ସକାଳୁ ଉଠି କେଉଁ କାମ କଲେ ହେବେ ଧନୀ ଓ କେଉଁ କାମ କଲେ ହେବେ ଭିକାରୀ (Ajira Anuchinta)

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଏହା ଆପଣଙ୍କ ଦୈନଦିନ ଜୀବନକୁ ସୁଖମୟ ଓ ସମୃଦ୍ଧିମୟ କରିବାରେ ସହାୟକ ହେବ । ଦିନର ସକାଳ ସମୟଟିବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସକାଳ ଟି ଭଲ ରେ ବିତିଲେ ଦିନଟି ଭଲରେ କଟେ । ଆଜି ଆମେ ଜାଣିବା ସକାଳୁ ଉଠି କେଉଁ କାମ କରିବା ଶୁଭ ଓ କଣ କରିବା ଅଶୁଭ ହୋଇଥାଏ ।  ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଆଜିର ଏହି ଅନୁଚିନ୍ତା ବିଷୟରେ ।

୧. ପ୍ରତ୍ୟକ ଦିନ ସକାଳୁ ଉଠିବା ଦ୍ଵାରା ଆପଣଙ୍କ ଶରୀର ସତେଜ ରହିଥାଏ, ଯେକୌଣସି କାମରେ ମନ ଲାଗିଥାଏ ଏବଂ ବ୍ଲଡ଼ ସୁଗାର ଏବଂ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ ହୋଇଥାଏ ।

୨. ପ୍ରତିଦିନ ସକାଳୁ ଉଠି ସକାଳ ଜଳଖିଆ ଯଦି ଆପଣ ଶୀଘ୍ର ଖାଉଛନ୍ତି ତା ହେଲେ ଆପଣଙ୍କ ଶରୀର ଫୁର୍ତ୍ତି ରହିବବା ସହ ଶରୀର ସୁସ୍ଥ ଏବଂ ନିରୋଗ ରହିଥାଏ ।

୩. ସକାଳୁ ଉଠିବା ଦ୍ଵାରା ପୁରା ଦିନ ମନ ପ୍ରଫୁଲିତ ରହିଥାଏ ଏବଂ ଆପଣଙ୍କ ଚିନ୍ତାଧାରା ମଧ୍ୟ ସକାରାତ୍ମକ ହୋଇଥାଏ ।

୪. ସକାଳୁ ଉଠିବା ଦ୍ଵାରା ଯେକୌଣସି କାର୍ଯ୍ୟ କରିବା ପାଇଁ ଆପଣଙ୍କୁ ଅଧିକ ସମୟ ମିଳିଥାଏ ଏବଂ ନିଜ ପାଇଁ ମଧ୍ୟ ଅଧିକ ସମୟା ମିଳିଥାଏ ।

୫. ପ୍ରତ୍ୟକ ଦିନ ସକାଳୁ ଉଠିବା ଦ୍ଵାରା ଆପଣଙ୍କ ମସ୍ତିସ୍କ ସୁସ୍ଥ ରହିଥାଏ ଏବଂ ଏକାଗ୍ରତା ବୃଦ୍ଧି ହୋଇଥାଏ ଯାହାଫଳରେ ପ୍ରତ୍ୟକ କାର୍ଯ୍ୟ ଉତ୍ତମ ରୂପେ କରିହୁଏ ।

୬. ସକାଳ ସମୟଟି ଆପଣଙ୍କ ଶରୀର ପାଇଁ ବହୁତ ଉତ୍ତମ ହୋଇଥାଏ ଏଣୁ ସକାଳୁ କିଛି ସମୟ ବାୟାମ କିମ୍ବା ଯୋଗ ଅଭ୍ୟାସ କରିବା ଦ୍ଵାରା ଆପଣଙ୍କ ଶରୀର ଓ ମନ ସୁସ୍ଥ ରହିଥାଏ ।

୭. ପ୍ରତିଦିନ ସକାଳୁ ଉଠି ସୂର୍ଯ୍ୟଙ୍କ କଅଁଳିଆ କିରଣରେ କିଛି ସମୟ ବସିବା ଦ୍ଵାରା ଆପଣଙ୍କୁ ଭିଟାମିନ D ମିଳିବା ସହ ହାତ ଏବଂ ଗଣ୍ଠି ଜନିତ ସମସ୍ୟା ଦୂର ହୋଇଥାଏ ।

୮. ସକାଳୁ ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ସବୁଠାରୁ ଅଧିକ ରହିଥାଏ ତେଣୁ ସକାଳୁ ଉଠି କିଛି ସମୟ ବାହାରେ ବିତାଇଲେ ଆପଣଙ୍କ ମସ୍ତିସ୍କ ଉପରେ ଭଲ ପ୍ରଭାବ ପଡିଥା ଓ ଭବିଷ୍ୟତରେ ଆପଣ ଜ୍ଞାନୀ, ବୁଦ୍ଧିମାନ ଏବଂ ବିଦ୍ଵାନ ହେବାରେ ସହାୟକ ହୋଇଥାଏ ।

୯. ଯେଉଁ ଲୋକ ପ୍ରତ୍ୟକ ଦିନ ବ୍ରାହ୍ମ ମୂହୁର୍ତ୍ତରେ ଉଠେ ସେ ଜୀବନରେ ଖୁସି ରହିବା ସହିତ ସମୃଦ୍ଧି ଶାଳି ହୋଇଥାଏ ।

୧୦. ସକାଳଉ ଉଠିବା ପରେ କେବେବି ଆଇନା ଦେଖିବା ଉଚିତ ହୋଇ ନଥା ଏହାଦ୍ବାରା ଘରେ ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ।

୧୧. ସକାଳୁ ଉଠି ଜଳଖିଆ ନକରିବା ପର୍ଯ୍ୟନ୍ତ କୌଣସି ପଶୁଙ୍କ ନାମ ନେବା ଉଚିତ ନୁହେଁ ନଚେତ ଏହା ଅଶୁଭ ହୋଇଥାଏ ।

୧୨. ସକାଳୁ ଉଠି ପାଣିରେ ଅଳ୍ପ କ୍ଷୀର ମିଶାଇ ଯଦି ଆପଣ ଘରର ମୁଖ୍ୟ ଦ୍ଵାରରେ ଛିଞ୍ଚି ଦେଉଛନ୍ତି ତା ହେଲେ ଆପଣଙ୍କ ଘରକୁ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

୧୩. ସକାଳୁ ଉଠିବ ପରେ ଘରେ ଦୀପଟିଏ ଲଗାଇଲେ ଆପଣଙ୍କ ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ପଡିଥା ଏବଂ ଘରେ ଅର୍ଥର ଅଭାବ ଦୂର ହୋଇଥାଏ ।

୧୪. ସକାଳ ସମୟ ଦେବୀଦେବତାଙ୍କ ଚରାଚର ସମୟ ହୋଇଥାଏ, ତେଣୁ ଏହି ସମୟରେ ସ୍ତ୍ରୀ କିମ୍ବା ଅନ୍ୟ କୌଣସି ସ୍ତ୍ରୀ ସହ ଶାରୀରିକ ସମ୍ବନ୍ଧ ରଖିବା ଅନୁଚିତ । ଏହାଦ୍ବାରା ଅନିଷ୍ଟ ହୋଇଥାଏ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *