ଶ୍ରୀମନ୍ଦିରରେ ଏକା ରାତି କାଟିଲେ ସେବାୟତ, ରାତି ଅଧରେ କଣ ହୁଏ ଶ୍ରୀମନ୍ଦିର ଭିତରେ, ସାକ୍ଷାତ ଲକ୍ଷ୍ମୀ ନାରାୟଣ ଦେଲେ ଦର୍ଶନ, ଆଖିରେ ଦେଖି ଧନ୍ୟ ହେଇଗଲେ ବୃଦ୍ଧ ସେବାୟତ । କଥା ଏ ବହୁତ ଦିନ ତଳର କଳା ଅନ୍ଧାର ରାତିକୁ ଆକାଶରେ ଢାଙ୍କି ହୋଇ ରହିଥିଲା ମେଘ । ସତେ ଯେମିତି ସେଦିନର ରାତି ଅଲଗା ଥିଲା । ସମୟ ହୋଇ ଯାଇଥାଏ ମହାବାହୁଙ୍କ ପହଡ ପଡିବାର ।
ସବୁଦିନ ବି ସେଦିନ ଭଳି ସବୁ ସେବାୟତ କାଳିଆର ନୀତି ସାରି ମନ୍ଦିର ପହଡ ପକାଇ ଗୁମୁଟ ବାହାରକୁ ଚାଲି ଯାନ୍ତି । ହେଲେ ଶ୍ରୀମନ୍ଦିର ଭିତରେ ଏକା ରହି ଯାନ୍ତି ଜଣେ ବୃଦ୍ଧ ସେବାୟତ । ବୁଢା ହେଇ ଯାଇଥିଲେ କ୍ଳାନ୍ତ ହୋଇଯାଇଥିବାରୁ ମନ୍ଦିରର ଗୋଟେ କଣରେ ସେବାୟତଙ୍କର ଆଖି ଲାଗି ଯାଏ ହେଲେ ଆଖି ଖୋଲିଲା ବେଳକୁ ମନ୍ଦିର ଭିତରେ ଶୂନ ଶାନ ।
ସେ ଚକା ଆଖି ଛଡା ନା ଆଉ କିଏ ଶୁଣିବାକୁ ଅଛି ନା ଯିବା ପାଇଁ ବାଟ ଅଛି । କାହିଁକି ନା ସେବାୟତ ମାନେ ମନ୍ଦିର ଦ୍ଵାର ବନ୍ଦ କରି ଯିଏ ଯାହାର ଘରକୁ ଚାଲି ଯାଇଥିଲେ । ଏତିକି ବେଳେ ବୃଦ୍ଧ ସେବାୟତଙ୍କ ନଜର ପଡେ ତିନି ଠାକୁରଙ୍କ ରତ୍ନ ସିଂହାସନକୁ ଆଉ ସେ ଦୃଶ୍ୟ ଦେଖି ତାଙ୍କ ଶରୀର ଶିହରି ଉଠେ । ସେହି ଦୃଶ୍ୟକୁ କଳ୍ପନା କରିବା ସମ୍ଭବ ନୁହେଁ ।
କୋଟି ବ୍ରହମେଶ୍ଵର ଯାହାଙ୍କ ବିନା ନିର୍ଦ୍ଦେଶରେ ସୂର୍ଯ୍ୟ ବି ହୁଏନି ସେହି ପରମାତ୍ମା ସ୍ଵୟଂ ଲକ୍ଷ୍ମୀ ନାରାୟଣ ଆବିର୍ଭାବ ହୋଇଛନ୍ତି । ପ୍ରଥମେ କିଛି କ୍ଷଣ ସ୍ତବ୍ଦ ହୋଇଯାନ୍ତି ବୃଦ୍ଧ ସେବାୟତ ଜଣକ । ଆଖିରୁ ଠକ ଠକ ହୋଇ ଝରି ପଡେ ଲୁହ । ସେ ସେମିତି ହାତ ଯୋଡି ଛିଡା ହୁଅନ୍ତି ଆଉ ଦେଖୁ ଥାନ୍ତି ରତ୍ନ ସିଂହାସନକୁ । ଶେଷରେ ଧୀର ଧୀର ସ୍ତରରେ କୁହନ୍ତି ହେ ପ୍ରଭୁ ହଜାର ହଜାର ତପସ୍ୟା କଲେ ବି ଆପଣଙ୍କ ଦିବ୍ୟ ଦର୍ଶନ ମିଳେନି ହେଲେ ଆଜି ଏହି ହତବାଘା ବୁଢା ସେବାୟତକୁ ଆପଣ ଦର୍ଶନ ଦେଉଛନ୍ତି ।
ମୁଁ ଧନ୍ୟ ହେଇଗଲି ପ୍ରଭୁ ମୁଁ ଧନ୍ୟ ହେଇଗଲି । ହେଲେ ହଠାତ ଚକା ଆଖି ସେବାୟତଙ୍କୁ ଦେଲେ ନିର୍ଦ୍ଦେଶ ଆଜି ମନ୍ଦିର ଭିତରେ ସବୁ ଯାହା ବି ଘଟିଛି ତମେ ଯାହା ବି ଦେଖିଛ ସବୁ ଗୋପନ ରଖିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।