ବନ୍ଧୁଗଣ ଜୀବନକୁ ସୁଖମୟ ଓ ସମୃଦ୍ଧିମୟ କରିବାକୁ ହେଲେ କିଛି ବିଶେଷ କଥା ଧ୍ୟାନରେ ରଖିବା ନିହାତି ଆବଶ୍ୟକ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜୀବନର ଏପରି କିଛି କଥା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନରେ ଅନେକ ଉପକାରୀ ହେବ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ୧. ଲେମ୍ବୁ ରସ ସହିତ ସୋରିଷ ତେଲ ମିଶାଇ ପାଦରେ ମାଲିସ କଲେ ଭଲ ନିଦ ହୋଇଥାଏ ।
୨. ଚୁଟି ପାଛୁ ଥିଲେ ହିଡିମିଚା ଶାଗ ଦୁଇ ମାସ ଖାଇଲେ ଚୁଟି ପାଚିବା ବନ୍ଦ ହୁଏ ।
୩. ଶ୍ଵାସ ବଢି ଗଲେ ପାଚିଲା କଦଳୀକୁ ଗରମ କରି ଗୋଲ ମରୀଚ ମିଶାଇ ଖାଇଲେ ଆରାମ ମିଳେ ।
୪. କବାଟକୁ କେବେ ଗୋଡ ମାରି ଖୋଲନ୍ତୁ ନାହିଁ କି ବନ୍ଦ କରନ୍ତୁ ନାହିଁ କାରଣ ମାନସିକ ସ୍ଥିତି ବିଗିଡି ଯାଏ ।
୫. ସ୍ତ୍ରୀ ଲୋକ ଘରର ଦୁଆର ମୁହଁକୁ ଲାଗି କରି ଖାଇଲେ ଦରିଦ୍ରତା ବୃଦ୍ଧି ହୁଏ ।
୬. ଝାଡୁକୁ ଘରର ଦକ୍ଷିଣ ପଶ୍ଚିମ କୋଣରେ ରଖନ୍ତୁ ଏବଂ ଲୁଚାଇକି ରଖନ୍ତୁ ।
୭. ଠାକୁର ଘରେ କାଲୀ, ଶନି, ଭଇରବ ଓ ନଟରାଜଙ୍କ ଫଟୋ ବା ମୂର୍ତ୍ତି ରଖନ୍ତୁ ନାହିଁ ।
୮. ରୁଟି କରି ସାରିବା ପରେ ରୁଟି କେବେ ଗଣନ୍ତୁ ନାହିଁ ଏବଂ ହତକେଶ କେବେ ଖାଲି ରଖନ୍ତୁ ନାହିଁ ।
୯. ଶିବଙ୍କୁ ପୂଜା କରିବା ବେଳେ କେବେ ଶଙ୍ଖ ବଜାନ୍ତୁ ନାହିଁ ।
୧୦. ସୂର୍ଯ୍ୟଙ୍କୁ ପାଣି ଟେକିଲା ବେଳେ ତମ୍ବା ପାତ୍ର ବ୍ୟବହାର କଲେ ମଙ୍ଗଳ ହୋଇଥାଏ ।
୧୧. ବିବାହିତା ସ୍ତ୍ରୀ ଲୋକ ମାନେ ନିଜର କାଜଲ, ବିନ୍ଦି, ସିନ୍ଦୁର, ପାଉଁଜି ଓ ମେହେନ୍ଦି ଅନ୍ୟକୁ ପିନ୍ଧାନ୍ତୁ ନାହିଁ, କାରଣ ସ୍ଵାମୀଙ୍କ ଆକର୍ଷଣ କମିଯାଏ ।
୧୨. ରାତିରେ ପଇଡ ଏବଂ କଇଥ ଖାନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।
୧୩. ଗାଧୋଇବା ବେଳେ ସର୍ବଦା ପୂର୍ବ ଦିଗକୁ ମୁହଁ କରି ଗାଧାନ୍ତୁ ଏହା ମଙ୍ଗଳ ହୋଇଥାଏ ।
୧୪. ମଙ୍ଗଳ ଦୋଷ ଥିଲେ ଅର୍ଦ୍ଧନାରୀଶ୍ଵର ଫଟୋ ବା ମୂର୍ତ୍ତି ପୂଜା କରନ୍ତୁ ତାହା ଦୂର ହୁଏ ।
୧୫. ସ୍ଵାମୀ ସ୍ତ୍ରୀ ଖାଇଲା ବେଳେ ସ୍ତ୍ରୀ ସ୍ଵାମୀର ବାମ ପଟରେ ବସି ଖାଇବା ଉଚିତ ।
୧୬. ଶୋଇବା ଘରେ ଠାକୁରଙ୍କ ଫଟୋ କିମ୍ବା ମୂର୍ତ୍ତି ରଖନ୍ତୁ ନାହିଁ ଏବଂ ଡଷ୍ଟବିନ ରଖନ୍ତୁ ନାହିଁ ।
୧୭. ସ୍ତ୍ରୀ ସ୍ଵାମୀର ନାମ ଧରି ନ ଡାକିଲେ ସ୍ଵାମୀର ଲମ୍ବା ଆୟୁଷ ହୋଇଥାଏ ।
୧୮. ଛେଳି କଲିଜା ପୋଡିକି ଖାଇଲେ ଅନ୍ଧାର କଣା ରୋଗ ଭଲ ହୁଏ ।
୧୯. ପୁରୁଷଙ୍କ ଆଖି ପତାର ଚୁଟି କେବେ କାଟନ୍ତୁ ନାହିଁ ଆଯ କମିଯାଏ ।
୨୦. ଛୋଟ ପିଲାଙ୍କ କୃମି ଭଲ କରିବା ପାଇଁ ହେଲେ ନଡିଆ କତାକୁ ସିଝାଇ ତା ପାଣିକୁ ପିଅନ୍ତୁ ।