RTI ଦେଲା ବଡ ତଥ୍ୟ ! PM Modi ଙ୍କ ଖାଇବା ଓ ପିନ୍ଧିବା ଖର୍ଚ୍ଚ କେତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ନରେନ୍ଦ୍ର ମୋଦୀ ଆମ ଦେଶର ବିକାଶ ପାଇଁ ଅନେକ କିଛି କାର୍ଯ୍ୟ କରି ସାରିଛନ୍ତି ଆଉ ତାଙ୍କର ଲୋକପ୍ରିୟତା ଆମ ଭାରତରେ କୌଣସି ବଲିଉଡ କଳାକାର ଠାରୁ କମ ନୁହେଁ । ବନ୍ଧୁଗଣ ନରେନ୍ଦ୍ର ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ଗତ କିଛି ସମୟ ହେବ ନରେନ୍ଦ୍ର କିଛି ଅଲଗା କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି ।

ବନ୍ଧୁଗଣ ମୋଦୀଙ୍କ ଖାଇବା ପାଇଁ ପ୍ରତ୍ୟକ ଦିନ କେତେ ଟଙ୍କା ଖର୍ଚ୍ଚ ହୁଏ, ପ୍ରଧାନମନ୍ତ୍ରୀଙ୍କ ଲାଗି କେଉଁଠୁ ଆସେ ଖାଦ୍ୟ ଆଡିକୁ ନେଇ ଆରଟିଆଇ ଦେଇଛି ଉତ୍ତର । ତେବେ ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି । ଏମିତି କି ମୋଦୀ କୁଆଡେ ଗସ୍ତ କଲେ ନ କଲେ କିମ୍ବା କୌଣସି ପ୍ରସଙ୍ଗରେ କହିଲେ ଆଦି ସମସ୍ତ କଥା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ମୋଦୀଙ୍କ ଖାଇବା ନେଇ ଭାରତ ସରକାର କେତେ ଟଙ୍କା ଖର୍ଚ୍ଚ କରନ୍ତି ତାହାକୁ ନେଇ ସାଧାରଣରେ ବହୁତ ପ୍ରଶ୍ନ ଉଠେ ।

ତେବେ ଏହି ପ୍ରଶ୍ନର ଉତ୍ତର ରଖିଛି ଏବେ ଆରଟିଆଇ । ଆରଟିଆଇ ବା ସୂଚନା ଅଧିକାର ଆଇନ ଅନୁସାରେ ଏନେଇ ପ୍ରଶ୍ନ ହୋଇଥିଲା । ଏବେ ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟର କେନ୍ଦ୍ରୀୟ ଜନ ସୂଚନା ଅଧିକାରୀ ମୋଦୀଙ୍କ ଖର୍ଚ୍ଚ ସମ୍ପର୍କିତ ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି । ଆରଟିଆଇ ଉତ୍ତରରୁ ଜଣା ପଡିଛି ଯେ, ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ପାଇଁ ସରକାରୀ ବଜେଟରୁ କିଛି ବି ଟଙ୍କା ଖର୍ଚ୍ଚ କରାଯାଏ ନାହିଁ ।

ମୋଦୀଙ୍କ କଥା କଥା ହେଲା ସମସ୍ତ ସକ୍ଷମ ବ୍ୟକ୍ତି ନିଜର ଖର୍ଚ୍ଚ ବହନ କରିବା ଉଚିତ । ସେହିପରି ପ୍ରଧାନମନ୍ତ୍ରୀଙ୍କ ପୋଷାକ ଖର୍ଚ୍ଚ ବିଷୟରେ ମଧ୍ୟ ତଥ୍ୟ ମଗା ଯାଇଥିଲା । ଆଉ ଏଥିରେ ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ପୋଷାକ ପାଇଁ ଖର୍ଚ୍ଚ କରନ୍ତି ବୋଲି ତଥ୍ୟ ରହିଛି । ତେବେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *