ଶ୍ମଶାନରେ ସହିଦ ପୁଅର ଅନ୍ତିମ ସଂସ୍କାର ସାରି ଦୁଃଖରେ ଘରକୁ ଫେରୁଛି ବାପା, Sahid Jaban Saroj Kumar Das

ଶ୍ମଶାନରେ ପୁଅର ଅନ୍ତିମ ସଂସ୍କାର ସାରି ମୁଣ୍ଡ ପିଟି ପିଟି ଘରକୁ ଫେରୁଛନ୍ତି ସହିଦ ଯବାନଙ୍କ ବାପା ! ହଁ ଆଜ୍ଞା ସିକ୍କିମ ବନ୍ୟା ବିପର୍ଯ୍ୟୟରେ ସହିଦ ହୋଇଯାଇଥିବା ସରୋଜ କୁମାର ଦାସଙ୍କର ଗତ କାଲି ଅନ୍ତିମ ସଂସ୍କାର ସରିଯାଇଛି । ଗାର୍ଡ ଅଫ ଅନର ସମ୍ମାନରେ ସହିଜ ଯବାନଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ତେବେ ବାପା, ମାଆ ଆଖି ଆଗରେ ବୀର ପୁଅ ସରୋଜଙ୍କ ଅନ୍ତିମ ସଂସ୍କାର ହେବା ଦେଖି କେଉଁବାପା, ମା’ ଅବା ନିଜକୁ ସମ୍ଭାଳି ରଖି ପାରିବ ।

ଯେଉଁ ପୁଅକୁ ବଡ ମଣିଷ କରି ଦେଶ ସେବା କାର୍ଯ୍ୟରେ ପୁଅକୁ ନିଯୋଜିତ କରାଯାଇଥିଲା । ପୁଅ ସରୋଜ ଯବାନ ଆର୍ମୀ ଭାବରେ ନିଜର ସୁନାମ ଅର୍ଜନ କରିଥିଲା । ସେହି ପୁଅ ଏବେ ସହିଦ ହୋଇଯାଇଛି । ଯେଉଁ କଥାକୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ବାପା, ମା’ ଏତେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ନିଜ ଆଖି ସାମ୍ନାରେ ପୁଅର ଯୂଈ ଜଳିବା ଦେଖି ବାପା, ମା’ ମର୍ମାହତ ହୋଇ ପଡ଼ୁଛନ୍ତି । ହଁ ବନ୍ଧୁଗଣ ଗତକାଲି ସହିଦ ଯବାନ ବୀର ସରୋଜ କୁମାର ଦାସଙ୍କର ଶେଷକୃତ୍ୟ କାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଛି ।

ସହିଦ ଯବାନ ସରୋଜଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ବାପା ଏଭଳି କିଛି ନିଜର ମନର କଥା ଶୋକଭରା କଣ୍ଠରେ କହିଛନ୍ତି । ଯେ ପୁଅ ମୋ ଆଖି ସାମ୍ନାରେ ଯୂଈରେ ଜଳିଯାଉଛି । ହେଲେ ମୋତେ ଲାଗୁଛି କି ! ମୋ ପୁଅ ଏବେ ବି ଆମ ମାନକ ପାଖରେ ରହିଛି । ତେବେ ବୀର ପୁଅ ସରୋଜଙ୍କୁ ଦେଖିବା ପାଇଁ ଗାଁ ଶ୍ମଶାନରେ ଶହ ଶହ ଲୋକଙ୍କ ଭିଡ ଲାଗିଛି । ସମସ୍ତଙ୍କ ଆଖି ଲୁହଭରା ହୋଇଯାଇଛି ।

ସମସ୍ତଙ୍କ ମୁହଁରେ କେବଳ ଗୋଟିଏ କଥା । ସହିଦ ବୀର ଯବାନଙ୍କ ଆତ୍ମା ଅମର ରହେ । ତେବେ ଆମେ ମଧ୍ୟ ଏଠାରେ ସହିଦଙ୍କ ପାଇଁ କହିବାକୁ ଚାହୁଁଛୁ । ସହିଦ ଯବାନ ସରୋଜ କୁମାର ଦାସଙ୍କର ଆତ୍ମାର ସଦଗତି ହେଉ । ଏହା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରକୁ ଭଗବାନ ମନୋବଳ ଦୃଢ କରିବାର ଆଶ୍ରୀବାଦ ଦିଅନ୍ତୁ । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *