ସିକିମରେ ହୋଇଥିବା ପ୍ରଳୟଙ୍କାରି ବନ୍ୟାରେ 23 ଜଣ ଭାରତୀୟ ଯବାନ ନିଖୋଜ ହୋଇଯାଇଥିଲେ । ସେଥିରେ ଆମ ଓଡିଶା ମାଟିର ଢେଙ୍କାନାଳ ଜିଲ୍ଲାର ବୀର ପୁଅ ପୁଅ ସରୋଜ ଦାସ ମଧ୍ୟ ଥିଲେ । ତେବେ ସେହି ଭୟଙ୍କର ବନ୍ୟାରେ ବୀର ଯବାନ ସରୋଜ ଦାସ ନିଖୋଜ ହୋଇଯାଇଥିଲେ । ପରେ ବନ୍ୟାର କାଦୁଅ ମାଟି ମଧ୍ୟରୁ ଯବାନ ସରୋଜ ଦାସଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା ।

ତେବେ ଆମ ଓଡିଆ ପୁଅ ବୀର ସରୋଜ ଦାସ ତ୍ରିରଙ୍ଗା ପତାକାରେ ଘୋଡା ହୋଇ ତାଙ୍କ ଜନ୍ମ ମାଟିକୁ ଫେରୁଛନ୍ତି । ତ୍ରିରଙ୍ଗାରେ ଘୋଡା ହୋଇ ସେନା ଗାଡିରେ ନିଜ ଜନ୍ମମାଟିକୁ ସହିଦ ହୋଇ ଫେରିବା ଏଭଳି ଭାଗ୍ୟ କେବଳ ଜଣେ ଯବାନଙ୍କର ହିଁ ହୋଇ ପାରିବେ । ଆଉ ମାତ୍ର କିଛି ଘଣ୍ଟାର ଅନ୍ତରାଳରେ ବୀର ଯବାନ ପୁଅ ସରୋଜଙ୍କ ପାର୍ଥିବ ଶରୀର ଆସି ତାଙ୍କ ଜନ୍ମମାଟିରେ ପହଞ୍ଚିଯିବେ । ସେନାର ଗାଡିରେ ସରୋଜଙ୍କର ପାର୍ଥିବ ଶରୀରକୁ ତ୍ରିରଙ୍ଗା ପତାକାରେ ଘୋଡାଇ ତାଙ୍କ ଘରକୁ ଅଣା ଯାଉଛି ।

ଯେଉଁ ଜନ୍ମ ମାଟିରେ ଦିନେ ବୀର ପୁଅ ଜନ୍ମ ଗ୍ରହଣ କରିଥିଲେ । ସେହି ଜନ୍ମ ମାଟିରେ ବୀର ପୁଅ ସହିଦ ଯବାନ ସରୋଜଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର କରାଯିବ । ସିକିମରୁ କଲିକତା ଓ କଲିକତାରୁ ଭୁବନେଶ୍ବର ଆସି ପହଞ୍ଚିବେ ବୀର ଯବାନ ସରୋଜ ଦାସ । ଦିନ 1 ଟା 30 ମିନିଟରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବ ବୀର ସହିଦ ଯବାନ  ସରୋଜ ଦାସଙ୍କ ପାର୍ଥିବ ଶରୀର । ସେଠାରୁ ସେନା ଗାଡି ସାହାଜ୍ଯରେ ତାଙ୍କର ପାର୍ଥିବ ଶରୀର ଗାଁ ଘର ପାଖକୁ ଆସିବ ।

ତେବେ ଅପର ପକ୍ଷରେ ବୀର ପୁଅ ସହିଦ ଯବାନ ସରୋଜ ଦାସଙ୍କର ପରିବାର ତଥା ଗ୍ରାମ ଲୋକେ ସହିଦ ଯବାନ ସରୋଜଙ୍କର ପାର୍ଥିବ ଶରୀରର ଅନ୍ତିମ ଦର୍ଶନ ନିମନ୍ତେ ଅପେକ୍ଷା କରି ରହିଛନ୍ତି । ଆମ ଓଡିଶା ମାଟିର ଓଡିଆ ପୁଅ ତଥା ବୀର ଯବାନ ସହିଦ ସରୋଜ ଦାସଙ୍କର ଅମର ଆତ୍ମାର ସଦଗତି ହେଉ ବୋଲି କାମନା ରହିଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *