ରାତିରେ ଶୋଇବା ପୂର୍ବରୁ 10 ମିନିଟ ଏହାକୁ କୁହ ଯାହା ଚାହୁଁଛ ତାହା ପାଇବ…(Motivational Tips)

ବନ୍ଧୁଗଣ ମଣିଷ ଆଜି ପର୍ଯ୍ୟନ୍ତ ଯାହା ବି ପାଇଛି ସେ ତା ମନ, ତାର ମସ୍ତିସ୍କ ଓ ତାର ଶରୀର ମାଧ୍ୟମରେ ହିଁ ପାଇଛି । ସେ ଯେତେ ବି ବଡ ସଫଳତା ହେଉ ଜ୍ଞାନ ହେଉ କିଛି ବି ହେଉ ସମସ୍ତ ଜିନିଷ ମଣିଷ ନିଜ ଜ୍ଞାନ, ମସ୍ତିକ ଓ ମନର ଠିକ ଉପଯୋଗ କରି ଦୁନିଆର ବିଚିତ୍ର ରୁ ବିଚିତ୍ର ଜିନିଷକୁ ସମ୍ଭବ କରିପାରିଛି । ଆଉ ବିଶାଳ ରୁ ବିଶାଳ ଅସମ୍ଭବ ଜିନିଷକୁ ପ୍ରାପ୍ତ କରିପାରିଛି । ଏ ବିଶ୍ଵର ସର୍ବ ଶ୍ରେଷ୍ଟ ଅମୂଲ୍ୟ ଜିନିଷ ହେଉଛି ମଣିଷର ମସ୍ତିସ୍କ ।

ଆଉ ଏହି ମନ ଓ ମସ୍ତିସ୍କ ଦୁଇଟି ସମୟରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହିସାବରେ କାମ କରେ । ପ୍ରଥମଟି ଦିନର ପ୍ରାରମ୍ଭରେ ସକାଳ ସମୟରେ ଆମେ ମସ୍ତିସ୍କରେ ଯାହା ବି ରଖିଥାଉ ତାହା ଆମ ଜୀବନ ବଦଳାଇ ଥାଏ । ଯଦି ସକାଳ ସମୟରେ ଆମେ କିଛି ଅମୂଲ୍ୟ ଶିକ୍ଷା ନିଜ ମନ ଭିତରେ ରଖୁ ତା ହେଲେ ଦିନ ସାରା ତାହା କାର୍ଯ୍ୟରେ ଲଗାଇଥାଉ ।

ଯେମିତି ଆମେ କର୍ମ କରିଥାଉ ସେମିତି ଆମ ଭାଗ୍ୟ ସୃଷ୍ଟି ହୋଇଥାଏ । ଦ୍ଵିତୀୟ ସମୟଟି ହେଉଛି ରାତ୍ରିରେ ଶୋଇବା ବେଳେ । ମାତ୍ର ୧୦ ମିନିଟ ପାଇଁ ରାତ୍ରିରେ ଶୋଇବା ପୂର୍ବରୁ ଆପଣ ଏକ କାର୍ଯ୍ୟ କରନ୍ତୁ ଦେଖିବେ କିଛି ଦିନ ପରେ ଆପଣଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆସିବ । କାରଣ ଶୋଇବା ପୂର୍ବରୁ ଆମେ ମନ ଭିତରୁ କେଉଁ ବିଚାର ପ୍ରବେଶ କରେଇବା ସେହି ବିଚାର ସେହି ଭାବନାକୁ ଆମ ମନ ରାତି ସାରା କାମ କରେଇଥାଏ ।

ତା ହେଲେ ବନ୍ଧୁଗଣ କେଉଁ ବାର୍ତ୍ତାକୁ ଆପଣ ରାତ୍ରି ସମୟରେ ନିଜ ମନ ଭିତରେ ପ୍ରବେଶ କରେଇବେ ଆସନ୍ତୁ ଜାଣିବା । ରାତ୍ରିରେ ଶୋଇବା ପୂର୍ବରୁ କୁହନ୍ତୁ, ମୁଁ ଜଣେ ମଣିଷ ମୁଁ ଏ ସମାଜରେ ରହିଛି । ମୋ ଦ୍ଵାରା କିଛି ଭୁଲ ହେଇଛି କିଛି ଠିକ ହେଇଛି । ଆଜି ଯଦି କୌଣସି ଲୋକଙ୍କୁ ଅଜଣାତରେ ବା ଜାଣିକି ମୋର ଭାବନା, ମୋର ବିଚାର ଓ ମୋ କର୍ମ ପାଇଁ ଦୁଃଖ ପହଞ୍ଚିଛି ସେଥିପାଇଁ ମୁଁ କ୍ଷମା ମାଗୁଛି ।

ଆଖି ବନ୍ଦ କରି ସେ ଲୋକକୁ ମନେ ପକାନ୍ତୁ ଆଉ କ୍ଷମା ମଗନ୍ତୁ । ଏ ଦୁନିଆରେ ଯେତେ ବି ମୋର ଭୁଲ ହେଇଛି ସେଥିପାଇଁ ମୁଁ ସମସ୍ତ ଭୁଲ ପାଇଁ କ୍ଷମା ମାଗୁଛି । କେବଳ ନିଜେ କ୍ଷମା ମାଗନ୍ତୁ ନାହିଁ ଅନ୍ୟକୁ ବି କ୍ଷମା ଦିଅନ୍ତୁ । ମୁଁ ମୋ ମନ ମସ୍ତିସ୍କରେ ଅନ୍ୟ ପ୍ରତି ଯେତେ ବି ଆଶା ରଖିଛି ସେସବୁ କୁ ମୁଁ ମୁକ୍ତ କରୁଛି । ମୋର ଏ ଦୁନିଆରେ କାହା ଉପରେ ଅଧିକ ଆଶା ନାହିଁ ।

ଆଶା ହିଁ ମଣିଷର ପରମ ଶତ୍ରୁ । ଯେଉଁ ମଣିଷ ଅନ୍ୟର ଶୁଭ ଚିନ୍ତା କରନ୍ତି ସେମାନଙ୍କ ପାଇଁ ଭଗବାନ ଅଛନ୍ତି । ତା ହେଲେ ବନ୍ଧୁଗଣ ଶୋଇବା ପୂର୍ବରୁ ଏହି ସବୁ କଥା କୁହନ୍ତୁ ଆଉ ଦୁନିଆରେ ଆପଣ ଯାହାବି କରିପାରିବେ ସଫଳତା ପାଇବା ପାଇଁ ତାହା କରନ୍ତୁ ।

ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *