ସବୁ କପାଳ ଭାଗ୍ୟ, ନବୀନଙ୍କ ଥିଲେ ସେ ଆଉଥରେ ମୁଖ୍ୟମନ୍ତ୍ରୀ ହେବେ। Suresh rout ray

ମୁଖ୍ୟମନ୍ତ୍ରୀ ହେଲ ଆଗ ଦରଦାମ କମ୍ କର । ବରିଷ୍ଠ ନେତା ସୁର ରାଉତରାୟ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସୁର ରାଉତରାୟ ପ୍ରତିକ୍ରିୟାରେ କହିଛନ୍ତି । ମୋହନ ମାଝି ଜଣେ ଭଲ ଲୋକ । ସେ 4 ଥର ବିଧାୟକ ହୋଇଛନ୍ତି । ମୁଁ ତାଙ୍କ ସହ ମିଶି ବହୁତ ସାରା କାମ ମଧ୍ୟ କରିଛି । ଓଡିଶାରେ ମୁଖ୍ୟମନ୍ତ୍ରୀ ହେଲେ ବହୁତ ଭଲ ଲାଗିଲା । ଲୋକଙ୍କ ମନ କଥା ବୁଝି ଭଲରେ ରାଜ୍ୟକୁ ଚଲାନ୍ତୁ । ତେଣୁ ତାଙ୍କର ଭାଗ୍ୟ ଭଲ ଥିଲା ।

ତେଣୁ ସେ ମୁଖ୍ୟମନ୍ତ୍ରୀ ଓଡିଶାର ହୋଇପାରିଲେ । ଯଦି ମୁଁ ନବୀନ ପଟ୍ଟନାୟକଙ୍କ କହିବି । ଓଡିଶା ପାଇଁ ନବୀନ ବହୁତ ବିକାଶ କରିଛନ୍ତି । ନବୀନ ଓଡିଶା ପାଇଁ ଯାହା ସବୁ ବିକାଶ କାର୍ଯ୍ୟ କରିଛନ୍ତି । ଓଡିଶାବାସୀ ତାଙ୍କୁ କେହି ମଧ୍ୟ ଭୁଲିପାରିବେ ନାହିଁ । ସେ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇ ଆସିଛନ୍ତି । ସବୁ ସେହି କପାଳ ଲିଖନ । ନବୀନ ପଟ୍ଟନାୟକଙ୍କର ଏଥର ଭାଗ୍ୟ ଭଲ ନଥିଲା ।

ତେଣୁ ସେ ମୁଖ୍ୟମନ୍ତ୍ରୀ ଓଡିଶାର ହୋଇପାରିଲେ ନାହିଁ । ଯଦି ତାଙ୍କର ଭାଗ୍ୟରେ ଥାଏ । ସେ 2029 ରେ ପୁଣି ଥରେ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇପାରିବେ । କାରଣ ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ହେବେ । ଏହି କଥା ମଧ୍ୟ କିଏ କେବେ ଭାବିନଥିଲେ । ହେଲେ ସିଏ ପୁଣି ମୁଖ୍ୟମନ୍ତ୍ରୀ ହେଲେ କି ନାହିଁ । ଠିକ ସେମିତି ଆମ ହାତରେ କିଛି ନଥାଏ । ଆମେ କେବଳ ଆମର କାମ କରିଚାଲିବୁ । ଆମ ଭାଗ୍ୟରେ ଯାହା ଯେତେବେଳେ ଲେଖାଥିବ । ତାହା ହିଁ ଆମ ସାଥିରେ ହେବ ।

ମୋହନ ଚରଣ ମାଝିଙ୍କ ସହିତ ମୋର ଆଗରୁ ସମ୍ପର୍କ ଅଛି । ସେ ଏବେ ଓଡିଶାର ମୁଖ୍ୟମନ୍ତ୍ରୀ ତ ହୋଇଗଲେ । ହେଲେ ଲୋକଙ୍କ ମଙ୍ଗଳ ପାଇଁ ତାଙ୍କୁ ଦରଦାମ ପ୍ରଥମେ କମ୍ କରିବାକୁ ପଡିବ । କାରଣ ଡାଲି, ଚାଉଳ ଠାରୁ ନେଇ ସବୁ ବ୍ୟବହାର କରିବା ଜିନିଷ ରେଟ ବହୁତ ବଢିଯାଇଛି । ତେଣୁ ଯଦି ପ୍ରକୃତରେ ଲୋକଙ୍କର ଭଲ କରିବାକୁ ସରକାର ଚାହୁଁଥିବେ । ତେବେ ସେ ଆଗେ ସବୁ ଜିନିଷର ଦରଦାମ କମେଇବାକୁ ଚେଷ୍ଟା କରନ୍ତୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *