Asia Cup 2022: ସିଲେକ୍ସନକୁ ନେଇ ସୃଷ୍ଟି ହେଲା ଝଡ଼…

ଟିମ ଇଣ୍ଡିଆର ସିଲେକ୍ସନକୁ ନେଇ ସୃଷ୍ଟି ହେଲା ପ୍ରଶ୍ନ ବାଚି, ଏସିଆ କପରେ ଦୀପକ ଚହରଙ୍କୁ କାହିଁକି ମୂଳରୁ ମିଳିଲାନି ମଉକା, କାହିଁକି କାର୍ତ୍ତିକଙ୍କୁ ମିଳିଲାନି ରେଗୁଲାର ଚାନ୍ସ । ଦର୍ଶକ ବନ୍ଧୁ ଟିମ ଇଣ୍ଡିଆ ଏସିଆ କପରେ ଲଗାତାର ମିଳିଥିବା ଦୁଇଟି ପରାଜୟ ପରେ ମହାନ ଖେଳାଳିଙ୍କ ଟାର୍ଗେଟରେ ଆସି ଯାଇଛନ୍ତି । ପ୍ରଶଂସକ ମଧ୍ୟ ନିରାଶ ଅଛନ୍ତି ଟିମ ଏସିଆ କପ ଟି20 ଟୁର୍ନାମେଣ୍ଟରେ ସୁପର 4 ମାଚରେ ଶ୍ରୀଲଙ୍କା ଠାରୁ 6 ୱିକେଟରେ ହାରି ଯାଇଛି ।

ଏହା ପୂର୍ବରୁ ସୁପର 4 ମାଚରେ ପାକିସ୍ତାନ ମଧ୍ୟ ଭାରତକୁ ପାଞ୍ଚ ୱିକେଟରେ ହରାଇ ଥିଲା । ଏହିପରି ସବୁଠାରୁ ଅଧିକ 7 ଥର ଏସିଆ କପ ଜିତି ଥିବା ଭାରତୀୟ କ୍ରିକେଟ ଟିମ ଫାଇନାଲରୁ ବାହାରି ଯାଇଛି । ଶେଷ ମାଚ ଭାରତ 8 ସେପ୍ଟେମ୍ବରରେ ଆଫଗାନିସ୍ତାନ ସହ ଖେଳି ଥିଲା ଏବଂ ସେହି ମାଚ ଭାରତ ଜିତି ଥିଲା । ପୂର୍ବ ଭାରତୀୟ ଖେଳାଳି ହରବଜନ ସିଂହ ସୋସିଆଲ ମିଡିଆରେ ଲେଖି ଛନ୍ତି, ଉମରାନ ମଲିକ କେଉଁଠି, ଦୀପକ ଚହର କଣ ପାଇଁ ନଥିଲେ ।

ମୋତେ କୁହ ଏମାନେ କଣ ମଉକା ପାଇଁ ଉପଯୁକ୍ତ ନଥିଲେ । ଦିନେଶ କାର୍ତ୍ତିକଙ୍କୁ କଣ ପାଇଁ ଲଗାତାର ମଉକା ମିଳି ନାହିଁ । ଏହା ଅତ୍ୟନ୍ତ ନିରାଶ ଜନକ । ସେହି ମ୍ଯାସେଜରେ ଟିମ ମ୍ୟାନେଜମେଣ୍ଟକୁ ଅନେକ ପ୍ରଶ୍ନ ପଚାରି ଛନ୍ତି । ତାଙ୍କ ଛଡା ଗୌତମ ଗମ୍ଭୀର ଓ ରବି ଶାସ୍ତ୍ରୀଙ୍କ ସହ ଅନେକ ଖେଳାଳି ସିଲେକ୍ସନ ଉପରେ ପ୍ରଶ୍ନ କରିଛନ୍ତି ।

କାର୍ତ୍ତିକ କେବଳ ଦୁଇଟି ମାଚ ଖେଳି ଛନ୍ତି । କାର୍ତ୍ତିକ ଆଇପିଏଲ 2022ରେ ଭଲ ପଦର୍ଶନ କରି ଭାରତୀୟ ଟିମରେ ମଉକା ପାଇଥିଲେ । ସେ ଏସିଆ କପର ଗ୍ରୁପ ରାଉଣ୍ଡରେ ଦୁଇଟି ଯାକ ପନ୍ଥଙ୍କ ସ୍ଥାନରେ ଖେଳି ଥିଲେ । ସେ ପାକିସ୍ତାନ ବିରୋଧରେ 1 ରନ୍ କରି ନଟ ଆଉଟ ଥିଲେ । ଏହା ପରେ ସେ ବ୍ୟାଟିଂ ମଉକା ପାଇ ନଥିଲେ ।

ଏହା ପରେ ତାଙ୍କୁ ବାହାର କରାଯାଇ ପନ୍ଥଙ୍କୁ ମଉକା ଦିଆ ଗଲା ଆଉ ସେ ଅସଫଳ ରହିଲେ । ଦୀପକ ଚହର ଷ୍ଟାଣ୍ଡ ବାଏ ଖେଳାଳି ରୂପରେ ଥିଲେ । ଦୀପକ ଚହର ଆଘାତ କାରଣରୁ ଆଇପିଏଲ 2022ରେ ଖେଳି ପାରି ନଥିଲେ କିମ୍ବା ଲମ୍ବା ସମୟରେ ଫେରି ସେ ଜିମ୍ବାବେ ସିରିଜରେ ଫେରି ସୁନ୍ଦର ପଦର୍ଶନ କରିଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *