ସ୍ତ୍ରୀ ଲୋକଙ୍କ ପ୍ରତି ଅଧିକ ଆକର୍ଷଣ ଆସିଲେ କଣ କରିବେ ?

ନମସ୍କାର ବନ୍ଧୁଗଣ ତେବେ ଆମ ଶାସ୍ତ୍ର ରେ ନାରୀ ମାନଙ୍କ ବିଷୟରେ କିଛି ଏହି ଭଳି କଥା ବର୍ଣ୍ଣନା ରହିଛି । ଏବଂ ବିବାହ ବିଷୟ କୁ ନେଇ ମଧ୍ୟ ବର୍ଣ୍ଣିତ । ଆମ ହିନ୍ଦୁ ଶାସ୍ତ୍ର ରେ ବିବାହ କୁ ବହୁତ ଶୁଭ ଏବଂ ଅତି ମହତ୍ୱପୂର୍ଣ୍ଣ କୁହାଯାଏ । ଏବଂ ନାରୀ ମାନଂକୁ ଆଜି ପର୍ଯ୍ୟନ୍ତ କେହି ବି ବୁଝି ପାରନ୍ତି ନାହିଁ ସ୍ଵୟଂ ଈଶ୍ୱର ମଧ୍ୟ ବୁଝି ପାରନ୍ତି ନାହିଁ । ସୃଷ୍ଟି ର ଏହା ଏକ ଏଭଳି ରଚନା ଯାହାକୁ କେହି ବୁଝି ପାରନ୍ତି ନାହିଁ । ତାଙ୍କ ମନରେ କେତେବେଳେ କଣ ସବୁ ଚାଲି ଥାଏ ତାର ସୂଚନା କାହାକୁ ନ ଥାଏ ।

ନାରୀର ମନର କଥା କେବଳ ନାରୀ ହିଁ ଜାଣିଥାଏ । ଜଣେ ନାରୀ ଘରକୁ ସ୍ୱର୍ଗ କରି ପାରେ ଏବଂ ନର୍କ ମଧ୍ୟ କରିପାରେ । ଆମ ଧର୍ମ ରେ ନାରୀ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ ଏବଂ ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଏ । ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ଘରେ ନାରୀ ର ଅପମାନ ହୁଏ ସେ ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି । ତେଣୁ ଉଚିତ ସମ୍ମାନ ଦିଆଯିବା ଆବଶ୍ୟକ ଅଟେ । ତେବେ କିନ୍ତୁ ଜୀଵନ ରେ ଲୋଭ ତଥା ଅଧିକ ନାରୀ ମୋହ ରଖିଲେ ଆମ ଜୀଵନ ନଷ୍ଟ ହୋଇ ଯାଇଥାଏ ।

ତେବେ ଆସନ୍ତୁ ଆଜି ଆମେ ଏକ କାହାଣୀ ଜାଣିବା ଯାହା ଦ୍ୱାରା ଆପଣ ନାରୀ ମୋହ ରୁ କିପରି ବଂଚି ପାରିବେ ତାହା ଜାଣି ପାରିବେ । ତେବେ ଅନେକ ଦିନ ତଳର କଥା । ରାଜପୁତ୍ର ସିଦ୍ଧାର୍ଥ ବୁଦ୍ଧତ୍ଵ ପ୍ରାପ୍ତ ହେବା ପରେ ପ୍ରଥମ ଥର କପିଳବାସ୍ତୁ ଯାଇଥାଆନ୍ତି । ସେଠାରେ ଅନେକ ଭକ୍ତ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କଲେ । ପତ୍ନୀ ଯଶୋଧାରା ମଧ୍ୟ ଶିଷ୍ୟା ଭାବରେ ତାଙ୍କର ସହଚରୀ ହେବାପାଇଁ ଜିଦ୍ ଧରିଥିଲେ ।

ସିଏ ଥିଲେ ପବିତ୍ର ରାଜକୁଳର ସତୀ ଶିରୋମଣି ରାଜବଧୂ । ‘ନାରୀମାନଙ୍କର ଉପସ୍ଥିତି ଧ୍ୟାନ ଧାରଣାରେ ବାଧା ସୃଷ୍ଟି କରିବ’ କହି ସେ ତାଙ୍କୁ ଦୀକ୍ଷା ଦେଇ ନ ଥିଲେ । ଆଜି ଜଣେ ନଗରବଧୂ ନିଜ ଯୌବନକୁ ବୈଶାଳୀର ବିପଣୀରେ ବର୍ଷ ବର୍ଷ କାଳ ବିକ୍ରୟ କରିବା ପରେ, ଭିକ୍ଷୁଣୀର ଜୀବନ ଭିକ୍ଷା କରି ତାଙ୍କ ନିକଟକୁ ଆସିଥିଲା । ଆମ୍ରପାଲିଙ୍କୁ ସେ କୋମଳ ବଚନରେ ତୁଷ୍ଟ କରି ବିଦାୟ ଦେଲେ । ତାଙ୍କର ରୂପ ଲାବଣ୍ୟ ସଙ୍ଘର ଯୁବକମାନଙ୍କୁ ପଥଭ୍ରଷ୍ଟ କରିବ ବୋଲି ଶଙ୍କା ପ୍ରକଟ କରି ସେ ଅମ୍ବାଙ୍କ ପ୍ରାର୍ଥନାକୁ ଅସ୍ଵୀକାର କରି ଦେଲେ ।

କିନ୍ତୁ ଆମ୍ରପାଲି ନିଜ ନିଷ୍ପତ୍ତିରେ ଅଟଳ ଥିଲେ । ସେ ପରଦିନ ପୁନର୍ବାର ବୁଦ୍ଧଦେବଙ୍କ ନିକଟରେ ଉପସ୍ଥିତ ହେଲେ । ତେବେ ତା ପରଦିନ ବୁଦ୍ଧ ନିଜ ଶିଷ୍ୟ ମାନଂକୁ ଯେତେବେଳେ ଦେଖିଲେ ସେତେବେଳେ ସେ ଜାଣିବାକୁ ପାଇଲେ କି ସେଠାରେ କେହି ସ୍ଥିର ନାହାନ୍ତି ସବୁ ଅସ୍ଥିର । ତେବେ ଶିଷ୍ୟ ବୁଦ୍ଧ ଙ୍କୁ ପଚାରିଲେ କି ଗୁରୁଦେବ ଆମ୍ରପାଲି ର ସୌନ୍ଦର୍ଯ୍ୟ ରେ ସମସ୍ତେ ମନ୍ତ୍ର ମୁଗ୍ଧ ହୋଇ ବିଚଳିତ ହେଉଛନ୍ତି ଆପଣ କିନ୍ତୁ ଧ୍ୟାନ ମଗ୍ନ ରେ କିପରି ଅଛନ୍ତି ।

ତେବେ ବୁଦ୍ଧ ଉତ୍ତର ରେ କହିଥିଲେ କି ସେ ଆମ୍ରପାଲି ର ସୌନ୍ଦର୍ଯ୍ୟ କିମ୍ବା ମୁଖ ଓ ଶରୀର ଦେଖି ନଥିଲେ ମୁଁ କେବଳ ତା ଭିତର ର ଅନ୍ତରଆତ୍ମା ର କଥା କୁ ଶୁଣିଥିଲି ତେଣୁ ତା ରୂପ ରଙ୍ଗ ମୋତେ ଆକୃଷ୍ଟ କରି ନଥିଲା । ତେବେ ସମାଜ ରେ ଯେତେବେଳେ ବ୍ୟକ୍ତି ଶରୀର ର ରଙ୍ଗ ତା ଗଢଣ, ସୁନ୍ଦର ଚେହେରା କୁ ଦେଖିବା ଛାଡ଼ି ଦେବ ଏବଂ ଅନ୍ତର ଆତ୍ମା କୁ ଜାଣିବାକୁ ଚେଷ୍ଟା କରିବ ।

ତେବେ ଯାଇ ସେ ଜୀଵନ ର ସବୁଠାରୁ ବଡ଼ ଜ୍ଞାନ ଏବଂ ଆତ୍ମଜ୍ଞାନ ପାଇ ପାରିବ । ନଚେତ ନାରୀର ସୌନ୍ଦର୍ଯ୍ୟ ରେ ନିଜକୁ ହଜେଇ ଜୀବନରେ ମୋହ ମାୟା ର ଜାଲରେ ଛନ୍ଦି ହୋଇ ରହିଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *