ସେଦିନ ପୁଚୁକୀ ଗାଲୀ ଗୀତରେ ନାଚିକି ଧୂଳା ଉଡାଉଥିଲେ… ଆଜି ଡାନ୍ସ କରି କରି ଫାଷ୍ଟଫୁଡ୍ ବନାଉଛନ୍ତି…

ସେତେବେଳେ ଧୂଳା ଉଡାଇ ନାଚୁଥିବା ଡାନ୍ସର । ଆଜି କଥା କଥା କହୁ ପୁରୁଣା ଦିନ ମନେ ପକାଇ କାନ୍ଦି ପକାଉଛନ୍ତି । ହଁ ଆଜ୍ଞା ନବେ ଦଶକର ସୁପରହିଟ୍ ଗୀତ ମାନଙ୍କ ମଧ୍ୟରୁ ପୁଚୁକୀଗାଲୀ ଗୀତ ଗୋଟିଏ ବହୁତ ବଡ ହିଟ୍ ଗୀତ ଥିଲା । ଯେଉଁଥିରେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କୁ ହିରୋ ଭୂମିକାରେ ଧମକାଦାର ଡାନ୍ସ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ହେଲେ ଆଜି ଆମେ ଏଠାରେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ କଥା ନୁହେଁ ।

ବଂର ସିଦ୍ଧାନ୍ତ ମହାପାତ୍ରଙ୍କ ସାଇଡରେ ସାଇଡ ଡାନ୍ସର ଭାବରେ ନାଚୁଥିବା ବ୍ୟକ୍ତି ଜଣଙ୍କ ବିଷୟରେ କହିବା ପାଇଁ ଯାଉଛୁ । ଯାହାଙ୍କ ନାମ ହେଉଛି ବୈରାଗୀ ସେଟ୍ଟୀ । ତେବେ ବୈରାଗୀ ସେଟ୍ଟୀ ଗଣ ମାଧ୍ୟମ ସାମ୍ନାରେ ଏଭଳି କିଛି ପ୍ରତିକ୍ରିୟା ରଖି କହିଛନ୍ତି । ଯେ ସେ ସମୟରେ ପୁଚୁକୁଗାଲି ଗୀତରେ ନାଚିକି ଧୂଳା ଉଡାଉଥିଲି । ହେଲେ ଏବେ ସେହି ସମୟ ଅଛି, ନା ସେହି ବଳ ବୟସ ରହିଛି । ସେତେବେଳେ ସେହି ରଙ୍ଗୀନ ଦୁନିଆରେ ନାଚିକି ମନକୁ ମଜ୍ଘୁଲ କରିଦେଉଥିଲି ।

ହେଲେ ରଙ୍ଗୀନ ଦୁନିଆରୁ ବାହାରି ଛୋଟମୋଟ କାମ କରି ନିଜର ତଥା ନିଜର ପରିବାରର ପେଟପାଟଣା କରୁଛି । ସେତେବେଳେ ଅନେକ କଳାକାର ମାନଙ୍କ ସହ ମଧ୍ୟ ମୋର ବସାଉଠା ଥିଲା । ହେଲେ ଏବେ କାହା ସହ କିଛି ବି ଆଉ ସମ୍ପର୍କ ନାହିଁ । ହଁ ଆଜ୍ଞା ଏଭଳି କିଛି କହି କହି ବୈରାଗୀଙ୍କ ଆଖିରୁ ଲୁହ ଜକେଇ ଆସିଥିଲା । ପରେ ପରେ ସେ ପୁରୁଣା କଥାକୁ ମନେ ପକାଇ କାନ୍ଦି କାନ୍ଦି ପକାଉଥିଲେ । ତେବେ ବୈରାଗୀ ବର୍ତ୍ତମାନ ନିଜର ପରିବାର ପୋଷିବା ପାଇଁ ସକାଳ ସମୟରେ ରାଜମିସ୍ତ୍ରୀ କାମ କରୁଛନ୍ତି ।

ଆଉ ରାତି ସମୟରେ ଜଳଖିଆ ଦୋକାନରେ କାରିଗର ହିସାବରେ ରୋଷେଇ କାମ କରୁଛନ୍ତି । ସେଥିରୁ ଯାହା ଅଳ୍ପ ବହୁତ ବାହାରୁଛି । ସେଥିରେ କଷ୍ଟମଷ୍ଟେ ନିଜର ପରିବାରର ପ୍ରତିପୋଷଣ କରୁଛନ୍ତି । ହେଲେ ବୈରାଗୀଙ୍କ ସେହି ପୁରୁଣା ଦିନର ଡାନ୍ସର ଅନ୍ଦାଜ ଏବେ ହିଁ ତାଙ୍କ ଠାରେ ଦେଖିବାକୁ ମିଳେ । ଏବେ ବି ସେ ଫାଷ୍ଟଫୁଡ ସେଣ୍ଟରରେ ରୋଷେଇ କଲାବେଳେ ନାଚି ନାଚି ନୂତନ ଅନ୍ଦାଜରେ ରୋଷେଇ କରନ୍ତି । ଯାହାକି ଗ୍ରାହକଙ୍କୁ ଖୁବ ପସନ୍ଦ ଆସିଥାଏ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *