ରୁଦ୍ର (Rudra Moharathy) ଙ୍କ ମହାନତା ! କହିଲେ ‘ଲୋକମାନେ ଆସିବେନି ମୁଁ ଲୋକଙ୍କ ପାଖକୁ ଯିବି, ତାଙ୍କ ସୁଖ ଦୁଃଖରେ ତାଙ୍କୁ…’ ଦେଖନ୍ତୁ ରୁଦ୍ରଙ୍କ Exclusive Interview

ବନ୍ଧୁଗଣ ଆପଣ ମାନେ ସମସ୍ତେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ରୁଦ୍ର ପ୍ରତାପ ମହାରଥୀ ହେଉଛନ୍ତି ବିଜେଡି ଦଳର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ଏକ ମାତ୍ର ପୁତ୍ର । ଗତ କିଛି ମାସ ତଳେ ପ୍ରଦୀପ ଏହି ଦୁନିଆ ଛାଡି ଚାଲିଯାଇଥିଲେ ଆଉ ଏହା ପରେ ବିଜେଡି ଦଳ ପ୍ରଦୀପଙ୍କ ପୁଅ ରୁଦ୍ର ପ୍ରତାପଙ୍କୁ ନିର୍ବାଚନ ଲଢିବା ପାଇଁ ଟିକେଟ ଦେଇଥିଲା ।

ବନ୍ଧୁଗଣ ଜନତାଙ୍କ ପୂର୍ଣ୍ଣ ସମର୍ଥନରେ ରୁଦ୍ର ପ୍ରଥମ ଚେଷ୍ଟାରେ ପିପିଲି ବିଧାୟକ ରୂପେ ନିର୍ବାଚିତ ହୋଇଛନ୍ତି । ରୁଦ୍ର ବିଧାୟକ ହେବା ପରେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହୁଛନ୍ତି । ବନ୍ଧୁଗଣ ରୁଦ୍ର ସବୁବେଳେ ଗରିବ ଓ ଅସହାୟ ଲୋକ ମାନଙ୍କ ପାଇଁ ଛିଡା ହେଉଛନ୍ତି । ଆଉ ଏହାରି ମଧ୍ୟରେ ରୁଦ୍ର ପ୍ରତାପଙ୍କର ଆଉ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ରୁଦ୍ର ନିଜର ସାକ୍ଷାତ୍କାର ଦେଉଛନ୍ତି ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ରୁଦ୍ର ଏହି ସାକ୍ଷାତ୍କାରରେ କହିଛନ୍ତି- ‘ଏମଏଲଏ ହେବା ହେଉଛି 10 ପ୍ରତିଶତ କାମ ବାକି 90 ପ୍ରତିଶତ କାମ ହେଉଛି ଏମଏଲଏ ହେବା ପରେ ଯେଉଁ ଡ୍ୟୁଟି ଆସେ ତାହା କରିବା । ଲୋକ ମାନଙ୍କର ସେବା କରିବା ତାଙ୍କର ସୁଖ ଦୁଃଖରେ ସାଥି ହୋଇ ରହିବା, ତାଙ୍କର ସମସ୍ୟାର କିପରି ବାଟ ବାହାର କରିବା ତା ଉପରେ ଲକ୍ଷ ରଖିବା ।

ମୁଁ ବିଧାୟକ ହେବା ପରେ ଏସବୁ କଥାକୁ ଫୋକୋସ ରଖି କାମ କରୁଛି । ଯାହା ଲକ୍ଷ ଥିଲା ତାକୁ କେମିତି ମୁଁ ହାସଲ କରିବି ଲୋକ ମାନଙ୍କ ସୁଖ ଦୁଃଖର ସାଥି ହୋଇ ତାଙ୍କ ଅସୁବିଧା ସମୟରେ ତାଙ୍କ ସହ ଛିଡା ହେବି ମୁଁ ଲକ୍ଷ ରଖିଥିଲି । ଆଉ ସେହି ଲକ୍ଷରେ ମୁଁ 10ଟି ପଞ୍ଚାୟତରେ ଗାଁରୁ ଗାଁକୁ ଡୋର ରୁ ଡୋରକୁ ଯାଉଛି । ମୁଁ ଏକୁଟିଆ ଯାଉନି ଅଫିସିଆଲ୍ସ ମାନଙ୍କୁ ନେଇକି ଯାଉଛି ଏବଂ ଲୋକ ମାନଙ୍କ ପାଖରେ ତାଙ୍କ ସମସ୍ୟା ବିଷୟରେ ଆଲୋଚନା କରୁଛି ।

କେଉଁ ଭଳି ଭାବରେ ବିକାଶ ହେଇପାରିବ ତାହା ବି ବୁଝୁଛି । ପ୍ରଥମ ଥର ଯେତେବେଳେ ଇଲେକ୍ସନ ଘୋଷଣା ହୋଇଥିଲା ସେତେବେଳେ ମୁଁ କିଛି ମିଡିଆଙ୍କୁ କହିଥିଲି ଲୋକମାନେ ମୋ ପାଖକୁ ଆସିବେ ନାହିଁ ମୁଁ ଲୋକ ମାନଙ୍କ ପାଖକୁ ଯିବି ଆଉ ମୁଁ ଯାଉଛି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *