25 ବର୍ଷରେ 22 ପିଲାର ମା’ ! ଆହୁରି 83 କରିବେ ଜନ୍ମ, ଏତେ ପିଲା ଜନ୍ମ କରିବା ପଛର କାରଣ ଶୁଣିଲେ ଆପଣ ବି ଚମକି ପଡିବେ…ଦେଖନ୍ତୁ ସେ କୁହନ୍ତି ?

ବନ୍ଧୁଗଣ ଏ ଦୁନିଆର ପ୍ରତ୍ୟକ ମହିଳା ମାଆ ହେବାର ଶୋଭାଗ୍ୟ ପାଇବାକୁ ଇଛା କରିଥାନ୍ତି । କିଛି ମହିଳାଙ୍କ ଭାଗ୍ୟରେ ମାଆ ହେବା ଲେଖା ନଥାଏ ତେଣୁ ତାଙ୍କୁ ଜୀବନରେ ଅନେକ କଷ୍ଟ ଓ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ବର୍ତ୍ତମାନର ସମୟରେ ପ୍ରତ୍ୟକ ବାପା-ମାଆ ଗୋଟେ ନହେଲେ ଦୁଇଟି ଛୁଆ କରିବା ପାଇଁ ଇଛା କରୁଛନ୍ତି । ଦୁଇ ରୁ ଅଧିକ ଛୁଆ ହେଲେ ଅନେକ ଅସୁବିଧା ହେବ ।

ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ୨୫ ବର୍ଷ ବୟସରେ ଗୋଟେ କି ଦୁଇଟି ନୁହେଁ ୨୨ ଛୁଆର ମାଆ ହୋଇଛନ୍ତି । ଏହି ମହିଳା ଜଣକ ନିଜେ ଏଭଳି ଖୁଲାସା କରିଛନ୍ତି । ତେବେ ବର୍ତ୍ତ୍ମାନ ସେ ଆହୁରି ୮୦ ସନ୍ତାନ କରିବାକୁ ଚାହୁଁ ଛନ୍ତି । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ।

ଯେଉଁ ମାନେ ଏହି ମହିଳାଙ୍କ ବିଷୟରେ ଜାଣନ୍ତି ସେମାନେ ଆଶ୍ଚର୍ଯ୍ୟ ହୋଇ ପାଟିରେ ହାତ ଦେଇ ଦିଅନ୍ତି । ତେବେ ମିଡିଆ ରିପୋର୍ଟସ ଅନୁସାରେ ଏହି ମହିଳା ଜଣକ ବ୍ରିଟେନରେ ରୁହନ୍ତି ଆଉ ତାଙ୍କର ନାମ ହେଉଛି ଖ୍ରୀଷ୍ଟିନା ଅଷ୍ଟ୍ରୋକ । ସେ ଜଣେ କୋଟିପତି ପୁରୁଷଙ୍କୁ ବିବାହ କରିଛନ୍ତି । ଖ୍ରୀଷ୍ଟିନା ପ୍ରଥମେ ୧୭ ବର୍ଷ ବୟସରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ସେତେବେଳେ ଝିଅର ଚିତ୍କାର ଆଉ ଖେଳ ଦେଖି ସେମାନେ ୧୦୫ ଛୁଆ ଜନ୍ମ କରିବାକୁ ଲକ୍ଷ ରଖିଥିଲେ ।

ହେଲେ ମାନବ ଶାରୀରିକ ବିଜ୍ଞାନ ଅନୁସାରେ ଏହା ସମ୍ଭବ ନୁହେଁ ତେଣୁ ସେ ସରୋଗେସୀର ରାସ୍ତା ବାଛି ଥିଲେ । ସେମାନେ ନିଜ ଇଛା ପୂରଣ କରିବା ପାଇଁ ସରୋଗେସୀ କରୁଥିବା କେତେକ ମହିଳା ମାନଙ୍କୁ ନିଯୁକ୍ତି ଦେଇଥିଲେ । ବିଭିନ୍ନ ମହିଳାଙ୍କ ଗର୍ଭରେ ଛୁଆ ଦେଇ ଏହି ପ୍ରକ୍ରିୟା ମାଧ୍ୟମରେ ଦମ୍ପତ୍ତି ଏ ପର୍ଯ୍ୟନ୍ତ ୨୨ଟି ପିଲାର ମାଆ ହୋଇଛନ୍ତି । ସେମାନଙ୍କ ଲକ୍ଷ ପୂରଣ ହେବାକୁ ହେଲେ ଆହୁରି ୮୩ ପିଲା ଦରକାର ତେଣୁ ସେମାନେ ନିଜ ଲକ୍ଷକୁ ହାସଲ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ଏହି ଇଛା ପୂରଣ କରିବା ପାଇଁ ସେ ପ୍ରତି ପିଲାକୁ ୮ ଲକ୍ଷ ଡଲାର ଦେଉଛନ୍ତି । ତେବେ ଖ୍ରୀଷ୍ଟିନାଙ୍କ କହିବା ମୁତାବକ ତାଙ୍କର ପୁରା ଦିନ ତାଙ୍କ ପିଲା ମାନଙ୍କ ଯତ୍ନ ନେବାରେ ଅତିବାହିତ ହେଉଛି । ବର୍ତ୍ତମାନ ସେ ବହୁତ ଖୁସି ଅଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ  ।

Leave a Reply

Your email address will not be published. Required fields are marked *