ସତ ହେବ କି ମାଳିକା ବଚନ ବାଇଶି ପାହାଚେ ଖେଳିବ ମୀନ କାରଣ ଏଭଳି ଆକଳନ କରିଛନ୍ତି ଆଧୁନିକ ଯୁଗର ବୈଜ୍ଞାନିକ ମାନେ । ଏହି ବୈଜ୍ଞାନିକ ମାନେ ଜଳବାୟୁ ନିରାନ୍ତର ଉପରେ ପରୀକ୍ଷା ନିରୀକ୍ଷା କରୁଛନ୍ତି ଏବଂ ସେମାନେ କହିଛନ୍ତି ଆଗାମୀ ୮ ବର୍ଷ ଅର୍ଥାତ ୨୦୨୨ ରୁ ୨୦୩୦ ଭିତରେ ୫୦ଟି ଏମିତି ସହର ଯାହା କି ଜଳମଗ୍ନ ହୋଇଯିବ । ସମୁଦ୍ର ଗର୍ଭରେ ଲୀନ ହେବ ଏହି ସହର ସବୁ । ଆଉ ଯେଉଁଥିରେ ପୁରୀର ନାଁ ବି ରହିଛି ।
କେବଳ ପୁରୀ ନୁହେଁ ମୁମ୍ବାଇ, ନବୀ ମୁମ୍ବାଇ, କଲିକତା ଏବଂ କୋଚି ଆଦି ଏମିତି ଅନେକ ସାରା ସ୍ଥାନ ରହିଛି ଯାହାକି ଜଳଗର୍ଭରେ ଲୀନ ହୋଇଯିବ । ଆଉ ଏହା ସହ କିଛି ତଥ୍ୟ ବି ଦିଆ ଯାଇଛି । ୧୮୯୧ ମସିହାରୁ ୨୦୧୮ ମଧ୍ୟରେ ୪୧ଟି ସାମୁଦ୍ରିକ ଝଡ ଯାହା ବାତ୍ୟାର ରୂପ ନେଇଥିଲା । ଆଉ ୨୧ଟି ସାଇକଲୋନ ଯାହାକି ଗଭୀର କ୍ଷୟ କ୍ଷତି ଘଟାଇ ଥିଲା ।
ଆଉ ଏହା ଭିତରେ ଏପରି ତାଣ୍ଡବ ରଚିଥିଲା ଯେ, ସମସ୍ତେ ଗୋଟିଏ କଥା ଚିନ୍ତା କରିଥିଲେ ଯେ, କାଳ ସମୟ ବା ଶେଷ ସମୟ ଆସି ଯାଇଛି କି । ଯାହା ବି ବର୍ଣ୍ଣନା କରାଯାଇଛି ମାଳିକାରେ । ତେବେ କ୍ଲାଇମେଟ ସେଣ୍ଟ୍ରାଲ ନାମକ ଏହି ରିସର୍ଚ ଅର୍ଗାନାଇଜେସନଟି ଏଭଳି କିଛି ଭବିଷ୍ୟ ବାଣୀ କରିଛନ୍ତି ଏବଂ ତାହା ସହିତ କହିଛନ୍ତି ଯେ, ୨୦୩୦ ସୁଧା ଅନେକ ସାରା ସହର ଜଳମଗ୍ନ ହେଇଯିବ । ଯଦି ଆମେ ମୁମ୍ବାଇ କଥା କହିବା ତା ହେଲେ ମୁମ୍ବାଇରେ ଅଳ୍ପ ବର୍ଷରେ ସଂପୂର୍ଣ୍ଣ ସହରଟି ଜଳମଗ୍ନ ହେଇ ଯାଉଛି ।
ପରିସ୍ଥିତି ଏପରି ହୋଇଯାଉଛି ଯେ, ସହର ଭିତରେ ଗାଡି ଗୁଡିକ ଭାସି ବାକୁ ଲାଗୁଛି । ଘଟଣାଟି କେବଳ ମୁମ୍ବାଇରେ ନୁହେଁ କେରଳ, କୋଚି ଆଉ କଲିକତା ସବୁ ଆଡେ ଆପଣ ସମାନ ଚିତ୍ର ଦେଖିବାକୁ ପାଇବେ । ଏହାର ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ । ଏହା ସହ ଗ୍ଲାସିୟର ତରଳୁଛି ୧.୫ ଡିଗ୍ରୀ ହାରରେ ତାପମାତ୍ରା ଧୀରେ ଧୀରେ ବଢୁଛି ।ବଡ ବଡ ଗ୍ଲାସିୟର ତରଳିବା ଫଳରେ ସମୁଦ୍ରର ଜଳସ୍ତର ବି ଧୀରେ ଧୀରେ ବଢି ବଢି ଯାଉଛି ।
ଆଉ ଏହା ବଢିବା ଫଳରେ ସଙ୍କଟ ସୃଷ୍ଟି ହେଉଛି ଜଳସ୍ତରରେ । ମାଳିକାରେ ଠିକ ଏହିଭଳି ହିଁ ବର୍ଣ୍ଣନା କରାଯାଇଛି । ମାଳିକାରେ ବର୍ଣ୍ଣନା ହୋଇଛି ବଡ ବଡ ଲହଡି ଆସିବ ଆଉ ବଡ ବଡ ସହରକୁ ଭସେଇ ନେଇଯିବ । ଏହା ହିଁ ପରିଗଳ୍ପନା ହୋଇପାରେ ଜଳବାୟୁ ପରିବର୍ତ୍ତନରେ ।
ଏବେ ମୁମ୍ବାଇ, ପୁନେ, ଗୋଆ, କୋଚି, କେରଳ, ମଦୁରାଇ, ବିଜୟବାଡା, କାକୀନାଡା, ବ୍ରହ୍ମପୁର ଏବଂ ପୁରୀ ଆଦି ଏ ସବୁ ସହର ଅଛି ଏବେ ସଙ୍କଟରେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।