70 ଦିନରେ 18 ଦେଶକୁ ଯାତ୍ରା ! କଣ ଆପଣ ଦେଶ-ବିଦେଶ ବୁଲିବା ପାଇଁ ଭଲ ପାଆନ୍ତି ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ ଦୁନିଆରେ ଅନେକ ଲୋକ ନିଜ ଇଚ୍ଛାରେ ଜୀବନ ଯାପନ କରିବା ପାଇଁ ଇଛା କରିଥାନ୍ତି । ସେଥି ମଧ୍ୟରୁ କିଛି ଲୋକ ଅନେକ ଦେଶ ଭ୍ରମଣ କରି ସାରା ଦୁନିଆ ଦେଖିବା ପାଇଁ ଚାହିଁ ଥାନ୍ତି । ଏଥିପାଇଁ କିଏ ବସରେ ଯାତ୍ରା କରିବାକୁ ପସନ୍ଦ କରେ ତ କିଏ ଟ୍ରେନରେ । କିଏ ପୁଣି ବାଇକ କିମ୍ବା ଫ୍ଲାଇଟରେ ଯାତ୍ରା କରିବାକୁ ପସନ୍ଦ କରେ । ଆମେ ଆଜି ଆପଣ ମାନଙ୍କୁ ସେହି ବିଷୟରେ କିଛି ଜଣେଇବୁ ଆପଣ ଜାଣିଛନ୍ତି କି ଦିଲ୍ଲୀରୁ ଲଣ୍ଡନ ପର୍ଯ୍ୟନ୍ତ ଏକ ବସ ଯାତ୍ରା କରୁଛି ।

ତେବେ ଆପଣଙ୍କ ମନରେ ଏକ ପ୍ରଶ୍ନ ଆସୁଥିବା ଏହା କେତେ ଦିନରେ ପହଞ୍ଚୁଛି ଆଉ କେମିତି ରହୁଛି ବସ ଯାତ୍ରା । ଆସନ୍ତୁ ଜାଣିବା ଏ ବିଷୟରେ । ବସର ଏହି ଯାତ୍ରା ଗୋଟିଏ ସହରରୁ ଅନ୍ୟ ସହରକୁ ନୁହେଁ ଏହି ବସ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଉଛି । ଆଡଭେଞ୍ଚର ଓଭରଲେଣ୍ଡ ନାମକ କମ୍ପାନୀର ବସ ଦିଲ୍ଲୀରୁ ଲଣ୍ଡନ ମଧ୍ୟରେ ଚାଲୁ ଅଛି ।

ଏହି ବସରେ ଯାତ୍ରା କରିବା ପାଇଁ ୧୮ଟି ଦେଶ ଯାତ୍ରା କରିବାକୁ ପଡେ । ୨୦ ହଜାର କିଲୋମିଟର ଯାତ୍ରା କରୁଥିବା ଏହି ବସ ୭୦ ଦିନରେ ଲଣ୍ଡନରେ ପହଞ୍ଚୁଛି । ତେବେ ଏହି ବସରେ ଯାତ୍ରା କରୁଥିବା ଲୋକ ମାନେ ଆଶ୍ଚର୍ଯ୍ୟ ଅନୁଭବ କରନ୍ତି । କେବଳ ଏତିକି ନୁହେଁ ବସରେ ଯାତ୍ରା କରିବା ବେଳେ କେତେକ ସୁନ୍ଦର ଦୃଶ୍ୟ ଓ ପର୍ଯ୍ୟଟନ ସ୍ଥଳୀ ମଧ୍ୟ ଦେଖିବାକୁ ମିଳେ ଯାହା ଏହି ଯାତ୍ରାକୁ ଅଧିକ ସ୍ମରଣୀୟ କରେ ।

ଋଷିଆ, ପୋଲାଣ୍ଡ, ଜର୍ମାନୀ, ବେଲଜିୟମ ଭଳି ଦେଶ ସମେତ ଅନେକ ଦେଶରେ ଏହି ବସ ଅଟକି ଥାଏ । କାଜକିସ୍ତାନ, ଚାଇନା, ମିଆଁମାର, ଲାଓସ ଏବଂ ଥାଇଲ୍ୟାଣ୍ଡ ମଧ୍ୟ ଏହି ଯାତ୍ରାରେ ପଡିଥାଏ । ପ୍ରତ୍ୟକ ବ୍ୟକ୍ତିଙ୍କୁ ଭଡା ବାବଦକୁ ୧୫ ଲକ୍ଷ ଟଙ୍କା ଦେବାକୁ ପଡିଥାଏ । ଏହି ବସର ଯାତ୍ରା ସମୟରେ ଯାତ୍ରୀ ମାନେ ମିଆଁମାରର ସ୍ଵତନ୍ତ୍ର ପାଗୁଡା ବିଲଡିଙ୍ଗ ଦେଖିବାକୁ ପାଇବେ ।

ଲୋକମାନେ ଚାଇନାର ପ୍ରାଚୀନ ସ୍ଥଳୀ ସବୁ ବୁଲିବାକୁ ଯାଇପାରିବେ । ଏହା ସହ ବୁଖାରା ଭଳି ଐତିହାସିକ ସହର ବି ଦେଖି ପାରିବେ । ଏମିତି ଅନେକ ସ୍ଥାନ ବୁଲିବା ଓ ଦେଖିବାର ସୁବିଧା ମଧ୍ୟ ଏହି ଯାତ୍ରାରେ ରହିଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *