ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଭିଡିଓରେ ଶ୍ରୀମନ୍ଦିରର ଜଣେ ସେବକ ରୋଷଘର ବିଷୟରେ କହୁଛନ୍ତି । ରୋଷଘର ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତେବେ ରୋଷଘରର କିଛି ଭିତିରି କଥା ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ସେବକ ଜଣକ କହିଛନ୍ତି-‘ଆମ ରୋଷଘରର ବହୁତ ବାକ୍ୟ ଅଛି ଯାହା ବାହାରକୁ ଆସେନି ।
ରୋଷଘର ଭିତରକୁ ଯିବା ପାଇଁ କାହାକୁ ଅନୁମତି ନଥାଏ ସମସ୍ତେ ରୋଷଘର ଭିତରେ ରହିବେ । ପାଣି ଲୋକ ରୋଷଘର ଦ୍ଵାରରେ ଆଣିବ ଆମେ ନେବୁ କାଠ ଜଣେ ଲୋକ ରୋଷଘର ବାହାରେ ଆଣିବ ଆମେ ନବୁ । ଯେଉଁ ମାନେ ସବୁ ଜିନିଷ ଯୋଗାଡ କରିବେ ସେମାନେ ବି ରୋଷଘର ବାହାରେ ଆଣି ଦେବେ । ରୋଷଘରେ ପଶିବାର ଅଧିକାର କାହାର ନାହିଁ କେବଳ ସୁଆର, ମହା ସୁଆର ଏବଂ ପୂଜା ପଣ୍ଡାଙ୍କୁ ଛାଡି ଦେଲେ । ଆମ ରୋଷଘରର ମୁଖ୍ୟ ଦେବୀ ହେଲେ ମା ଦକ୍ଷିଣୀ କାଳିକା ।
ସବୁବେଳେ ଆମେ ତାଙ୍କର ପୂଜା କରି ତାଙ୍କର ସୁନ୍ଦର ଲଗାଇ ରୋଷଘର ଭିତରକୁ ଯାଇଥାଉ । ରୋଷଘରର ମୁଖ୍ୟ ହେଲେ ଗଣେଶ । ସେଇଠି ଗଣେଶ ହେଉଛନ୍ତି ବଳଦାତା । କାରଣ ମହାପ୍ରଭୁଙ୍କର ଏତେ ଭୋଗ ରୋଷେଇ କରିବା ବିନା ବଳରେ କିମ୍ବା ସମ୍ଭବ ନୁହେଁ ତେଣୁ ଗଣେଶ ହେଲେ ସେଇଠି ବଳଦାତା । ତେଣୁ ଆମେ ଯେବେ ରୋଷଘର ଭିତରକୁ ଯାଇଥାଉ ଆମେ ପ୍ରଥମେ ଗଣେଶ ଠାକୁରଙ୍କୁ ପ୍ରାର୍ଥନା କରିଥାଉ ।
ଆମେ ପ୍ରାର୍ଥନା କରି କହୁ ହେ ପ୍ରଭୁ ହେ ବିଘ୍ନ ବିନାସକ ଆମକୁ ଦେହରେ ଏତେ ବଳ ଦିଅନ୍ତୁ ଆମେ ମହାପ୍ରଭୁଙ୍କ ଭୋଗ ରାନ୍ଧିକି ଆମେ ଯେମିତି ହାଲିଆ ନ ହେଉ ଏବଂ ନିର୍ଭୀଗ୍ନରେ ହେଉ ହାଣ୍ଡି ଫାଟି ନଯାଉ । ତେବେ ଗଣେଶଙ୍କ କୃପାରେ କେବେ ସେ ହାଣ୍ଡି ଫାଟି ନଥାଏ । ଯଦି ଆମେ କୌଣସି ଭୁଲ କରିଥାଉ ତା ହେଲେ ସେ ହାଣ୍ଡି ଫାଟିବ । ଫାଟିଲା ପରେ ସମସ୍ତେ କହିବେ ଆରେ ତୁ କଣ କରିକି ଆସିଛୁ କିରେ ।
ଆମର ବହୁତ ଗୁଡିଏ ବାରଣ ରହିଛି । ଯେମିତି ଆମେ ମାଙ୍କଡକୁ କୁଦିଲେ ଛୁଆଁ ହେବୁ ଗାଧେଇବୁ । ଯେମିତି କି ଗଲା ବେଳେ ବାଟରେ କାହାକୁ ଛୁଇଁ ଥିବୁ ତା ହେଲେ ବି ଛୁଆଁ ହେବୁ । ଏମିତି ଅନେକ କାରଣ ଅଛି ଯଦି ଆମେ ନ ମାନିବୁ ତା ହେଲେ ସବୁ ବିଘ୍ନ ହୋଇଥାଏ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।