ନମସ୍କାର ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଆମର ଏହି ଓଡିଆ ଢଗ ଢମାଳିକୁ ବହୁତ ବହୁତ ସ୍ଵାଗତ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଢଗର ପ୍ରଶ୍ନ ଏବଂ ତାର ଉତ୍ତର ନେଇ ଆସିଛୁ । ଆପଣଙ୍କ ବୁଦ୍ଧିର ବିକାଶ ପାଇଁ ଆପଣ ଏହି ଓଡିଆ ଢଗର ପ୍ରଶ୍ନ ଉତ୍ତର ଗୁଡିକୁ ମନେ ରଖନ୍ତୁ ଆଉ ନିଜ ଲୋକଙ୍କୁ ମଧ୍ୟ ଏହା ବିଷୟରେ କୁହନ୍ତୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଢଗର ପ୍ରଶ୍ନ ଏବଂ ତାର ଉତ୍ତର ବିଷୟରେ ।
୧. ଖାଇବାକୁ ଦେଲେ ବଞ୍ଚେ, ପିଇବାକୁ ଦେଲେ ମରେ ତାହା କଣ ?
ଉତ୍ତର- ନିଆଁ ଖାଇବାକୁ ଦେଲେ ବଞ୍ଚେ ହେଲେ ପାଣି ପକେଇଲେ ନିଆଁ ଲିଭି ଯାଏ ।
୨. ଗୋଟେ ଗାଡିରେ ଚାରୋଟି ପାଇଲଟ ?
ଉତ୍ତର- କୋକେଇ ହେଉଛି ଏକ ଏପରି ଗାଡି ଯାହାକୁ ଚାରି ଜଣ କାନ୍ଧେଇ ଥାନ୍ତି ।
୩. ଜଣେ ଲୋକ ୩ ଟଙ୍କାରେ ନଡିଆ କିଣି ୨ ଟଙ୍କାରେ କିଛି ଦିନ ବିକିଲା ତେବେ ପରେ ସେ କେମିତି ଲକ୍ଷପତି ହେଲା ?
ଉତ୍ତର- ଲୋକଟି ଆଗରୁ କୋଟିପତି ଥିଲା ପରେ ଲକ୍ଷପତି ହେଇଗଲା ।
୪. ଆଗ ବାପା ଜନ୍ମ ନା ପୁଅ ଜନ୍ମ ?
ଉତ୍ତର- ପୁଅ ଜନ୍ମ ହେଲା ପରେ ବାପା ଶବ୍ଦ ଜନ୍ମ ହେବ ।
୫. ଆଜିକାଲି ଲୋକ କଣ ମାଗଣାରେ ବେସୀ ମାରୁଛନ୍ତି ?
ଉତ୍ତର- ଆଜିକାଲି ଲୋକ ମାଗଣାରେ ମିସକଲ ମାରୁଛନ୍ତି ।
୬. ତିନି ଅକ୍ଷର ନାମ ତାର, ଓଲଟା କିମ୍ବା ସିଧା ଲେଖ ହେବ ସମାନ ?
ଉତ୍ତର-କଟକ ଓଲଟା ଲେଖିଲେ ଚଳିବ ଆଉ ସିଧା ଲେଖିଲେ ବି ଚଳିବ ।
୭. କାହାର ଜନ୍ମ ଦିନ ପ୍ରତି ବର୍ଷ ଆସେ ନାହିଁ ?
ଉତ୍ତର- ଫେବୃୟାରି ୨୯ ଯାହାକୁ ଅଧିବର୍ଷ ଏହା ପ୍ରତିବର୍ଷକୁ ଆସି ନଥାଏ ଏହା ୪ ବର୍ଷକୁ ଥରେ ଆସେ ।
୮. ବଙ୍କା ବଙ୍କା ମାମୁଁ ତୁମେ ଯାଉଛୁ କେଣିକି, ଦାନ କିଲ୍ଲା ଭଣଜା ପଚାରୁ କାହିଁକି । ଏହାର ମାନେ କଣ ?
ଉତ୍ତର- ସାପ ଆଉ କପାତୁଳା
୯. ସବୁଦିନ କିଏ ନୂଆ ଶାଢୀ ପିନ୍ଧେ ?
ଉତ୍ତର- ସବୁଦିନ ପିଜୁଳି ଗଛରେ ଚୋପା ଛାଡି ଥାଉ ଏକ ଲୁଗା ପରି ଆବରଣ ଥାଏ ।
୧୦. ହାତ ନାହିଁ କି ଗୋଡ ନାହିଁ କିନ୍ତୁ ମୁଣ୍ଡରେ ବସେ ?
ଉତ୍ତର- ଟୋପିର ହାତ ନାହିଁ କି ଗୋଡ ନାହିଁ ହେଲେ ସେ ମୁଣ୍ଡରେ ବସେ ।
୧୧. ଗରିବ ଲୋକ ଫିଙ୍ଗି ଦିଅନ୍ତୁ ଧନୀ ଲୋକ ସାଇତି ରଖନ୍ତି ତାହା କଣ ?
ଉତ୍ତର- ସିଙ୍ଗାଣିକୁ ଗରିବ ଲୋକ ବାହାରେ ଛିଙ୍କି ଫିଙ୍ଗି ଦିଅନ୍ତୁ ହେଲେ ଧନୀ ଲୋକ ରୁମାଲ ଦେଇ ପକେଟରେ ରଖନ୍ତି ।
୧୨. ଆପଣଙ୍କ ଦୋଷ ନଥିଲେ ମଧ୍ୟ ସେ ଆପଣଙ୍କୁ ବାନ୍ଧି ରଖେ ?
ଉତ୍ତର- ବେଲ୍ଟ ଯାହାକି ଆପଣ ମାନେ ଫାଣ୍ଟରେ ବାନ୍ଧନ୍ତି ।