ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ଼ ଆକ୍ସନ ,ଏକାଥରେ 150 ଜଣଙ୍କ ଗଲା ଚାକିରୀ CM Mohan Majhi

ନୂଆ ସରକାର ନେଲେ ବଡ ନିଷ୍ପତ୍ତି ! ଏକାବେଳେ ଗଲା 150 ଜଣଙ୍କ ଚାକିରୀ ! ରାଜନୈତିକ ଉଦ୍ଧେଶ୍ୟରେ ବିଭିନ୍ନ ବିଭାଗରେ ବହୁ ସଂଖ୍ୟକ ଉପଦେଷ୍ଟା ମାନେ ନିଯୁକ୍ତି ପାଇଥିଲେ । ପାଖାପାଖି 150 ଜଣ ଉପଦେଷ୍ଟାଙ୍କୁ ପଦରେ ଥଇଥାନ କରିଥିଲେ ବିଜେଡି ସରକାର । ହେଲେ ଏଥର କିନ୍ତୁ କିଛି ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି । ବହୁ ମତ ଅଧିକାର କରି ରାଜ୍ୟରେ ବିଜେପି ସରକାରକୁ ଆସିଲା ପରେ ନୂଆ ମୁଖ୍ୟମନ୍ତ୍ରୀ ମୋଚନ ମାଝି କିଛି ଏଭଳି ବଡ ନିଷ୍ପତ୍ତି ନେଇଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନିର୍ଦ୍ଧେଶରେ ଜଣଙ୍କ ପରେ ଜଣେ ଉପଦେଷ୍ଟାଙ୍କୁ ତାଙ୍କ ଗାଦିରୁ ବାଦ କରାଯାଇଛି । ତେବେ ଏକାବେଳେକେ 150 ଜଣ ଉପଦେଷ୍ଟା ଯେଉଁ ମାନେ ବିଜେଡି ସରକାର ସମୟରେ ବିଭିନ୍ନ ପ୍ରକାର ବିଭାଗରେ ଉପଦେଷ୍ଟା ଭଳି କାର୍ଯ୍ୟ କରୁଥିଲେ । ସେମାନଙ୍କୁ ତାଙ୍କ ବିଭାଗରୁ ବାହାର କରିଦିଆଯାଇଛି । ଯଦିଓ ନିଜର କାର୍ଯ୍ୟ ବିଷୟରେ ଠିକ ଭାବେ ଅବଗତ ନଥିଲେ । ତଥାପି ମଧ୍ୟ ନିଜ ଆସନରେ ବସି ରାଜ୍ କରୁଥିଲେ ମାଳ ମାଳ ଉପଦେଷ୍ଟା ।

ଉପଦେଷ୍ଟା ନିଯୁକ୍ତିରେ ବିଜେଡି ସରକାର ବହୁତ ଆଗୁଆ ରହିଥିଲା । ଯାହାକି ଦରମା ବାବଦକୁ କୋଟୋ କୋଟୋ ଟଙ୍କା ମଧ୍ୟ ସେଥିପାଇଁ ଖର୍ଚ ହେଉଥିଲା । ହେଲେ ବିଜେପି ସରକାର ସେଥିରେ ପୁରା ପରିବର୍ତ୍ତନ ନେଇଆସିଛନ୍ତି । ତେବେ ମୂଳ ବିଭାଗ ଗୁଡିକ ଯୋଜନାକୁ କାର୍ଯ୍ୟକାରୀ କରୁଥିବା ବେଳେ ବିଭିନ୍ନ ବିଭାଗରେ ନିଯୁକ୍ତ ହୋଇଥିବା ଉପଦେଷ୍ଟା ମାନଙ୍କର କାର୍ଯ୍ୟ କଣ ତାହା ବୋଧ ହୁଏ ଠିକ ଭାବେ କେହି ଜାଣିନଥିବେ । ଏପରିକି ନିଯୁକ୍ତି ଲାଗି ଏକ ସ୍ପଷ୍ଠ ଗାଇଡ ଲାଇନ ମଧ୍ୟ ନଥିଲା ।

ତେବେ ଏହି ସବୁ ଉପଦେଷ୍ଟା ମାନଙ୍କର ଉପସ୍ଥିତି ସରକାରଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧିରେ କୌଣସି ପ୍ରକାର ଉନ୍ନତି ପରିଲକ୍ଷିତ ହେଉନଥିବା ଜାଣି ନୂଆ ମୁଖ୍ୟମନ୍ତ୍ରୀ ଏଭଳି ଏକ ବାଦ ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ 10 କି 20 ନୁହେଁ । ଏକାବେଳକରେ 150 ଜଣ ବିଭିନ୍ନ ଭାଗରେ ନିଯୁକ୍ତ ହୋଇଥିବା ବଡ ବଡ ଉପଦେଷ୍ଟା ମାନଙ୍କୁ ତାଙ୍କ ଗାଦିରୁ ବାଦ କରାଯାଇଛି । ଏମାନଙ୍କର ଉପସ୍ଥିତି ସରକାରଙ୍କ କାର୍ଯ୍ୟ ଦକ୍ଷତାରେ ବୃଦ୍ଧିରେ କୌଣସି ଆବଶ୍ୟକତା ନାହିଁ ବୋଲି ସରକାର ଜାଣିପାରିଛନ୍ତି ।  ତେଣୁ ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *