ଓଡିଶାର ଚିଙ୍କି ଲିଙ୍କି ! ପାଠରେ ହେଉ ବା ସାଠରେ ସବୁଥିରେ 1 ନମ୍ବର, ଦେଖନ୍ତୁ ଏହି Special Interview

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଅନେକ ରିଲ୍ସ ଭିଡିଓରେ ଦୁଇଟି ଟ୍ଵିନ୍ସ ଝିଅଙ୍କୁ ଦେଖିଥିବେ ଯାହାଙ୍କର ନାମ ହେଉଛି ଚିଙ୍କି ଲିଙ୍କି । ଆମ ଓଡିଶାରେ ମଧ୍ୟ ସେମାନଙ୍କ ଭଳି ଦୁଇଟି ଟ୍ଵିନ୍ସ ଭଉଣୀ ରହୁଛନ୍ତି । ଏ ଦୁଇ ଭଉଣୀ ଖୋର୍ଦ୍ଧାରେ ରହୁଛନ୍ତି ଆଉ ଉଭୟ ଅବିକଳ ଏକା ଭଳି ଦେଖା ଯାନ୍ତି । ନାଚରେ ଗୀତରେ ଆଉ ପାଠରେ ସବୁଥିରେ ସେମାନେ ବହୁତ ବଢିଆ କାମ କରନ୍ତି । ସେମାନେ ପାଠ ଭଲ ପଢନ୍ତି, ଡ୍ୟାନ୍ସ ଭଲ କରନ୍ତି ଏବଂ ଅଭିନୟ ବି ବହୁତ ଭଲ କରନ୍ତି ।

ତେବେ ଉଭୟ ନିଜର ଅନେକ ରିଲ୍ସ ଭିଡିଓ ପାଇଁ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରୁହନ୍ତି । ଆଉ ଏବେ ଉଭୟଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ତେବେ ଏହି ସାକ୍ଷାତ୍କାରରେ ଚିଙ୍କି ଲିଙ୍କି କହିଛନ୍ତି-‘ଆମକୁ ଦେଖି ସମସ୍ତେ ବିଚଳିତ ହୁଅନ୍ତି କାରଣ ଆମେ ଏକା ଭଳି ଦେଖା ଯାଉ ଆଉ ଏକା ଭଳି କଥା କହୁ । ଆମେ ଟ୍ଵିନ୍ସ ହେଇକି ଆମେ ବହୁତ ଖୁସି । ଆମ ଭିତରେ ଈର୍ଷା ବାଦ କିଛି ନାହିଁ ଆମେ ପରସ୍ପରକୁ ବହୁତ ଅଧିକ ଭଲ ପାଉ ସେ ନଥିଲେ ମୋତେ ଭଲ ଲାଗିବନି ଆଉ ମୁଁ ନଥିଲେ ତାକୁ ଭଲ ଲାଗିବନି । ଆମେ ସବୁବେଳେ ଏକାଠି ହେଉ ରାହୁଛୁ ।

ଘରେ ଆମ ଦୁଇଜଣଙ୍କର ଦୁଷ୍ଟାମି ଚାଲେ ହେଲେ ମାଆ ବାପା ଆମ ଦୁଇଜଣଙ୍କୁ ଚିହ୍ନି ଯାନ୍ତି । ହେଲେ ଯଦି ଆମ ଭିତରେ ବାହାରକୁ କିଏ ଯାଏ ଯଦି ମୁଁ କିଛି କରେ ସେ ମାଡ ଖାଏ ଆଉ ଯଦି ସେ କିଛି କରେ ମୁଁ ମାଡ ଖାଏ । ଆମେ କଲେଜରେ ପାଠ ପଢୁଛୁ କଲେଜରେ ସାର ଦିଦି ଆଉ ସାଙ୍ଗ ମାନେ ଆମକୁ ସହଜରେ ଚିହ୍ନି ପାରନ୍ତି ନାହିଁ । ଆମକୁ ସହଜରେ ଚିହ୍ନିବା ତାଙ୍କ ପାଇଁ ବହୁତ କଷ୍ଟକର ।

ଆମେ ଟିଚର ମାନଙ୍କ ସହ ଅଧିକ ମିଶିଲା ପରେ ସେମାନେ ଆମ ଦୁଇଜଣଙ୍କୁ ଚିହ୍ନି ପାରିବେ । ଆମେ ଗୋଟେ ଫିଲ୍ମରେ ଅଭିନୟ କରିଛୁ ଆଉ ସେହି ଫିଲ୍ମରେ ଆମର କମେଡି ଅଛି’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଚିଙ୍କି ଲିଙ୍କି କେମିତି ଲାଗିଲେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *