ଶିଳ୍ପ ପାଲଟିଛି ସାପ ଚାଷ ! ଏହି ଗାଁରେ ବର୍ଷକୁ ଉତ୍ପାଦନ ହେଉଛି 3 ନିୟୁତ ସାପ…

ସାପ ଚାଷର ପ୍ରମୁଖ କେନ୍ଦ୍ର ଜିସିକ୍ୟୁ ଗାଁ । ବର୍ଷକୁ ଉତ୍ପାଦନ ହୁଏ ତିନି ନିୟୁତ ସାପ । ସାପ ମାଂସରୁ ପ୍ରସ୍ତୁତ ହୁଏ ସ୍ନାକ୍ସ । ଶିଳ୍ପ ପାଲଟିଛି ସାପ ଚାଷ ଗାଁର 90 ପ୍ରତିଶତ ଲୋକ ସାପ ଚାଷ କରନ୍ତି । ସାପ ଚମଡା ଆଉ ବିଶରୁ ରୋଜଗାର କରନ୍ତି ଆଉ ପରିବାର ପୋଷଣ ମଧ୍ୟ ହୁଏ । ତେବେ ଗଣମାଧ୍ୟମ ରିପୋର୍ଟସ ଅନୁସାରେ ସାପ ଗ୍ରାମ ନାମରେ ନାମିତ ଏହି ସାପର ଗାଁ ହେଉଛି ଜେସିକ୍ୟୁ ।

ସାପ ଚାଷରେ ଚାଇନାର ପ୍ରମୁଖ କେନ୍ଦ୍ର ଭାବେ ପ୍ରସିଦ୍ଧ ଜେସିକ୍ୟୁ ଗାଁ । 1980 ଦଶକରୁ ସ୍ଥାନୀୟ ଲୋକେ ସାପ ପାଳୁ ଛନ୍ତି । ବର୍ତ୍ତମାନ ଜେସିକ୍ୟୁରେ ପ୍ରାୟ 800 ଲୋକ ସାପ ଶିଳ୍ପରେ କାର୍ଯ୍ୟ କରନ୍ତି ।  ବର୍ଷକୁ ପ୍ରାୟ 3 ନିୟୁତ ସାପ ଉତ୍ପାଦନ ହୁଏ । ତେବେ ଆପଣ ମାନେ ସମସ୍ତେ ବିଭିନ୍ନ ଫଳ ଏବଂ ପନିପରିବା ଚାଷ ବିଷୟରେ ନିଶ୍ଚୟ ଜାଣି ଥିବେ କିନ୍ତୁ ସାପ ଚାଷ ବିଷୟରେ ହୁଏତ ଆପଣ କୋଚିତ ଶୁଣି ଥିବେ ।

ଏହି ସାପ ଚାଷ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇ ପାରେ ହେଲେ ଏହା ସତ । ଚୀନର ଏକ ଛୋଟ ଗାଁରେ ଏଭଳି ବିଷାକ୍ତ ସାପ ଚାଷ କରା ଯାଏ । ସାପର ଭୟଙ୍କର ପ୍ରବୃତିକୁ ନେଇ ସାଧାରଣରେ ଅନେକ ଉଦାହରଣ ରହିଛି । କିନ୍ତୁ ଜେସିକ୍ୟୁ ଗାଁରେ ସାପକୁ ନେଇ ଲାଭ ଜନକ କାର୍ଯ୍ୟ କରା ଯାଏ ।

ଜେସିକ୍ୟୁ ଚୀନର ଏକ ଛୋଟ ଗାଁ ଏହି ଗାଁରେ ଜନସଂଖ୍ୟା ହଜାରରୁ ଅଧିକ ଏଠାରେ ବସବାସ କରୁଥିବା ସମସ୍ତେ ପ୍ରାୟ ସାପ ଚାଷ ଭଳି ଏକ ଅଦ୍ଭୁଦ କାର୍ଯ୍ୟ କରନ୍ତି । ସାପ ଚାଷ ପାଇଁ ଏହି ଗାଁ ସାରା ବିଶ୍ଵରେ ପ୍ରସିଦ୍ଧ । ବିଷଧର ତଥା ଭୟଙ୍କର ମନେ ହେଉଥିବା ସାପ ଗୁଡିକର ପ୍ରଜନନ ଏହି ଜେସିକ୍ୟୁ ଗାଁରେ କରା ଯାଇଥାଏ । ସେଠାରେ କୋବ୍ରା ପାଇଥନ ଭଳି ବିଭିନ୍ନ ବିଷଧର ସାପ ଚାଷ ମଧ୍ୟ କରା ଯାଏ ।

ଏଠାରେ ଲୋକ ମାନେ ସାପର ମାଂସ ବିକ୍ରି କରି ବହୁତ ଲାଭବାନ ହୋଇ ଥାନ୍ତି । ଯେହେତୁ ଚାଇନାରେ ସାପ ମାଂସର ଅଧିକ ଚାହିଦା ରହିଛି ତେଣୁ ଏହି ଗାଁରେ ସାପ ଚାଷରେ ଅଧିକ ଲାଭ ରହିଛି । କେବଳ ସାପ ମାଂସ ନୁହେଁ ଗାଁ ଲୋକ ମାନେ ସାପ ବିଶ ବିକ୍ରି କରି ଭଲ ଲାଭ ପାଇଥାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *