ସେ ଆଉ ମାତ୍ର 6 ମାସ ବଞ୍ଚିବେ ବୋଲି ଜାଣିଥିଲି, ହେଲେ ଆମ ପ୍ରେମ ପ୍ରକୃତ ଥିଲା, ତେଣୁ ମୁଁ ତାଙ୍କୁ ବାହା ହୋଇଥିଲି…

ସେ ଆଉ ୬ ମାସ ବଞ୍ଚିବେ ଜାଣିଥିଲି, ତଥାପି ମୁଁ ତାଙ୍କୁ ବାହା ହେଲି । ହଁ ବନ୍ଧୁଗଣ ଯିଏ ପ୍ରକୃତରେ ତା’ ର ପାର୍ଟନରକୁ ଭଲ ପାଉଥିବ । ସେ କୌଣସି ପରିସ୍ଥିତିରେ ବି ତା’ ପାର୍ଟନରର ହାତକୁ ଛାଡିବ ନାହିଁ । ନିଜ ଜୀବନର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ସେ ତା’ ସାଥିରେ ରହିବାକୁ ହିଁ ପସନ୍ଦ କରିବ । ଯେମିତି ଡିମ୍ପଲଙ୍କର ବୟଫ୍ରେଣ୍ଡ ନିତେଶ ଆଉ ମାତ୍ର ୬ ମାସ ବଞ୍ଚିବେ ଜାଣି ମଧ୍ୟ ତାଙ୍କ ହାତ ଛାଡି ନଥିଲେ । ଉଭୟ ଡିମ୍ପଲ ଓ ନିତେଶଙ୍କର ଏକ କାନଫରନେନ୍ସରେ ସାକ୍ଷାତ ହୋଇଥିଲା ।

ପରେ ପରେ ଉଭୟ ଜାଣିବାକୁ ପାଇଥିଲେ । ଯେ ସେ ୨ ଜଣ ଯାକ ଗୋଟିଏ କଲେଜରେ ହିଁ ପାଠ ପଢୁଛନ୍ତି । ଡିମ୍ପଲଙ୍କ କହିବା ଆଧାରରେ ନିତେଶ ତାଙ୍କର ଜଣେ ବହୁତ ଭଲ ସାଙ୍ଗ ଥିଲେ । ତେଣୁ ନିତେଶ ତାଙ୍କୁ ସବୁକିଛି ଭଲ, ମନ୍ଦ ଡିମ୍ପଲଙ୍କୁ ଶେୟାର କରନ୍ତି । ନିତେଶଙ୍କର ପରିବାର ତଥା ପରିବାରର ଆର୍ଥିକ ସମସ୍ଯା ବିଷୟରେ ମଧ୍ୟ ନିତେଶ ଡିମ୍ପଲଙ୍କୁ ଶେୟାର କରନ୍ତି । ତେବେ ଉଭୟଙ୍କର କଲେଜ ଦିନ ଗୁଡିକ ଭଲ ଭଲ ଯାଉଥିଲା । ଉଭୟ ମଧ୍ୟ ଉଭୟଙ୍କ ଆଡକୁ ନିକଟତର ହୋଇଆସୁଥିଲେ ।

ହେଲେ ହଟାତ କଣ ହେଲା କେଜାଣି ନିତେଶଙ୍କର ଦେହ ଅସୁସ୍ଥ ହୋଇପଡିଥିଲା । ତାପରେ ନିତେଶ ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତର ତାଙ୍କୁ ଯାହା କହିଥିଲେ, ସେଥିରେ ନିତେଶଙ୍କର ପାଦ ତଳୁ ମାଟି ଖସି ଯାଇଥିଲା । ତେଣୁ ନିତେଶ ଡାକ୍ତରଖାନାରୁ ଘରକୁ ବ୍ୟାଗ ସଜାଡି ନିଜ ଘରକୁ ଯିବାକୁ ବାହାରିଥିଲେ । ହେଲେ ଯେତେବେଳେ ଡିମ୍ପଲ ତାଙ୍କୁ ଘରକୁ ଯିବାର କାହାଣୀ ପଚାରିଥିଲେ । ସେତେବେଳେ ନିତେଶଙ୍କର କ୍ୟାନ୍ସର ହୋଇଛି ବୋଲି ଡିମ୍ପଲ ଜାଣିବାକୁ ପାଇଥିଲେ ।

ତେବେ ନିତେଶ କ୍ୟାନ୍ସରର ସ୍ଟେଜ-୩ ଅବସ୍ଥାରେ ଥିବା ବେଳେ ତାଙ୍କୁ କେମୋ ଥେରାପି ସହ ବଞ୍ଚିବାକୁ ପଡିବ । ତାପରେ ଗାଁରୁ ଫେରି ଆସି ପୁଣି ଥରେ ନିତେଶ କଲେଜ ଗଲେ । ହେଲେ କଲେଜର ଶେଷ ଦିନ ନିତେଶ ଡିମ୍ପଲଙ୍କୁ ପ୍ରପୋଜ କରି ତାଙ୍କୁ ଭଲ ପାଆନ୍ତି କହିଥିଲେ । ଏହା ସହ ତାଙ୍କୁ ବାହା ହେବେ ବୋଲି ମଧ୍ୟ କହିଥିଲେ । ତେବେ ସେଥିରେ ଡିମ୍ପଲ ହଁ ମଧ୍ୟ ମାରିଥିଲେ ।

ହେଲେ ମେଡିକାଲ ଟେଷ୍ଟ ରିପୋର୍ଟରେ ନିତେଶ ମାତ୍ର ୬ ମାସ ବଞ୍ଚିବେ ବୋଲି ଡିମ୍ପଲ ଜାଣିବାକୁ ପାଇଥିଲେ । ତଥାପି ଡିମ୍ପଲ ନିତେଶଙ୍କୁ ପ୍ରକୃତ ଭଲ ପାଉଥିଲେ ବୋଲି ତାଙ୍କ ହାତ ଛାଡି ନଥିଲେ । ପରେ କ୍ୟାନ୍ସରରେ ପୀଡିତ ହୋଇ ନିତେଶ ଚାଲିଯିବା ପରେ ଲୋକଙ୍କର ସେବା କାର୍ଯ୍ୟରେ ଡିମ୍ପଲ ନିଜର ମନନିବେଶ କରିଦେଇଥିଲେ । ପୋଷ୍ଟଟି ଭଲ ଲାଗିଥାଏ । ଆମ ପପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *