Malika Bachana- ସ୍ୱାଧୀନତା ଦିବସରେ ସତ ହେଲା ମାଳିକା…ଆସୁଛି ବଡ ବିପଦ…

ନମସ୍କାର ବନ୍ଧୁଗଣ ତେବେ ଆଗତ ଭବିଷ୍ୟତ ଉପରେ କିଛି ମହାପୁରୁଷଙ୍କ ଦର୍ଶନକୁ ମାଳିକା କୁହାଯାଏ । ଭିନ୍ନ ଭିନ୍ନ କବିଙ୍କଦ୍ୱାରା ବିଭିନ୍ନ ନାମରେ ମାଳିକାମାନ ଲିଖିତ ହୋଇଛି । ମାଳିକା ଲିଖନରେ ଅଚ୍ୟୁତାନନ୍ଦ ଦାସ, ହାଡ଼ିଦାସ,ହରଦାସ ମାଳିକା,ଯଶୋବନ୍ତ ଦାସ, ଗୋସ୍ୱାମୀ ବାହୁଡ଼ା ଦାସ ଆଦି ଅନ୍ୟତମ । ତେବେ ସମୟ ସ୍ରୋତ ରେ ଧୀରେ ଧୀରେ ପୂର୍ଵ ପୁରୁଷ ମାନଙ୍କର ଅନୁମାନ ତଥା ତାଙ୍କର ମାଳିକା ବର୍ଣ୍ଣିତ ଵଚନ ସତରେ ପ୍ରତିପ୍ରକାଶ ହେବାକୁ ଯାଉଛି ।

ମାଳିକା ରେ ଯାହା ସବୁ ଲେଖାଯାଇଛି ଆଜି କାଲି ସେହିପରି ଘଟଣା ସବୁ ଦିନ କୁ ଦିନ ଦେଖିବା କୁ ମିଳୁଛି । ଏହାର ଉଦାହରଣ ଭାବରେ ଆପଣ ବର୍ତ୍ତମାନ ର କୋରନା ପରିସ୍ଥିତି କୁ ନେଇପାରିବେ । ମାଳିକା ରେ ଯେଉଁ ଭଳି ଭାବରେ ବର୍ଣ୍ଣନା କରାଯାଇ ଥିଲା କି ଏକ ଅଜଣା ରୋଗ ଆସିବ ଆଉ ସାରା ବିଶ୍ୱ କୁ ଅସ୍ତ ବ୍ୟସ୍ତ କରିଦେବ ଆଉ କୋଭିଡ-୧୯ ସେହିପରି ହିଁ ଥିଲା ।

ତେବେ ବର୍ତ୍ତମାନ ମଧ୍ୟ ଅନେକ ସାଧୁ ବ୍ୟକ୍ତି ରହିଛନ୍ତି ଯେଉଁମାନେ କି ମାଳିକା ରେ ଥିବା ସମସ୍ତ ଗାର ଅର୍ଥାତ ଲିପି କୁ ଅନୁଧ୍ୟାନ କରି ଆମ ସାମ୍ନା ଙ୍କୁ ନେଇ ଆସନ୍ତି । ତେବେ ଆପଣ ଜାଣିଥିବେ କି ବର୍ତ୍ତମାନ ଦୁଇ ଦିନ ତଳେ ଆମେ ଆମର ୭୫ ତମ ସ୍ୱାଧୀନତା ଦିବସ ଆମେ ପାଳନ କରିଥିଲୁ । ତେବେ ଆପଣ ମାନେ ଜାଣିଥିବେ କି ଆମେ ବହୁ ବର୍ଷ ପର୍ଯ୍ୟନ୍ତ ଇଂରେଜ ମାନଙ୍କ ଅଧୀନ ରେ ରହିଥିଲୁ ଅତ୍ୟାଚାର ଏବଂ ଅନ୍ୟାନ୍ୟ ସହୁ ଥିଲୁ ।


ତେବେ ସେହି ସମୟରେ ଆମର ଜ୍ଞାନୀ ମାନେ ଭବିଷ୍ୟତ ବିଷୟରେ ଆଗୁଆ ଜଣେଇ ଦେଇଥିଲେ । ତେବେ ସେମାନେ ନିଜର ମାଳିକା ରେ ଲେଖିଥିଲେ କି ୧୯୪୭ ମସିହାରେ ଅଗଷ୍ଟ ୧୫ ତାରିଖ ଦିନ ଦେଶ ସ୍ଵାଧୀନ ହେବ ଏବଂ ଏହା ସେ ବହୁତ ସୁନ୍ଦର ଭାବରେ ଇଙ୍ଗିତ କରିଥିଲେ । ତେବେ ବ୍ରହ୍ମ, ଭକ୍ତି,ବେଦ, ବାର ରେ ଧାଡି ଅଙ୍କ ଥିବ । ବ୍ରହ୍ମ ୧, ଭକ୍ତି ହେଉଛି ୯, ବେଦ ହେଉଛି ୪ ଏବଂ ବାର ହେଉଛି ୭ ଏହାର ଅର୍ଥ ହେଉଛି ୧୯୪୭ ମସିହାରେ ଭାରତ ସ୍ୱାଧୀନ ହୋଇଥିଲା ।


ତେବେ ସେହି ପରି ଭାରତ ର ନାମ ଇଣ୍ଡିଆ ହେବ ବୋଲି ମଧ୍ୟ ଆଗରୁ କହିଥିଲେ ତେବେ ଇଂରେଜ ମାନେ ଭାରତର ନୂତନ ନାମ ଇଣ୍ଡିଆ ହୋଇଥିଲେ । ତେବେ ମହାପୁରୁଷ କହି ଯାଇଛନ୍ତି କି ଭାରତ ର ଏକତା ହିଁ ଶକ୍ତି ତେଣୁ ସମସ୍ତେ ଏକାଠି ହୋଇ ରହିବା ଆବଶ୍ୟକ ଏହା ଦ୍ୱାରା ଆମେ ସବୁ ସମସ୍ୟା କୁ ସୁରୁଖୁରୁରେ ସମାଧାନ କରି ପାରିବୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *