ମୁନ୍ନା ଭାଇ ଆସିଲେ… ବୈରାଗୀକୁ କୁଣ୍ଢାଇ ଆଲିଙ୍ଗନ କରିଲେ… Superstar Siddhanta Mahapatra

ମୁନ୍ନା ଭାଇ ଆସିଲେ ଓ ବୈରାଗୀକୁ କୁଣ୍ଢାଇ ଦେଲେ । ହଁ ଆଜ୍ଞା ନିକଟରେ ସୋସିଆଲ ମିଡିଆରେ ଡ୍ୟାନ୍ସର ରୋଲ୍ ବାଲା ନାମକ ବୈରାଗୀ ବହୁତ ଭାଇରାଲ ହୋଇଥିଲେ । ଜିଏକି ନବେ ଦଶକ ସମୟରେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଅନେକ କିଛି ଗୀତରେ ବାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ନାଚିଛନ୍ତି । ଏପରିକି ପୁଚୁକୀ ଗାଲୀରେ ମଧ୍ୟ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ବୈରାଗୀ ମଧ୍ୟ ସାଇଡ ଡ୍ୟାନ୍ସର ଭାବେ ଧୂଳା ଉଡାଇ ନାଚିଛନ୍ତି ।

ତେବେ ବୈରାଗୀ ଗଣ ମାଧ୍ୟମ ସମ୍ମୁଖରେ ସେହି ସବୁ ପୁରୁଣା ଦିନର କଥା କହୁଥିଲେ । ଯାହାର ଭିଡିଓ ଭାଇରାଲ ହେବା ପରେ ସିଦ୍ଧାନ୍ତ ମହାପାତ୍ରଙ୍କ ଏହା ଉପରେ ନଜର ପଡିଥିଲା । ତେବେ ଖବର ପ୍ରସାରଣ ପରେ ତଥା ଭିଡିଓରେ ବୈରାଗୀଙ୍କୁ ଦେଖିଲା ପରେ ସିଦ୍ଧାନ୍ତ ମହାପାତ୍ର ତାଙ୍କୁ ଚିହ୍ନି ପକାଇଥିଲେ । ତାପରେ ବୈରାଗୀର ଅନୁରୋଧ ରକ୍ଷା କରି ସିଦ୍ଧାନ୍ତ ମହାପାତ୍ର ତାଙ୍କ ପୁରୁଣା ଦିନର ଡ୍ୟାନ୍ସ ସାଥି ବୈରାଗୀଙ୍କୁ ଦେଖା କରିବାକୁ ଯାଇଥିଲେ ।

ବୈରାଗୀ ରୋଷେୟା ଭାବେ କାମ କରୁଥିବା ଜଳଖିଆ ଦୋକାନକୁ ଅଭିନେତା ସିଦ୍ଧାନ୍ତ ମହାପତ୍ର ଯାଇଥିଲେ । ସିଦ୍ଧାନ୍ତଙ୍କୁ ଦେଖି ବୈରାଗୀ ସଂପୂର୍ଣ୍ଣ ଭାବେ ଭାବ ବିହ୍ଵଳ ହୋଇପଡିଥିଲେ । ଏହାପରେ ସିଦ୍ଧାନ୍ତ ମହାପାତ୍ର ତଥା ତଥା ଆମ ସମସ୍ତଙ୍କର ଅତି ପ୍ରିୟର ମୁନ୍ନା ଭାଇ ବୈରାଗୀଙ୍କୁ ଖୁସିରେ ଆଲିଙ୍ଗନ କରି ପକାଇଥିଲେ । ତେବେ ବୈରାଗୀଙ୍କୁ ମୁନ୍ନା ଭାଇ ଦେଖା କରିବାକୁ ନିଜେ ଆସିଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗି ପଡିଛି ।

ଏହି ଦୃଶ୍ୟ ଦେଖିଲା ପରେ ମଧ୍ୟ ସମସ୍ତଙ୍କ ମୁହଁରେ ବର୍ତ୍ତମାନ ଗୋଟିଏ କଥା ରହିଛି । ଯେପରି କୃଷ୍ଣ ସୁଦାମଙ୍କର ପୁଣି ଥରେ ଏଠାରେ ମିଳନ ଘଟିଛି । ଏଥିସହ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଜଣେ ଏତେ ବଡ ତାରକା ହୋଇ ମଧ୍ୟ ସାଧାରଣ ଲୋକ ମାନଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବା ଦେଖି ଲୋକେ ମଧ୍ୟ କହିବାରେ ଲାଗିଛନ୍ତି । ହିରୋ ହେବ ତ ଏମିତି । ସିଦ୍ଧାନ୍ତ ମହାପାତ୍ର ଖାଲି ରିଲ୍ ରେ ନୁହେଁ, ବଂର ରିଅଲ ଲାଇଫରେ ମଧ୍ୟ ମଧ୍ୟ ପ୍ରକୃତରେ ଜଣେ ହିରୋ ଅଟନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *