ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନେପାଳରେ ଚଳିବନି ଭାରତୀୟ ଟଙ୍କା ! ୧୦୦ ଟଙ୍କାରୁ ଅଧିକ ନୋଟ ଉପରେ ଲାଗିଲା ପ୍ରତିବନ୍ଧକ । ଭାରତୀୟ କରେନ୍ସି ଗ୍ରହଣ କରୁନାହାନ୍ତି ମନିଏକ୍ସଚେଞ୍ଜର । ତେବେ ଖବର ମୁତାବିକ ଭାରତରେ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଛି । ଏହାରି ମଧ୍ୟରେ ନେପାଳରେ ଭାରତୀୟ ଟଙ୍କା ଚଳିବ ନାହିଁ ବୋଲି ସୂଚନା ମିଳିଛି । କାରଣ ନେପାଳରେ ୧୦୦ ଟଙ୍କାରୁ ଅଧିକ ଟଙ୍କାର ନୋଟ କାରବାର ଉପରେ ସଂପୂର୍ଣ୍ଣ କଟକଣା ଜାରୀ କରାଯାଇଛି ।
ହେଲେ ଏବେ ଯେଉଁ କଥା ସାମ୍ନାକୁ ଆସିଛି । ନେପାଳରେ ଏପରି ଭାରତୀୟ ଟଙ୍କାକୁ ନେଇ କେବେ ମଧ୍ୟ କିଛି ହୋଇନଥିଲା । ଭାରତୀୟ ନିୟମ ଅନୁସାରେ ଜଣେ ଭାରତୀୟ ୨୫ ହଜାର ଟଙ୍କାର କ୍ୟାସ ନେଇ ନେପାଲ ଯାଇପାରିବେ । ହେଲେ ନେପାଳର ବର୍ତ୍ତମାନ ଅବସ୍ଥା ଅନୁସାରେ ଏହି କାମ ବେଆଇନ ବୋଲି କୁହାଯାଉଛି । ଯଦି ଏପରି କାମ କେହି ବି କରନ୍ତି । ତେବେ ଦରକାର ପଡିଲେ । ସେହି ବ୍ୟକ୍ତି ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇ ପାରେ ବୋଲି ସୂଚନା ମିଳିଛି ।
ଅତି ଦରକାର ସ୍ଥଳେ ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତି ଗିରଫ ହୋଇ ଜେଲ୍ ମଧ୍ୟ ଯାଇପାରିବେ ବୋଲି ନିୟମ କରାଯାଇଛି । ନେପାଳର ଏପରି ନିୟମ ପାରେ ବିହାର ସୀମାରେ ଥିବା ବଜାର ଗୁଡିକ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ପୂର୍ବରୁ ଭାରତୀୟ ମୁଦ୍ରା ୧୦୦ ଟଙ୍କାର ମୂଲ୍ୟ ନେପାଳରେ ୧୬୦ ଟଙ୍କା ଥିଲା । ହେଲେ ବର୍ତ୍ତମାନ ଏହା ୧୫୦ ଟଙ୍କାକୁ ଖସି ଆସିଛି । ଏହି କାରଣରୁ ବିହାର ଓ ନେପାଳ ସୀମାରେ ଥିବା ଦୋକାନ ବଜାର ଗୁଡିକ ଶୂନଶାନ ପରି ମନେ ହେଉଛି ।
ମନି ଏକ୍ସଚେଞ୍ଜର ମନେ ମଧ୍ୟ ଭାରତୀୟ ମନି ଗ୍ରହଣ କରୁ ନାହାନ୍ତି । ହେଲେ ଭରତ ଓ ନେପାଳ ମଧ୍ୟରେ ଭାରତୀୟ କରେନ୍ସିକୁ ନେଇ କିଛି ଏପଟ ସେପଟ ବୁଝାମଣା ହୋଇଛି ବୋଲି ତାହା ସ୍ପଷ୍ଠ ହୋଇନାହିଁ । ହେଲେ ପାରମ୍ପରିକ ଭାବରେ ଉଭୟ ଦେଶର ମୁଦ୍ରା ପରସ୍ପର ଦ୍ଵାରା ଶିକାର ହୋଇଛନ୍ତି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଅପଡେଟ ପାଇବା ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ । ଏହା ସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ