Saroj ସେଦିନ Lopamudraଙ୍କୁ ଏମିତି କିଛି କହିଦେଇଥିଲେ… ମୋତେ ବାହା ହୋଇ ଭୁଲ କରିଛ, Sahid jawan Saroj Kumar Das

ସରୋଜ ସେଦିନ ଲୋପାଙ୍କୁ ଥଟ୍ଟା କରି କହିଦେଇଥିଲେ…ମୋତେ ବାହା ହେଇ ତୁମେ ଭୁଲ କରିଦେଇଛ । ହଁ ଆଜ୍ଞା ଆମେ କହୁଛୁ ସେହି ବୀର ପୁରୁଷ ସହିଦ ଯବାନ ସରୋଜ କୁମାର ଦାସଙ୍କ ବିଷୟରେ… ଜିଏକି ନିକଟରେ ସିକ୍କିମ ବନ୍ୟାରେ ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ସହିଦ ହୋଇଯାଇଛନ୍ତି । ଘରର ବୀର ପୁଅକୁ ହରାଇ ପରିବାର ଲୋକ ଯେତେ ଦୁଃଖରେ ଅଛନ୍ତି । ସେମିତି ଅଗ୍ନୀକୁ ସାକ୍ଷୀ ରଖି ବାହା ହୋଇ 7 ଜନ୍ମର ସାଥି ହୋଇ ସରୋଜଙ୍କ ଧର୍ମପତ୍ନୀ ମଧ୍ୟ ସେମିତି ଦୁଃଖରେ ଭାଙ୍ଗି ପଡିଛନ୍ତି ।

ଏଥିସହ ନିଜ ସହିଦ ସ୍ଵାମୀ ସରୋଜଙ୍କ ଉପରେ ତାଙ୍କ ସ୍ତ୍ରୀ ଦୁଃଖରେ ଅଭିମାନ ମଧ୍ୟ କରିଛନ୍ତି । କାରଣ 7 ଜନ୍ମର ସାଥି ହେବେ କହି ବାହାଘରର ମାତ୍ର 8 ମାସରେ ହିଁ ସରୋଜ ଲୋପାଙ୍କର ହାତ ଛାଡି ଆରପାରିକୁ ଚାଲିଯାଇଛନ୍ତି । ତେବେ ଏହାରି ମଧ୍ୟରେ ବି ଦୁଃଖରେ ମନକୁ ମନ ଲୋପା ସରୋଜଙ୍କର ସେହି କଥାକୁ ଭାଳି ହେଉଛନ୍ତି । ଯେ ଥରେ ସରୋଜ ଲୋପାଙ୍କୁ ଏମିତି ଥଟ୍ଟା କରି କହିଦେଇଥିଲେ । ଯେ ଲୋପା ତମେ ମୋତେ ବାହା ହେଇ ଭୁଲ କରିଦେଇଛ ।

କାରଣ ମୁଁ ଦେଶ ତଥା ମାଟି ମା’ ର ସେବାରେ ନିଯୋଜିତ ରହିଛି । ତେଣୁ ମୋର ଜୀବନ ଅନିଶ୍ଚିତ ଅଟେ । କେତେବେଳେ ଯେ ମୋ ସାଥିରେ କଣ ଘଟିଜୀବ ତାହା ତ କହିହେବ ନାହିଁ । ହେଲେ ସରୋଜଙ୍କର ଏହି କିଛ ପଦ କଥା ଲୋପାଙ୍କ ପାଇଁ ଯେ ଦିନେ ସତରେ ପରିଣତ ହୋଇଯିବ ବୋଲି ଲୋପା କେବେ ମଧ୍ୟ ସ୍ଵପ୍ନରେ ସୁଦ୍ଧା ଭାବିନଥିଲେ । ଖାଲି ଏତିକି କାହିଁକି ପରୀକ୍ଷା ଦେବାକୁ ଯାଇ ଡିସେମ୍ବରରେ ଆସିବେ ବୋଲି ମଧ୍ୟ କହିଥିଲେ ସରୋଜ ।

ଆଉ ଆସିଲା ପରେ ଲୋପା ତମକୁ ସମସ୍ତେ ସରୋଜଙ୍କର ଧର୍ମପତ୍ନୀ ମ୍ୟାଡାମ ଲୋପାମୁଦ୍ରା ନାମରେ ଜାଣିବେ ବୋଲି ମଧ୍ୟ ଯବାନ ସରୋଜ କୁମାର ଦାସ କହିକି ଯାଇଥିଲେ । ହେଲେ ଦେଶ ପାଇଁ ସହିଦ ହୋଇ ସବୁଦିନ ଆରପାରିକୁ ଚାଲିଯାଇଛନ୍ତି ବୀର ପୁରୁଷ ସହିଦ ସରୋଜ କୁମାର ଦାସ । ଯେଉଁ ଅଫେରା ରାଇଜରୁ ଆଉ କେବେ ଫେରିକି ଆସିବେ ନାହିଁ । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *