ନମସ୍କାର ବନ୍ଧୁଗଣ ତେବେ ଆଜିର ଅତ୍ୟାଧୁନିକ ସମାଜରେ ଲୋକେ ଶିକ୍ଷିତ ବିକଶିତ ଅଟନ୍ତି । ତତ୍ସହିତ ଲୋକ ମାନେ ବେଶ କର୍ମ ତତ୍ପର ଓ ସମସ୍ତ କାର୍ଯ୍ୟ ରେ ବେଶ ଅଗ୍ରଣୀ ଅଟନ୍ତି । ତେବେ ଆଜିର ସମାଜରେ ଟିକିଏ ଖୁସି ରେ ବଞ୍ଚିବା ପାଇଁ ବିପୁଳ ପରିମାଣର ଅର୍ଥ ଆବଶ୍ୟକ ହୋଇଥାଏ । ବିନା ଅର୍ଥ ରେ ମଣିଷ ଗୋଟିଏ ମୁହୂର୍ତ୍ତ ମଧ୍ୟ ଚଳି ପାରିବ ନାହିଁ । ତେବେ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଆଜିର ମଣିଷ ସର୍ବଦା କର୍ମ ବ୍ୟସ୍ତ ଭିତରେ ଜୀବନ ଅତିବାହିତ କରୁ ଅଛନ୍ତି ।
ତେବେ ପୂର୍ବ ର ସମୟ ଆଉ ଆଜିର ସମୟରେ ବେଶ ଫରକ ବାରି ହୋଇ ପଡୁଛି । ସମସ୍ତେ ଜାଣି ପାରୁଛନ୍ତି ଯେ ପୂର୍ବର ସମୟ କିପରି ଥିଲା ଆଉ ଆଜିର ସମୟ କିପରି ହୋଇ ଯାଇଛି । ତେବେ ଏହି ସବୁ କର୍ମ ବ୍ୟସ୍ତ ଭିତରେ ମଣିଷ ଆଉ ଧର୍ମ ଅନୁଷ୍ଠାନ ରେ ଯୋଗ ଦେବାକୁ ସମୟ ପାଉ ନାହାଁନ୍ତି । କର୍ମ ବ୍ୟସ୍ତ କାରଣରୁ ତ ମଣିଷ ଖାଇବା ପିଇବା ପାଇଁ ସମୟ ପାଉ ନାହାଁନ୍ତି ତ ଧର୍ମ ଅନୁଷ୍ଠାନ ରେ ଯୋଗ ଦେବାକୁ ସମୟ କାହୁଁ ପାଇବେ ।
ତେବେ ସେ ଯା ହଉ ଆପଣ ମାନେ ଜାଣିଥିବେ ଯେ ପୂର୍ବରୁ ବାଦି ପାଲା,ଦାଶ କାଠିଆ ଆଦିର ର ବେଶ ଚାହିଦା ରହିଥିଲା । ପୂର୍ବ କାଳର ଲୋକ ମାନେ ବସି ଆନନ୍ଦ ଚିତ୍ତରେ ବାଦି ପାଲା କୁ ଶୁଣିବା ସହିତ ଦେଖୁଥିଲେ ତତ୍ସହିତ ସେଥିରେ ଥିବା ସାର ମର୍ମ କୁ ବୁଝି ନିଜ ଜୀବନରେ ଲଗାଉ ଥିଲେ । ତତ୍ସହିତ ସେମାନେ ଏହି ମାଧ୍ୟମରେ ନିଜର ମନରୋଞ୍ଜନ କରି ଦେଉଥିଲେ । ସେହି ସବୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗୁଥିଲା ।
କିନ୍ତୁ ଆଜିର ଆଧୁନିକ ସମୟରେ ବିଜ୍ଞାନର ବିକାଶ କାରଣରୁ ବହୁ ବୈଦ୍ୟୁତିକ ତଥା ବ୍ୟାଟେରୀ ଚାଳିତ ଅନେକ ଅତ୍ୟାଧୁନିକ ସାମଗ୍ରୀ ଯେପରି ସ୍ମାର୍ଟ ଫୋନ, ଲାପଟପ, TV, ଆଦିର ଉଦ୍ଭାବନ କରା ଯାଇଛି । ଯାହା ମାଧ୍ୟମରେ ଲୋକେ ନିଜ କର୍ମ ବ୍ୟସ୍ତ ଜୀବନରୁ ଟିକିଏ ଅବସର ପାଇଲେ ସେଥିରେ ହିଁ ନିଜ ମନରୋଞ୍ଜନ କରି ଦେଉଛନ୍ତି । ଏତଦ୍ବ୍ୟତୀତ ମନରୋଞ୍ଜନ ନିମିତ୍ତ ଆଗ୍ରହ ପ୍ରକାଶ ପାଇଲେ ଆଧୁନିକ ମନୁଷ୍ୟ ବାର, ସିନେମା ହଲ, ପାର୍କ ,ସ୍ୱିମିଙ୍ଗ ପୋଲ, ବୋଟିଂ ଆଦି କାର୍ଯ୍ୟ କରିବା ପାଇଁ ଅଧିକ ପସନ୍ଦ କରୁଛନ୍ତି ।
ସେମାନେ ମଡ଼ର୍ଣ୍ଣ ହେଲେଣି ତେଣୁ ଆଉ ପୁରୁଣା ଷ୍ଟାଇଲ ର ବାଦି ପାଲା ଶୁଣିବା ବା ଦେଖିବା କୁ ଆଜିର ଆଧୁନିକ ମଣିଷ ଆଦୌ ବି ପସନ୍ଦ କରୁ ନାହାନ୍ତି । ତେବେ ଏହି ସମୟରେ ବର୍ତ୍ତମାନ ଏକ କୀର୍ତ୍ତନ ରେ ପୁଷ୍ପା ଫିଲ୍ମ ର ଗୀତ ରେ ନାଚୁଥିବାର ଦେଖିବାକୁ ମିଳିଛି । ତେବେ ଆପଣ ମାନେ ଜାଣିଥିବେ କି ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପାର ଚାହିଦା ଏବେ ଚାରିଆଡ଼େ ରହିଛି । ଛୋଟ ପିଲାମାନଙ୍କଠାରୁ ଆରମ୍ଭ କରି ବଡ଼ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ସାମି ସାମି ଓ ଶ୍ରୀବଲ୍ଲି ଗୀତରେ ଝୁମୁଥିବା ଦେଖାଯାଉଛି ।
ପୁଷ୍ପା ରାଜର ଆଇକନିକ ଏକ୍ସନକୁ ଏବେ ଲୋକମାନେ କରୁଥିବା ଦେଖାଯାଇଛି । ତେବେ ସେହି ପରିସ୍ଥିତି ରେ ବର୍ତ୍ତମାନ କୀର୍ତ୍ତନ କରୁଥିବା ଲୋକମାନେ ମଧ୍ୟ ଏହି ପୁଷ୍ପା ଗୀତରେ ହରେ ରାମ ହରେ କୃଷ୍ଣ ଗାଇ ପୁଷ୍ପା ଷ୍ଟାଇଲ ରେ ହିଁ ନାଚୁଥିବାର ଦେଖିବାକୁ ମିଳିଛି । ଯାହା ବର୍ତ୍ତମାନ ଖୁବ ଭାଇରାଲ ହେଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।