ଥରେ ପଢ଼ିଲେ ସବୁ ପାଠ ମନେ ରହିବ, ଛାତ୍ରଛାତ୍ରୀ ମାନେ ନିଶ୍ଚୟ ଜାଣି ରଖନ୍ତୁ…(Acharya Arun)

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଛାତ୍ରୀ ଛାତ୍ରୀ ମାନେ ଶାଠରେ ଅଧିକ ମନ ଦେଉଛନ୍ତି ଆଉ ପାଠରେ କମ ମନ ଦେଉଛନ୍ତି । ବିଦ୍ୟାର୍ଥୀ ମାନେ ବହି ଖୋଲି ବସିଥିବେ ହେଲେ କିଛି ବି ପାଠ ମନେ ରହୁ ନଥିବ । ତେବେ ବନ୍ଧୁଗଣ ଗୋଟେ ଥର ପୁସ୍ତକ ପଢିବା ପରେ ପାଠ ବା ଜ୍ଞାନ କେମିତି ମନେ ରହିବ ସେ ବିଷୟରେ ଆଜି ଆମେ ଆଲୋଚନା କରିବା । ଏକ କାହାଣୀ ମାଧ୍ୟମରେ ଆସନ୍ତୁ ଜାଣିବା ଏହି ଅମୂଲ୍ୟ ଶିକ୍ଷା ବିଷୟରେ ।

ଥରେ ସ୍ଵାମୀ ବିବେକାନନ୍ଦ କଲିକତାରେ ଥିବା ସେଣ୍ଟ୍ରାଲ ଲାଇବ୍ରେରୀରେ ଯାଇ ପହଞ୍ଚି ଗଲେ । ଲାଇବ୍ରେରୀରେ ଥିବା ପରିଚାଳକଙ୍କୁ ବିବେକାନନ୍ଦ ପାଞ୍ଚ ଗୋଟି ପୁସ୍ତକ ମାଗିଲେ ଆଉ କହିଲେ ସନ୍ଧ୍ୟା ସୁଧା ଫେରାଇ ଦେବେ । ପରିଚାଳକ ଜଣକ କହିଲେ ଆପଣ ସନ୍ଧ୍ୟା ସୁଧା କେମିତି ପାଞ୍ଚ ଗୋଟି ପୁସ୍ତକ ପଢିବେ ଏହା କଣ ସମ୍ଭବ । ବିବେକାନନ୍ଦ କହିଥିଲେ ସେ ସବୁ ପୁସ୍ତକକୁ ପଢି ଫେରାଇ ଦେବେ ।ବିବେକାନନ୍ଦ ସେହି ପାଞ୍ଚ ଗୋଟି ପୁସ୍ତକକୁ ପଢି ସନ୍ଧ୍ୟା ସୁଧା ଫେରାଇ ଦେଲେ ।

ପରିଚାଳକ ଜଣକ କହିଲେ ତମେ ସତରେ ପଢିଲ ନା ମିଛରେ ନେଇ ଆଣି ଫେରାଇ ଦେଲ । ବିବେକାନନ୍ଦ କହିଲେ ଆପଣ ମୋତେ ପରୀକ୍ଷା କରିପାରିବେ ଆଉ ଏହା ପରେ ପରିଚାଳକ ଜଣକ ବିବେକାନନ୍ଦଙ୍କ ପରୀକ୍ଷା କଲେ । ସ୍ଵାମୀ ବିବେକାନନ୍ଦ ସମସ୍ତ ପୁସ୍ତକର ଉତ୍ତର ଦେବା ସହ ପ୍ରଶ୍ନର ସମାଧାନ ମଧ୍ୟ କରିଲେ ।ଏହା ଜାଣି ଲାଇବ୍ରେରୀର ପରିଚାଳକ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ ଏହା କିପରି ସମ୍ଭବ ।

ବନ୍ଧୁଗଣ ଆପଣ ମାନେ ଚାହିଁଲେ ମଧ୍ୟ କରିପାରିବେ ଯଦି କିଛି ସୂତ୍ର ଗୁଡିକୁ ଆପଣ ଉପଯୋଗ କରିବେ । ଗୋଟେ ସିନେମା ହଲକୁ ଯେତେବେଳେ ଆମେ ମାନେ ସିନେମା ଦେଖିବାକୁ ଯାଉ ସେ ସିନେମାକୁ ଥରେ ଦେଖୁ ହେଲେ ଜୀବନ ସାରା ମନେ ରଖିଥାଉ । କିନ୍ତୁ ପାଠ କାହିଁକି ମନେ ରହେ ନାହିଁ । କାରଣ ସେନାମା ଦେଖିବା ସମୟରେ ଆମେ ଗୋଟେ କାହାଣୀ ଭାବି ସିନେମା ଦେଖୁ ଆଉ ସିନେମାର ବାତାବରଣ ମଧ୍ୟ ସେମିତି ଥାଏ ।

ଆମେ ସଂପୂର୍ଣ୍ଣ ମନକୁ ସିନେମା ଭିତରେ କେନ୍ଦ୍ରୀଭୂତ କରିଥାଉ । ନା ବେପାର ଚିନ୍ତା ଥାଏ, ନା ଖେଳିବା ଚିନ୍ତା ଥାଏ ନା ଅନ୍ୟ କୌଣସି ଚିନ୍ତା ଥାଏ । ଆମେ ଆମ ମନକୁ ସଂପୂର୍ଣ୍ଣ ଭାବେ ସିନେମାରେ ରଖିଥାଉ ତେଣୁ ଜୀବନ ସାରା ଆମେ ସିନେମାଟିକୁ ଭୁଲି ନଥାଉ । ହେଲେ ବନ୍ଧୁଗଣ ପାଠ ପଢିବା ସମୟରେ ଆମେ ବହି ସିନା ଧରିଥାଉ ହେଲେ ମନ କୁଆଡେ କୁଆଡେ ବୁଲେ ତାହା ଆପଣ ମାନେ ଜାଣିଥିବେ ।

ଆପଣ ମାନେ ସକାଳ ଭୋର ସମୟରୁ ଉଠି ଜ୍ଞାନ ଆହରଣ କରନ୍ତୁ ଦେଖିବେ ଆପଣଙ୍କ ମନ ପାଠରେ ରହିବ । ପାଠ ପଢିବା ସମୟରେ ମନକୁ ନିୟନ୍ତ୍ରଣ କରିବା ପାଇଁ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ । ପାଠ ପଢିବା ବେଳେ ନିଜ ମନକୁ କେନ୍ଦ୍ରୀଭୂତ କରନ୍ତୁ ଆଉ କିଛି ବି ଭାବନ୍ତୁ ନାହିଁ ଦେଖିବେ ଜୀବନ ସାରା ଆପଣ ଥରେ ପଢିଥିବା ପାଠ ମନେ ରହିବ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଜ୍ଞାନ ଆହରଣ କରନ୍ତୁ ଆଉ ଅନ୍ୟ ମାନଙ୍କୁ ଏହାର ସୂଚନା ନିଶ୍ଚୟ ଦିଅନ୍ତୁ,

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ । 

Leave a Reply

Your email address will not be published. Required fields are marked *