ମୁଁ ଭାବୁଛି Saplin ଙ୍କୁ ଆମ ଘରକୁ ହିଁ ନେଇ ଆସିବି… ଯାହା ଇଛା ତାଙ୍କ ସହ କରିବି… Actress Suman Pattanayak

ମୁଁ ଭାବୁଛି ସାପଲୀନଙ୍କୁ ଆମ ଘରକୁ ହିଁ ନେଇ ଆସିବି । ହଁ ଆଜ୍ଞା ସୁମନ ବା ଯାହାଙ୍କୁ ଆପଣ ତାରିଣୀ ଚରିତ୍ରରେ ବହୁତ ସାରା ଭଲ ପାଇବା ଦେଇ ଆସିଛନ୍ତି । ତେବେ ସେହି ଅଭିନେତ୍ରୀ ସୁମନ ପଟ୍ଟନାୟକ ଗଣ ମାଧ୍ୟମ ସାମ୍ନାରେ ଅଭିନେତା ସାପଲୀନଙ୍କୁ ନେଇ ଏଭଳି କିଛି କହିଛନ୍ତି । ସୁମନଙ୍କ କହିବା ଆଧାରରେ ରିୟାଲିଟି ସୋ’ ଓ ତାପରେ ସିରିଏଲରୁ ହିଁ ମୋର ଅଭିନୟ କ୍ଯାରିଅର ଆରମ୍ଭ ହୋଇଥିଲା ।

ତେବେ ଲୋକଙ୍କର ଭଲ ପାଇବା ତାରା ତାରିଣୀ ସିରିଏଲରୁ ହିଁ ମୋତେ ଅଧିକ ମାତ୍ରାରେ ମିଳିବାକୁ ଲାଗିଲା । ଲୋକେ ତାରା ତାରିଣୀ ସିରିଏଲରେ ମୋର ଆଉ ସାପଲୀନଙ୍କର ଯୋଡିକୁ ଏତେ ସାରା ଭଲ ପାଇବା ଦେଇଛନ୍ତି । ଯେ ସେହି ସିରିଏଲ ଛାଡିବା ପରେ ମଧ୍ୟ ଲୋକଙ୍କର ସେହି ଭଲ ପାଇବା ତାରିଣୀ ଓ ତୁଷାର ପାଇଁ ଯେମିତି ଥିଲା । ଏବେ ସାପଲୀନ ଓ ସୁମନଙ୍କ ପାଇଁ ସେମିତି ରହିଛି । ଏମିତିକି ସାପଲୀନ ଆଉ ମୋର ଯେଉଁ ସବୁ ମ୍ୟୁଜିକ ଭିଡିଓ ଆସେ ।

ଲୋକ ତାକୁ ଭି ବହୁତ ଭଲ ପାଇବା ଦିଅନ୍ତି । ତେଣୁ ଦର୍ଶକଙ୍କର ଏତେ ସାରା ଭଲ ପାଇବା ଯୋଗୁ ଏଜିକୁ ଆହୁରି ମ୍ୟୁଜିକ ଭିଡିଓ ଓ ଫିଲ୍ମ ସାପଲୀନ ଓ ମୋର ଆସିବାକୁ ଯାଉଛି । ହେଲେ ମୋର କହିବା ହିସାବରେ ସାପଲୀନକୁ ସୁମନଙ୍କ ସାଥିରେ ଯେତେ ସାରା ଭଲ ପାଇବା ଦର୍ଶକଙ୍କ ଠାରୁ ମିଳୁଛି । ସେତିକି ଭଲ ପାଇବା ଫ୍ୟାନ ମାନଙ୍କ ଠାରୁ ଅଲଗା କୋ-ପାର୍ଟନରଙ୍କ ପାଇଁ ମଧ୍ୟ ମିଳୁ । କାରଣ ମୁଁ ଯେତେବେଳେ ସାପଲୀନଙ୍କୁ ଛାଡି ଅନ୍ୟ କୌଣସି ହିରୋଙ୍କ ସହ ଅଭିନୟ କରୁଛି ।

ତେବେ ଲୋକଙ୍କୁ ସେଠାରେ କିନ୍ତୁ ସେହି ହିରୋ ବଦଳରେ ସାପଲୀନ ଭାଇ ଦରକାର ବୋଲି ବହୁତ କମେଣ୍ଟ କରି କୁହନ୍ତି । ଶାଶୁଘର ଲୋକ ବି ଦରକାର ପଡିଲେ, ପଚାରିବେ ସାପଲୀନକୁ ବାହା ହେଇନୁ ତ ?ତେଣୁ ମୁଁ ଭାବୁଛି ଏଥର ସାପଲୀନଙ୍କୁ ଆମ ଘରକୁ ହିଁ ନେଇ ଆସିବି । ଭ୍ଲଗ, ମ୍ୟୁଜିକ ଭିଡିଓ ଓ ଫିଲ୍ମ ଯାହା ସବୁ ପ୍ରୋଜେକ୍ଟ କରିବାର ଥିବ । ସବୁ ସାପଲୀନ ଆଉ ମୁଁ ମିଶିକି ହିଁ କରିବୁ ବୋଲି ଥଟ୍ଟା କରି ଅଭିନେତ୍ରୀ ସୁମନ ପଟ୍ଟନାୟକ ସାକ୍ଷାତକାରରେ କହିଛନ୍ତି । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *