ରାଜ୍ୟରେ ପ୍ରଶାସନିକ ସ୍ଥିତି ହୁଗୁଳା ଦେଖି ରାଗିଲେଣି ମୁଖ୍ୟମନ୍ତ୍ରୀ…ଏବେ ବଦଳିବେ ସବୁ ବଡ ଅଫିସର୍ ! Mohan Majhi

ରାଗିଲେଣି ମୁଖ୍ୟମନ୍ତ୍ରୀ ବଦଳିବେ ସବୁ ବଡ ଅଫିସର ! ହଁ ଆଜ୍ଞା ସୂଚନା ମୁତାବିକ ଦାୟିତ୍ଵ ନେଉଆ ନେଉଆ ଆକ୍ସନ ମୋଡକୁ ଆସିଯାଇଛନ୍ତି ନୂଆ ସରକାର ! ମୁଖ୍ୟମନ୍ତ୍ରୀ ମୋହନ ମାଝି ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ହେଲେ ସରକାରୀ ବ୍ୟବସ୍ଥା ରାଜ୍ୟରେ ସଂପୂର୍ଣ୍ଣ ଭାବେ ବିଗିଡି ଯାଇଥିବା ବୋଲି ଜାଣିବାକୁ ପାଇଛନ୍ତି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପ୍ରଶାସନିକ ଏଭଳି ଅବ୍ୟବସ୍ଥା ଦେଖି ସେ ବହୁତ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କର ଅସ୍ଥାୟୀ କାର୍ଯ୍ୟଳୟରେ ସମୀକ୍ଷା ବୈଠକ କରିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଜାଣିବାକୁ ପାଇଛନ୍ତି। ଯେ ଅବସର ପରେ ଅନେକ ଅଧିକାରୀଙ୍କୁ ବିଭିନ୍ନ ବିଭାଗରେ ଥଇଥାନ କରାଯାଇଛି । କେଉଁ ବିଭାଗ ପ୍ରତି କେଉଁ ଅଧିକାରୀ ଉତ୍ତରଦାୟୀ ତାହାବି କେହି ସ୍ପଷ୍ଠ ଭାବେ କହିପାରୁନାହାନ୍ତି । ପରିଚାଳନାର ଦାୟିତ୍ଵ ରାଜ୍ୟର ବାହାର ସଂସ୍ଥା ହାତରେ ରହିଛି । କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ କବଜାରେ କ୍ଷମତା ରହିଥିବା ଜଣା ପଡିଛି ।

ଯେଉଁ କାରଣ ଯୋଗୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ଏକ ପ୍ରକାର ଅଚଳ ହୋଇଯାଇଥିବା କହିଲେ ଚଳେ । ଏହାରି ଭିତରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡାକି ସବୁ କିଛି ଭଲ ଭାବେ ସମୀକ୍ଷା କରିଥିଲେ ନୂଆ ମୁଖ୍ୟମନ୍ତ୍ରୀ । ହେଲେ କାହା ଠାରୁ କିଛି ସଠିକ ସୂଚନା ସେ ପାଇ ପାରିନଥିଲେ । ଯାହାକୁ ନେଇ ଚିନ୍ତା ପ୍ରକଟ କରିବା ସହ କ୍ଷୋଭ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ତେବେ ସେ ଢିଲା ଏବଂ ଅପାରଗ ପ୍ରଶାସନ ନେଇ ମୁଖ୍ୟମନ୍ତ୍ରୀ ସବୁ ଅଫିସର ମାନଙ୍କୁ ତାଗିଦ ମଧ୍ୟ କରିଛନ୍ତି ।

ତେବେ ରାଜ୍ୟରେ କାହିଁକି ପ୍ରଶାସନିକ ସ୍ଥିତି ଏତେ ହୁଗୁଳା ତାହା ମଧ୍ୟ ସେ ପ୍ରଶ୍ନ କରିଛନ୍ତି ? ତେବେ ମୁଖ୍ୟମନ୍ତ୍ରୀଙ୍କର ଏହି ସବୁ ପ୍ରଶ୍ନରେ କୌଣସି ବିଭାଗର ଅଧିକାରୀ ମାନେ ସ୍ପଷ୍ଠ ଭାବେ କିଛି ଯୁକ୍ତିଯୁକ୍ତ ଉତ୍ତର ରଖିନାହାନ୍ତି । ଯାହାଫଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଫିସର ମାନଙ୍କ ଉପରେ କ୍ଷୁବ୍ଧ ହୋଇଥିବା ସୂଚନା ମିଳିପାରିଛି । ତେବେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ରାଗ ଦେଖି ଏହା ଜଣା ପଡୁଛି ।

ଯେ ଅଫିସର ସ୍ତରରେ ଆଗାମୀ ସମୟରେ ବହୁତ କିଛି ଅଦଳବଦଳ ମଧ୍ୟ ହୋଇପାରେ । କାରଣ ପ୍ରଶାସନିକ ଅବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ବରଦାସ୍ତ କରିବା ମୁଡରେ ନାହାନ୍ତି ବୋଲି ଏବେ ଚର୍ଚା ହେବାରେ ଲାଗି ପଡିଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *