କଣ ଆପଣ ନୂଆ ଡ୍ରାଇଭିଙ୍ଗ ଲାଇସେନ୍ସ ଚାହୁଞ୍ଚନ୍ତି କି ? ଆଉ ଯିବାକୁ ପଡିବନି RTO ଅଫିସ୍, ଆସିଗଲା କେନ୍ଦ୍ରର ନୂଆ Guideline 

ନୂଆ ଡ୍ରାଇଭିଙ୍ଗ ଲାଇସେନ୍ସ ଚାହୁଁ ଛନ୍ତି କି, ଆଉ ଯିବାକୁ ପଡିବନି RTO ଅଫିସ୍ ଆସିଲା କେନ୍ଦ୍ରର ନୂଆ ନିୟମ । ଯଦି ଆପଣ ନୂଆ ଡ୍ରାଇଭିଙ୍ଗ ଲାଇସେନ୍ସ କରିବାକୁ ଚାହୁଁ ଛନ୍ତି କିମ୍ବା ରିନ୍ୟୁ କରିବାକୁ ଚାହୁଁ ଛନ୍ତି ତା ହେଲେ ଆପଣ ମାନଙ୍କ ପାଇଁ ଏକ ଗୁରୁତ୍ଵ ପୂର୍ଣ୍ଣ ଖବର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରିବା ନିୟମରେ ପରିବର୍ତ୍ତନ କରାଯାଇଛି । ଯାହା ସାଧାରଣ ଲୋକଙ୍କୁ ବେସ ସୁହେଇବ ବୋଲି କୁହା ଯାଉଛି ।

ଏହି ନିୟମ ଲାଗୁ ହେବା ପରେ ଡ୍ରାଇଭିଙ୍ଗ ଲାଇସେନ୍ସ କରିବାକୁ କିମ୍ବା ଡ୍ରାଇଭିଙ୍ଗ ଲାଇସେନ୍ସ ରିନ୍ୟୁ କରିବାକୁ ଆଉ RTO ଅଫିସ୍ ର ଚକ୍କର କାଟି ବାକୁ ପଡିବ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଡ୍ରାଇଭିଙ୍ଗ ଲାଇସେନ୍ସର ନୂଆ ନିୟମ ପୂର୍ବ ଅପେକ୍ଷା ଏବେ ବହୁତ ସହଜ ହୋଇଛି । ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି ପାଇଁ ସଂଶୋଧିତ ନିୟମ ଅନୁସାରେ ଏବେ ଆପଣ ମାନଙ୍କୁ RTO ଅଫିସ୍ ଯାଇ କୌଣସି ପ୍ରକାରର ଡ୍ରାଇଭିଙ୍ଗ ଟେଷ୍ଟ ଦେବାକୁ ପଡିବ ନାହିଁ ।

କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଦ୍ଵାରା ଜାରି ଏହି ନୂଆ ନିୟମ ଜୁଲାଇ 1 ତାରିଖରୁ ଲାଗୁ ହେବ । ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରିବାକୁ ଏଣିକି RTO ଅଫିସ୍ ରେ ଟେଷ୍ଟ ଦେବାକୁ ପଡିବନି । ଆପଣ ଯେକୌଣସି ଶୀକୃତି ପ୍ରାପ୍ତ ଡ୍ରାଇଭିଙ୍ଗ ଟ୍ରେନିଂ ସ୍କୁଲରେ ଡିଏଲ ପାଇଁ ରେଜିଷ୍ଟ୍ରେଶନ କରିପାରିବେ । ସେଠାରେ ଟ୍ରେନିଂ ନେବା ସମୟରେ ଆପଣ ମାନଙ୍କୁ ପରୀକ୍ଷା ଦେବାକୁ ପଡିବ ।

ଯେଉଁ ମାନେ ପରୀକ୍ଷାରେ ଉତିନ୍ନ ହୁଅନ୍ତି ସେମାନଙ୍କୁ ଟ୍ରେନିଂ ସ୍କୁଲ ସାର୍ଟିଫିକେଟ ଦେବ । ଆଉ ସେହି ସାର୍ଟିଫିକେଟ ଆଧାରରେ ଆପଣଙ୍କ ଲାଇସେନ୍ସ ହେବ । ଟ୍ରେନିଂ ସେଣ୍ଟର ପାଇଁ ଗାଇଡଲାଇନ ଦୁଇ ଚକିଆ, ତିନି ଚକିଆ ଏବଂ ହାଲୁକା ମୋଟର ଯାନ ପାଇଁ ସେଣ୍ଟରରେ ଅତି କମରେ ଏକ ଏକର ଜମି ଥିବା ଆବଶ୍ୟକ । ଭାରି ଯାତ୍ରୀବାହି, ମାଲବାହୀ କିମ୍ବା ଟ୍ରଲର ପାଇଁ ଅତି କମରେ ଦୁଇ ଏକର ଜମି ଥିବ । ଟ୍ରେନର ଅତି କମରେ ଦ୍ଵାଦଶ ପାସ କରିଥିବେ ।

ଏହା ସହ ତାଙ୍କ ପାଖରେ ଅତି କମରେ 5 ବର୍ଷ ଡ୍ରାଇଭିଙ୍ଗ ଅଭିଜ୍ଞାତା ଥିବା ଆବଶ୍ୟକ । ଡ୍ରାଇଭିଙ୍ଗ ସେଣ୍ଟର ଗୁଡିକର ସିଲାବସ ଥିଓରି ଓ ପ୍ରାକ୍ଟିକାଲ 2 ଭାଗରେ ବିଭକ୍ତ କରାଯାଇଛି । ଟ୍ରେନିଂ ସେଣ୍ଟରରେ ବାୟୋମେଟ୍ରିକ ସିଷ୍ଟମ ରହିବା ଆବଶ୍ୟକ । ମାଧ୍ୟମ ଏବଂ ଭାରି ଯାନ ପାଇଁ 6 ସପ୍ତାହରେ 38 କୋର୍ସର ଅବଧି ରହିଛି ।

ଏହି ନୂଆ ନିୟମ ଲାଗୁ ହେଲେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ୱେଟିଙ୍ଗ ଲିଷ୍ଟରେ ରହୁଥିବା ହଜାର ହଜାର ଲୋକ ଆଶ୍ଵସ୍ତ ପାଇବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *