ସାଂଘାତିକ ଅଭିଯୋଗ ଆଣିଲା ପାକିସ୍ତାନ.. କହିଲେ ଷଡଯନ୍ତ୍ର କରି ବିଶ୍ଵକପ ଜିତୁଛି ଟିମ ଇଣ୍ଡିଆ!

ଭାରତ ବିରୁଦ୍ଧରେ ପାକିସ୍ତାନର ସାଂଘାତିକ ଅଭିଯୋଗ । ଅଜବ କଥା କହିଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର । ଆଉ କହିଲେ ଷଡଯନ୍ତ୍ର କରି ବିଶ୍ଵକପରେ ମ୍ଯାଚ ଜିତୁଛି ଭାରତ । ହଁ ଦର୍ଶକ ବନ୍ଧୁ ଚଳିତ ବିଶ୍ଵକପ ରେ ପାକିସ୍ତାନ କିପରି ପ୍ରଦର୍ଶନ କରିଛି ତାହା ସମସ୍ତଙ୍କୁ ଜଣା ଅଛି । କିନ୍ତୁ ବାରମ୍ବାର ଦଳର ପରାଜୟ ପାଇଁ ଭାରତ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରି ଆସିଛି ପାକିସ୍ତାନ । ନିଜ ଦେଶର ଖରାପ ଖଳ ପାଇଁ ଦଳ ମ୍ଯାଚ ହାରୁଛି ସେ କଥା ମାନିବାକୁ ପ୍ରସ୍ତୁତ ନାହାନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର ମାନେ ।

ସେମାନେ ଏଥିପାଇଁ ଭାରତ ଉପରେ ଦୋଷ ଲଦି ଚାଲିଛନ୍ତି । ଭାରତ କାହିଁକି ସବୁ ମ୍ଯାଚ ଜିତୁଛି ତାହାକୁ ନେଇ କିଛି ପାକିସ୍ତାନୀ କ୍ରିକେଟର ପ୍ରଶ୍ନ ଉଠାଇଛନ୍ତି । ବିଶ୍ଵକପରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏହାକୁ ନେଇ ତାଙ୍କ ଦେଶର ପାକ ବିବାଦ ଆରମ୍ଭ ହୋଇ ଯାଇଛି । ପାକିସ୍ତାନୀ ଗଣମାଧ୍ୟମରେ ଏହାକୁ ନେଇ ବିତର୍କ ମଧ୍ୟ ଚାଲିଛି ।

ଆଉ ଏହି ବିତର୍କ ରେ ଭାଗ ନେଇ ଭାରତ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ହସନ ରାଜା । ଚଳିତ ବିଶ୍ଵକପରେ ଭାରତ ଲଗାତାର ଭାବେ ମ୍ଯାଚ ଜିତୁଥିବାରୁ ICC BCCI କୁ ଦୋଷାରୋପ କରିଛନ୍ତି ଏହି ପୂର୍ବତନ ପାକିସ୍ତାନୀ କ୍ରିକେଟର । ସେ କହିଛନ୍ତି “ଭାରତ ଖାଲିଟା ରେ ସବୁ ମ୍ଯାଚ ଜିତି ଯାଉ ନାହିଁ । ଏହା ପଛରେ ବଡ ଷଡଯନ୍ତ୍ର ରହିଛି ।

2023 ବିଶ୍ଵକପରେ ଆସିସି ଓ ବିସିସିସିଆଇ ଭାରତର ଦ୍ରୁତ ବୋଲୋର ଙ୍କୁ ଅଲଗା ବଲ ଦେଉଛନ୍ତି । ଯେଉଁ ବଲ ଅଧିକ ସ୍ଵୀଙ୍ଗ ହେଉଛି । ଆଉ ଏହା ଦ୍ଵାରା ଭାରତୀୟ ବୋଲୋର ଙ୍କୁ ଅଧିକ ଫାଇଦା ମିଳୁଛି । ବଲ ଅଧିକ ସ୍ଵୀଙ୍ଗ ହେବା ଫଳରେ ବିପକ୍ଷ ଦଳର ବ୍ୟାଟର ମାନେ ଅସୁବିଧାରେ ପଡ଼ୁଛନ୍ତି । ଆଉ ସହଜରେ ଆଉଟ ହେବ ସହ ଅଧିକ ରନ କରିବାକୁ ସକ୍ଷମ ହେଉ ନାହାନ୍ତି ।

ଭାରତରେ ଏହି ବିଶ୍ଵକପ ଖେଳା ଯାଉଥିବାରୁ ଆସିସି କୁ ହାତ କରି ବିସିସିଆଇ ଏହି ଷଡଯନ୍ତ୍ର ରଚିଛି । କାରଣ ଏହି ବିଶ୍ଵକପରେ କେବଳ ଭାରତ ହି ଚାମ୍ପିୟାନ ହେଉ ବୋଲି ବିସିସିଆଇ ର ଏକମାତ୍ର ଉଦ୍ଦେଶ୍ୟ ରହିଛି । ହସନ ରାଜଙ୍କର ଏଭଳି ଅଭିଯୋଗ ପରେ ଏହାର ଦୃଢ ଜବାବ ଦେଇଛନ୍ତି ପୁର୍ବତନ କ୍ରିକେଟର ଆକାଶ ଚୋପ୍ରା ।

ଆକାଶ ଚୋପ୍ରା କହିଛନ୍ତି ପାକିସ୍ତାନୀ ଗଣମାଧ୍ୟମରେ ଯାହା ଚାଲିଛି ତାହା ବିତର୍କ ନୁହେଁ ବରଂ ଥଟ୍ଟା ମଜା । ଏହି ଟିଭି ସୋ ରେ କଣ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହେଉଥିଲା ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଆକାଶ କରିଛନ୍ତି । କ୍ରିକେଟ ଖେଳକୁ ନେଇ ବିଶ୍ଳେଷଣ କରା ଯାଉଥିବା ବେଳେ ଏଭଳି ଆଲୋଚନା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଆକାଶ ଚୋପ୍ରା ।

ହସନ ରାଜା ପାକିସ୍ତାନ ପାଇଁ ମାତ୍ର 7ଟି ଟେଷ୍ଟ ଓ 16ଟି ଦିନିକିଆ ମ୍ଯାଚ ଖେଳିଥିଲେ । ଏତେ କମ ମ୍ୟାଚ ରେ ଖେଳିଥିଲେ ମଧ୍ୟ ତାଙ୍କ ନାଁ ରେ ମ୍ଯାଚ ଫିକ୍ସିଙ୍ଗ ଅଭିଯୋଗ ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *