ଏବେ ବୟସ ଅଛି, ସମସ୍ତେ କହିବେ ସେକେଣ୍ଡ ମ୍ୟାରେଜ କରିବାକୁ, ହେଲେ ମୋ ଝି ! ହଁ ଆଜ୍ଞା ଜଣେ ନାରୀ ଯେତେବେଳେ ଜଣେ ପୁରୁଷର ହାତ ଧରି ତା’ ସ୍ଵାମୀର ଘରକୁ ଚାଲିଆସିଥାଏ । ସେହି ନାରୀଟି ତା’ ର ସ୍ଵାମୀକୁ ନିଜ ଦୁନିଆ ନିଜର ସବୁକିଛି ମାନିନେଇଥାଏ । ହେଲେ ଯେତେବେଳେ ବିବାହର କିଛି ବର୍ଷ ପରେ ସ୍ତ୍ରୀ ର ହାତ ଅଧାରାସ୍ତାରୁ ଛାଡି ସ୍ଵାମୀ ସବୁଦିନ ଆରପାରିକୁ ଚାଲିଯାଏ । ସେହି ଯେଉଁ ଯନ୍ତ୍ରଣା ସେ ହିଁ କେବଳ ଜାଣିଛି । ଯେ ନିଜର ସ୍ଵାମୀକୁ ଅଳ୍ପ ବର୍ଷ ବୟସରୁ ହରାଇଦେଇଛି ।
ନିଜର ସ୍ଵାମୀ ଚାଲିଯିବା ଦୁଃଖ ମନରେ ଯେତିକି ଅଛି । ତଥାପି ସେହି ଦୁଃଖରୁ ବାହାରି ସଂଘର୍ଷ କରି ନିଜ ପରିବାରକୁ ଚଳାଇବା ର ଅଣ୍ଟା ଭିଡିଛନ୍ତି ରଶ୍ମିତା ଲେଙ୍କା । ତେବେ ରଶ୍ମିତା ଲେଙ୍କା ଗଣ ମାଧ୍ୟମ ସାମ୍ନାରେ କିଛି କଥା କହୁ କହୁ ତାଙ୍କ ମନ ମଧ୍ୟରେ ସ୍ଵାମୀ ଚାଲିଯିବାର ଯେଉଁ ଦୁଃଖ ଓ କୋହ ରହିଥିଲା । ସେହି ସବୁ ଦୁଃଖ ଆଖିରେ ଲୁହ ହୋଇଚାଲିଆସିଛି । ରଶ୍ମିତା କହିଛନ୍ତି, ଯେ ମୋ ସ୍ଵାମୀ ମଦ୍ୟପାନ କରି କରି ତାଙ୍କ ଜୀବନ ଚାଲିଗଲା ।
ହେଲେ ମୋ ସ୍ଵାମୀ ସିନା ମୋତେ ଛାଡି ଦେଇଚାଲିଗଲେ । ହେଲେ ତାଙ୍କର ସବୁ ସ୍ମୃତି ମୋ ପାଖରେ ଛାଡିଦେଇ ଚାଲିଗଲେ । ଯେଉଁ କଥା ଭାବି ଭାବି ସବୁଦିନ ମୁଁ କାନ୍ଦି ପକାଉଛି । ଅନେକ ଲୋକ ମୋତେ କହୁଛନ୍ତି । ତୁ ସେକେଣ୍ଡ ମ୍ୟାରେଜ କରିନେ । ହେଲେ ମୁଁ ଯଦି ସେକେଣ୍ଡ ମ୍ୟାରେଜ କରିବି । ମୋ ଝିଅକୁ ମୋ ଦିତୀୟ ସ୍ଵାମୀ ଝିଅ ବୋଲି ପଚାରିବ କି ନାହିଁ ତାହା ଠିକ ନାହିଁ ।
ତେଣୁ ମୁଁ ଦିତୀୟ ମ୍ୟାରେଜ ନକରି ନିଜ ପରିବାର ଚଳାଇବାକୁ ଓ ମୋ ଝିଅକୁ ମଣିଷ କରିବା ପାଇଁ ମୋତେ ଯେତେ ସଂଘର୍ଷ କରିବାକୁ ପଡିଲେ ବି ମୁଁ କରିବି । ତେବେ ରଶ୍ମିତାଙ୍କର ଏକ ଜଳଖିଆ ଦୋକାନ ମଧ୍ୟ ରହିଛି । ଯେଉଁଥିରେ ପରିଶ୍ରମ କରି ରଶ୍ମିତା ନିଜର ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି ।
ହେଲେ ସ୍ଵାମୀ ଚାଲିଯିବାର ଯନ୍ତ୍ରଣାକୁ ରଶ୍ମିତା ନିଜ ମନରୁ କେବେବି ଭୁଲାଇ ପାରୁନାହାନ୍ତି । ତଥାପି ନିଜକୁ ଶକ୍ତ କରିବା ସହ ନିଜ ଝିଅକୁ ମଧ୍ୟ ଦୁଃଖରୁ ଦୂରେଇ ରଖି ଶକ୍ତ କରାଉଛନ୍ତି । ଖବରର ଅପଡେଟ ଲାଗି ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ