ହଠାତ୍ ମଞ୍ଚରେ ନବୀନ ପହଞ୍ଚିବା କ୍ଷଣି କାହିଁକି ଠିଆ ହୋଇଗଲେ ? ବିଜେପିର ସବୁ ବଡ ନେତା… Naveen Patnaik

ପହଞ୍ଚିଲେ ନବୀନ ଛିଡା ହୋଇଗଲେ ସମସ୍ତେ । ହଁ ଆଜ୍ଞା ସୂଚନା ମୁତାବିକ ଓଡିଶାରେ ନୂତନ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ଓଡିଶାରେ ବିଜେପି ସରକାର ଆରମ୍ଭ ହୋଇସାରିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶପଥ ନେଇଛନ୍ତି । ରାଜଧାନୀର ଜନତା ମଇଦାନରେ ଅନୁଷ୍ଠିତ ଏହି ଶପଥ ସମାରୋହରେ ରାଜ୍ଯପାଳ ରଘୁବର ଦାସ ଦାସ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଁଦେଓ ଏବଂ ପ୍ରଭାତୀ ପରିଡା ମଧ୍ୟ ଶପଥ ପାଠ କରିଥିଲେ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ କ୍ଯାବିନେଟ ମନ୍ତ୍ରୀ ମଣ୍ଡଳରେ 8 ଜଣ କ୍ଯାବିନେଟ ଓ 5 ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । କ୍ଯାବିନେଟ ମନ୍ତ୍ରୀ ଭାବେ ସୁରେଶ ପୂଜାରୀ, ରବି ନାରାୟଣ ନାୟକ, ନିତ୍ଯାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥୀରାଜ ହରିଚନ୍ଦନ, ମୁକେଶ ମହାଲିନ, ବିଭୁତି ଜେନା ଓ କୃଷ୍ଣଚନ୍ଦ୍ର ମହାପାତ୍ର ଶପଥ ଗ୍ରହଣ କରିଥିଲେ ।

ସ୍ଵାଧୀନ ରାଷ୍ଟ୍ରମନ୍ତ୍ରୀ ଭାବେ ଗଣେଶ ରାମସିଂହ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୂରଜ, ପ୍ରଦୀପ ବଳସାମନ୍ତ, ଗୋକୁଳାନନନ୍ଦ ମଲ୍ଲିକ ଏବଂ ସମ୍ପଦ ଚରଣ ସ୍ଵାଇଁ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ନୂତନ ଭାବେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ସବୁ ମନ୍ତ୍ରୀ ମାନେ ଶପଥ ନେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ କରିବା ପୂର୍ବରୁ ଏଭଳି କିଛି ଦୃଶ୍ୟ ସାମ୍ନାକୂଅ ଆସିଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ବହୁତ ଖୁସି ମଧ୍ୟ କରିଦେଇଥିଲା ।

ତାହା ହେଉଛି ଶପଥ ସମାରୋହ ମଞ୍ଚ ଉପରକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରବେଶ । ଯେତେବେଳେ ନବୀନ ପଟ୍ଟନାୟକ ସଭାରେ ଯୋଗ ଦେଇ ମଞ୍ଚ ଉପରକୁ ଚଢିଥିଲେ । ସେତେବେଳେ ମଞ୍ଚରେ ଥିବା ସବୁ ବଡ ବଡ ନେତା ମନ୍ତ୍ରୀ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଠିଆ ହୋଇଯାଇଥିଲେ । ସମସ୍ତଙ୍କର ନଜର ନବୀନ ପଟ୍ଟନାୟକଙ୍କ ଉପରକୁ ଯାଇଥିଲା ।

କାରଣ ନିଜର ପ୍ରତିଶ୍ରୁତି ରକ୍ଷା କରି ନବୀନ ଶପଥ ସମାରୋହରେ ଯାଇ ଯୋଗ ଦେଇଥିଲେ । ଯାହା ସମସ୍ତଙ୍କୁ ବେଶ ଖୁସି ଲାଗିଥିଲା । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ବିଜେପିର ଅନ୍ୟ ବଡ ବଡ ଛାମୁଆ ନେତା ମାନଙ୍କ ନିମନ୍ତ୍ରଣ ରକ୍ଷା କରି ନବୀନ ପଟ୍ଟନାୟକ ଶପଥ ସମାରୋହରେ ଉପସ୍ଥିତ ହୋଇଥିବା ବେଳେ ତାଙ୍କୁ ସେଠାରେ ଦେଖି ସମସ୍ତେ ବେଶ ଖୁସି ହୋଇଯାଇଥିଲେ । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *