ସିକିମର ପ୍ରଳୟଙ୍କାରି ବନ୍ୟାରେ ଫସି ଯାଇଛନ୍ତି ଓଡିଆ ଦମ୍ପତ୍ତି ! ପୁଅ, ବୋହୁଙ୍କ ଉଦ୍ଧାର ପାଇଁ ପରିବାରର ନିବେଦନ…

ସିକିମର ପ୍ରଳୟଙ୍କାରି ବନ୍ୟାରେ ଫାଶି ରହିଛନ୍ତି ଓଡିଆ ଦମ୍ପତ୍ତି ! ଉଦ୍ଧାର ପରି ନିବେଦନ କରୁଛନ୍ତି ପରିବାର । ତେବେ ବାରମ୍ବାର ଖବରରେ ପ୍ରସାରଣ ହେଉଥିବା ଖବର ଅନୁଯାଇ ସିକିମ ଠାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହି ବନ୍ୟାରେ ଭାରତୀୟ 23 ଜଣ ଯବାନ ମଧ୍ୟ ଫସି ରହିଛନ୍ତି ବୋଲି ଖବର ପ୍ରସାରଣ ହେବାରେ ଲାଗିଛି । ତେବେ ସେହି ପ୍ରଳୟଙ୍କାରି ବନ୍ୟାରେ ଫସି ରହିଛନ୍ତି ଓଡିଆ ଦମ୍ପତ୍ତି । ତେବେ ପୁଅ, ବୋହୁଙ୍କ ବାଟ ଚାହିଁ ବସି ରହିଛନ୍ତି ଦମ୍ପତିଙ୍କ ବାପା ଓ ମାଆ ।

ଠାକୁରଙ୍କ ପାଖରେ ଗୁହାରୀ କରୁଛନ୍ତି, ହେ ପ୍ରଭୁ ମୋ ପୁଅ ଓ ବୋହୁକୁ ଭାରେ ଭଲରେ ଘରକୁ ଫେରାଇ ଆଣନ୍ତୁ । ହଁ ବନ୍ଧୁଗଣ କଟକ ଜିଲ୍ଲା ଚୌଦାରର ଦେବୀ ନଗରଦେୱାନ କୁମାର ଓ ତାଙ୍କ ଧର୍ମପତ୍ନୀ ସୀମା ତାଙ୍କର କିଛି ଷ୍ଟାଫଙ୍କ ସହ ଦାରଜିଲୀଙ୍ଗ ବୁଲିବାକୁ ଯାଇଥିଲେ । ଗତ ରବିବାର ଏଠାରୁ ବାହାରି ଷୋମବାର ସେଠାରେ ଯାଇ ପହଞ୍ଚି ଏକ ହୋଟେଲରେ ରହିଥିଲେ । ମଙ୍ଗଳବାର ଦିନ ସେଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବା ଖବର ଶୁଣି ଦେୱାନଙ୍କ ଘର ଲୋକ ତାଙ୍କୁ ଫୋନ କରିଥିଲେ ।

ତେବେ ପୁଅ ଓ ବୋହୁ ମଧ୍ୟ କହିଥିଲେ । ଯେ ସେମାନେ ଯେଉଁଠାରେ ଅଛନ୍ତି । ସେଠାରେ କିଛି ମଧ୍ୟ ବର୍ଷା ଜନିତ ଅସୁବିଧା ନାହିଁ । ହେଲେ ବୁଧବାର କିନ୍ତୁ ବାପା, ମାଆ ଫୋନ କରିଥିଲେ ସୁଦ୍ଧା ପୁଅ ଓ ବୋହୁଙ୍କର ଫୋନ ଲାଗିନଥିଲା । ସେପଟେ ସିକିମ ବନ୍ୟା ପାଣିରେ 23 ଜଣ ଭାରତୀୟ ସେନା ଯବାନ ନିଖୋଯ ହୋଇଯାଇଥିବା କଥା ବାରମ୍ବାର ଖବରରେ ପ୍ରସାରଣ କରାଯାଉଥିଲା ।

ତେବେ ଗୁରୁବାର ଦିନ ସେମାନଙ୍କର ପୁଅ ଓ ବୋହୁ ଆର୍ମୀ କ୍ୟାମ୍ପକୁ ଆସି ତାଙ୍କୁ ଫୋନ କରିଥିଲେ । ଯେ ସେ ସେଠାରେ ଫସିକି ରହିଛନ୍ତି । ତେବେ ସେମାନଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ପାଇଁ ଦେୱାନଙ୍କ ବାପା ସରକାରଙ୍କୁ ନିବେଦନ କରିଛନ୍ତି । ତେବେ ଖାଲି ଦେୱାନ ଓ ସୀମା ନୁହନ୍ତି । ତାଙ୍କ ସହ ବୁଲିଯାଇଥିବା ଅନ୍ୟ 5 ଜଣ ଷ୍ଟାଫ ମଧ୍ୟ ସେଠାରେ ଫସିକି ରହିଛନ୍ତି ବୋଲି ଜଣା ଯାଇଛି । ସେଠାରେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *