ସାମ୍ନାକୁ ଆସିଲା ସମୁଦ୍ର ଢେଉରେ ଭାସି ଆସିଥିବା ସୁନା ରଥର ସତ କାହାଣୀ, ଏହି ରଥ ପଛର ରହସ୍ୟ ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଏହି Video

ବନ୍ଧୁଗଣ, ବାତ୍ୟା ଅସାନି ଯେତେ ପରିମାଣରେ ଡରାଇଲା, ସେତିକି ହଇରାଣ କରିନାହିଁ । ତେବେ ଆନ୍ଦ୍ରପ୍ରଦେଶ ର ଶ୍ରେକାକୁଲମ ଅନ୍ତର୍ଗତ ସାନ୍ତାବୋମାଲି ମଣ୍ଡଳମ ର ଏମ.ସୁନାପଲ୍ଲୀ ଗ୍ରାମ କୁ ଦେଇଗଲା ଏକ ବିଷ୍ମୟକର ଉପହାର । ବାତ୍ୟାଭୟଭୀତ ରେ ଏହି ଗ୍ରାମ ପାଖ ସମୁଦ୍ର କୂଳରେ ଏକ ସୁନା ଛାଉଣି ଭଳି ଦେଖାଯାଉଥିବା ରଥ ଲାଗିଥିଲା । ତେବେ ଏହି ରଥ ରେ ୧୬.୦୧.୨୦୨୨ ତାରିଖ କୁ ଛାଡିଦେଲେ, ଆଉ ଯେଉଁ ଭାଷା ଲେଖାଯାଇଅଛି ତାହାକୁ କେହି ମଧ୍ୟ ପଢିପାରୁନାହାଁନ୍ତି ।

କିନ୍ତୁ ଏହି ରଥ ରାସ୍ତାରେ ଚାଲିବା ନିମନ୍ତେ ନୁହେଁ ବରଂ ସମୁଦ୍ର ରେ ଭାଷିବା କୌଶଳ ରେ ତିଆରି ହୋଇଅଛି । ଏଭଳି କି ଡଙ୍ଗା ପରି ତାହାର ସ୍ଥାୟିତ୍ଵ ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଅଛି । ଏଥିରେ ବୌଦ୍ଧ ଧର୍ମର କଳା ସ୍ଥାପତ୍ୟ ରହିଥିବା ଜଣାପଡିଅଛି । ତେବେ ରଥ ଟି ରହସ୍ୟ ହୋଇ ରହିଥିବାରୁ ଏହାକୁ ଦେଖିବା ନିମନ୍ତେ ବହୁ ସଂଖ୍ୟାରେ ଲୋକେ ସମୁଦ୍ର କୂଳରେ ପହଞ୍ଚିଛନ୍ତି ।

୧୦ ଫୁଟ ଉଚ୍ଚର ଏହି ରଥ ସମୁଦ୍ର ରେ କେମିତି ଏବଂ କେଉଁଠାରେ ଆସିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । ଏହାକୁ ନେଇ ସ୍ଥାନୀୟ ମେରାଇନ ପୋଲିସ ତଦନ୍ତ କରୁଅଛି । ପ୍ରାଥମିକ ଭାବରେ ଯାହା କୁହାଯାଉଅଛି ଯେ ଏହି ରଥ ଟି ମିଆଁମାର ରୁ ଆସିଥାଏ ପାରେ । ରଥ ଟି ଏକ ପୂଜା ମଣ୍ଡପ ବୋଲି ମେରାଇନ ସ୍ପଷ୍ଟ କରିଅଛି ।

ଏହାର ଚଟାଣ କାଠ ରେ ନିର୍ମାଣ ହୋଇଥିବା ବେଳେ ଏହା ପାଣିରେ ଭାଷିବା ନିମନ୍ତେ ୧୨ ଟି ଲୁହା ଡ୍ରମ ଖଞ୍ଜାଯାଇଅଛି । ଏହାର କିଛି କିଛି ଅଂଶ ଲୁହାରେ ନିର୍ମାଣ କରାଯାଇ ଗୋଲ୍ଡ କୋଟିଙ୍ଗ କରାଯାଇଅଛି । ଏବଂ ଏହାର ଚୁଳ ପିତଳରେ ନିର୍ମାଣ କରାଯାଇଅଛି । ମାତ୍ର ଏହି ରଥ କୁ ଦେଖିବାକୁ ଅନେକ ଲୋକେ ବ୍ୟକ୍ତି ରୁଣ୍ଡ ହୋଇଛନ୍ତି । ସେଠାକାର ସ୍ଥାନୀୟ ବାସିନ୍ଦା ମାନେ କହିଛନ୍ତି ଯେ ଏହି ସମୁଦ୍ର କୂଳରେ ଗୋଟିଏ ଲୋକ ମଧ୍ୟ ଦେଖିବାକୁ ମିଳୁନଥିଲେ ।

କିନ୍ତୁ ଆଜିଭଳି ଦିନରେ ଏହି ରଥ କୁ ଦେଖିବା ନିମନ୍ତେ ଶହଶହ ଲୋକେ ଆସୁଛନ୍ତି । ଏହାର ଆମେ ମଧ୍ୟ ଭରପୁର ଆନନ୍ଦ ଉଠାଉଛୁ । ଏବଂ ଆମ୍ଭେ କହିବାକୁ ଚାହୁଁଅଛୁ ଯେ ଅନେକ ପର୍ଯ୍ୟଟକ ଆସି ନିଶ୍ଚିତ ସମୁଦ୍ର କୂଳରେ ରଥ କୁ ନିଶ୍ଚିତ ଦେଖିବା କଥା ଏହାର ଏକ ଅଦ୍ଭୁତ ଅନୁଭୂତି ରହିଅଛି ବୋଲି ପର୍ଯ୍ୟଟକ କହିଅଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *