ବନ୍ଧୁଗଣ ସମୟ ଚକ୍ର ସବୁବେଳେ ଘୁରି ବୁଲିଥାଏ ଯେଉଁ ଭଳି ଭାବରେ ଦିନ ପରେ ରାତି ଆସିଥାଏ ଠିକ ସେହି ପରି ମଣିଷ ଜୀବନରେ ଦୁଃଖ ପରେ ସୁଖ ଆସିଥାଏ । ଗୋଟିଏ ମଣିଷ ଭାଗ୍ୟରେ ଯାହା ରହିଥାଏ ତାହା ଠିକ ସମୟରେ ତାକୁ ମିଳିଥାଏ । ସମୟ ମଣିଷ ଜୀବନରେ ଏକ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆଜି ଯଦି ଆପଣଙ୍କ ଜୀବନରେ ଦୁଃଖ କଷ୍ଟ ଭରି ହୋଇ ଅଛି ତା ହେଲେ ଆସୁଥିବା ସମୟରେ ଆପଣଙ୍କ ଜୀବନରେ ସୁଖ ନିଶ୍ଚୟ ଆସିବ ।
ଆମ ହିନ୍ଦୁ ପୁରାଣରେ ମଧ୍ୟ ସୁଖ ସମୟ ଓ ଦୁଃଖ ସମୟ ଆସିବା ପୂର୍ବରୁ କିଛି ସଙ୍କେତ ମିଳିଥାଏ ବୋଲି ଲେଖା ହୋଇଛି । ତେବେ ସୁଖ ସମୟ ଆସିବା ପୂର୍ବରୁ କେଉଁ ସବୁ ସଙ୍କେତ ମିଳିଥାଏ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ବେଳେବେଳେ କୌଣସି କାରଣ ବଶତଃ ରାତିରେ ଶୋଇବା ବେଳେ ନିଦ ଆସି ନଥାଏ । ଏହା ଆପଣ ମାନଙ୍କ ପାଇଁ ଏକ ଶୁଭ ସଙ୍କେତ ଅଟେ । ଆପଣଙ୍କ ବହୁତ ଦିନର ଇଚ୍ଛା ପୂରଣ ହେବାର ଏହା ଶୁଭ ସଙ୍କେତ ହୋଇଥାଏ । ତେଣୁ ବନ୍ଧୁଗଣ ଯଦି ଆପଣଙ୍କ ସହ ଏମିତି ହେଉଛି ତା ହେଲେ ଜାଣି ନିଅନ୍ତୁ ଆପଣଙ୍କ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି ।
୨. ବନ୍ଧୁଗଣ ଯଦି ଆପଣଙ୍କ ସକାଳ ନିଦ ସତେଜ ଏବଂ ମାରେ ସକାରାତ୍ମକ ଭାବ ନେଇ ଭାଙ୍ଗି ଥାଏ ତା ହେଲେ ଏହା ଏକ ଶୁଭ ସଙ୍କେତ ହୋଇଥାଏ । ଆପଣଙ୍କ ପାଇଁ ସେହି ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ । ଜାଣି ନିଅନ୍ତୁ ସେହି ଦିନ ଆପଣଙ୍କ ଜୀବନରେ ଚାଲୁଥିବା ଏକ ବଡ ସମସ୍ୟାର ଅନ୍ତ ହୋଇପାରେ ।
୩. ବନ୍ଧୁଗଣ ସକାଳର ନିଦ ଭାଙ୍ଗିବା ପରେ ଯଦି ଆପଣଙ୍କ କାନକୁ କାଉ କିମ୍ବା କୋଇଲିର ନାଦ ପଡୁଛି ତା ହେଲେ ଏହା ଆପଣ ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଆପଣଙ୍କ ଜୀବନରେ ଦୁଃଖ କଷ୍ଟ ଭରି ହୋଇ ରହିଛି ତା ହେଲେ ଭାବି ଦିଅନ୍ତୁ ଏହି ସଙ୍କେତ ହେଉଛି ଆପଣଙ୍କ ସଫଳତାର ଚାବି କାଠି । ଆପଣଙ୍କ ଜୀବନର ଅନେକ ସମସ୍ୟା ଏହି ସଙ୍କେତ ଆସିବା ଦ୍ଵାରା ଦୂର ହୋଇଯିବ ।
୪. ବନ୍ଧୁଗଣ ଯଦି ଆପଣ ସକାଳୁ ବାହାରିବା ସମୟରେ ଏକ ପାଣି ଭରା ଥିବା ବାଲଟିକୁ ଦେଖୁଛନ୍ତି ତା ହେଲେ ଏହା ଆପଣ ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଆପଣ ଯେଉଁ କାମ ପାଇଁ ଯାଉଥିବେ ସେହି କାମରେ ନିଶ୍ଚୟ ସଫଳତା ପାଇବେ । ତା ହେଲେ ବନ୍ଧୁଗଣ ଏହି ସବୁ ସଙ୍କେତ ଗୁଡିକୁ ନିଶ୍ଚୟ ଧ୍ୟାନରେ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ସୂଚନା ଦିଅନ୍ତୁ, ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।